ବିଶ୍ୱର ସବୁଠାରୁ କମ ବୟସ୍କ ସେଲ୍ଫ ମେଡ୍ ମହିଳା ଆରବପତି ହେଲେ ଲୁସି ଗୁଓ
ୱାଶିଂଟନ ଡିସି: ପପ୍ ଆଇକନ୍ ଟେଲର ସ୍ୱିଫ୍ଟଙ୍କୁ ପଛରେ ପକାଇ ସବୁଠାରୁ କମ୍ ବୟସ୍କ ସେଲ୍ଫ ମେଡ୍ ମହିଳା ଆରବପତି ହୋଇଛନ୍ତି ଟେକ୍ ଉଦ୍ୟୋଗୀ ଲୁସି ଗୁଓ। ମାତ୍ର ୩୦ ବର୍ଷ ବୟସରେ ଗୁଓ ଏବେ ଫୋର୍ବସର ପ୍ରତିଷ୍ଠିତ ତାଲିକାରେ ସ୍ଥାନ ପାଇଛନ୍ତି। ବିଶ୍ୱର ୪୦ ବର୍ଷରୁ କମ୍ ବୟସ୍କ ଅନ୍ୟ ପାଞ୍ଚ ସ୍ୱଂୟ ଉଦ୍ୟୋଗୀ ମହିଳାଙ୍କ ଭିତରେ ଗୁଓଙ୍କ ନାଁ ଯୋଡ଼ି ହୋଇଯାଇଛି। ଲୁସି ହେଉଛନ୍ତି ଏକ ଏଆଇ ଷ୍ଟାର୍ଟଅପର ପ୍ରତିଷ୍ଠାତା। ତାଙ୍କ ଷ୍ଟାର୍ଟଅପର ନାଁ Scale AI।ଲୁସିଙ୍କ କମ୍ପାନୀ ସ୍କେଲ୍ ଏଆଇ ଜୁନ୍ ୧ ତାରିଖରେ ଏକ ସ୍ୱତନ୍ତ୍ର ଡିଲ୍ କରିବାକୁ ଯାଉଛି। ଏହି ଚୁକ୍ତିରେ କମ୍ପାନୀର ପୁରୁଣା କର୍ମଚାରୀ ଏବଂ ନିବେଶକମାନେ ସେମାନଙ୍କର କିଛି ସେୟାର ବିକ୍ରି କରିବାର ସୁଯୋଗ ପାଇବେ। ତେବେ ହେବାକୁ ଯାଉଥିବା ନୂଆ ଡିଲ୍ ସଫଳ ହେଲେ ଏହା କମ୍ପାନୀର ମୂଲ୍ୟ ପ୍ରାୟ ୨୫ ବିଲିୟନ ଡଲାର ହୋଇଯିବ ବୋଲି ଆକଳନ କରାଯାଉଛି। ଫଳରେ ଗୁଓଙ୍କ ସମ୍ପତ୍ତି ୧.୩ ବିଲିଅନ ହୋଇଯିବ। ଗତ ବର୍ଷ ମେ ମାସରେ କମ୍ପାନୀର ମୂଲ୍ୟ ୧୩.୮ ବିଲିୟନ ଡଲାର ଥିଲା, ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ କମ୍ପାନୀର ମୂଲ୍ୟ ୮୦% ବୃଦ୍ଧି ପାଇଛି।ସ୍କେଲ୍ ଏଆଇ ଛାଡିବା ପରେ, ଗୁଓ ନିଜ ପାର୍ଟନର ସହ ମିଶି ଏକ ଭେଞ୍ଚର କ୍ୟାପିଟାଲ୍ ଫାର୍ମ ବ୍ୟାକେଣ୍ଡ୍ କ୍ୟାପିଟାଲର ସହ-ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ପ୍ରତିଭାବାନ ଇଞ୍ଜିନିୟରମାନଙ୍କ ଉପରେ ନିବେଶ ଉପରେ ଗୁରୁତ୍ୱ ଦେଇଥାଏ। ଏହାପରେ ଗୁଓ
ୱାଶିଂଟନ ଡିସି: ପପ୍ ଆଇକନ୍ ଟେଲର ସ୍ୱିଫ୍ଟଙ୍କୁ ପଛରେ ପକାଇ ସବୁଠାରୁ କମ୍ ବୟସ୍କ ସେଲ୍ଫ ମେଡ୍ ମହିଳା ଆରବପତି ହୋଇଛନ୍ତି ଟେକ୍ ଉଦ୍ୟୋଗୀ ଲୁସି ଗୁଓ। ମାତ୍ର ୩୦ ବର୍ଷ ବୟସରେ ଗୁଓ ଏବେ ଫୋର୍ବସର ପ୍ରତିଷ୍ଠିତ ତାଲିକାରେ ସ୍ଥାନ ପାଇଛନ୍ତି। ବିଶ୍ୱର ୪୦ ବର୍ଷରୁ କମ୍ ବୟସ୍କ ଅନ୍ୟ ପାଞ୍ଚ ସ୍ୱଂୟ ଉଦ୍ୟୋଗୀ ମହିଳାଙ୍କ ଭିତରେ ଗୁଓଙ୍କ ନାଁ ଯୋଡ଼ି ହୋଇଯାଇଛି। ଲୁସି ହେଉଛନ୍ତି ଏକ ଏଆଇ ଷ୍ଟାର୍ଟଅପର ପ୍ରତିଷ୍ଠାତା। ତାଙ୍କ ଷ୍ଟାର୍ଟଅପର ନାଁ Scale AI।
ଲୁସିଙ୍କ କମ୍ପାନୀ ସ୍କେଲ୍ ଏଆଇ ଜୁନ୍ ୧ ତାରିଖରେ ଏକ ସ୍ୱତନ୍ତ୍ର ଡିଲ୍ କରିବାକୁ ଯାଉଛି। ଏହି ଚୁକ୍ତିରେ କମ୍ପାନୀର ପୁରୁଣା କର୍ମଚାରୀ ଏବଂ ନିବେଶକମାନେ ସେମାନଙ୍କର କିଛି ସେୟାର ବିକ୍ରି କରିବାର ସୁଯୋଗ ପାଇବେ। ତେବେ ହେବାକୁ ଯାଉଥିବା ନୂଆ ଡିଲ୍ ସଫଳ ହେଲେ ଏହା କମ୍ପାନୀର ମୂଲ୍ୟ ପ୍ରାୟ ୨୫ ବିଲିୟନ ଡଲାର ହୋଇଯିବ ବୋଲି ଆକଳନ କରାଯାଉଛି। ଫଳରେ ଗୁଓଙ୍କ ସମ୍ପତ୍ତି ୧.୩ ବିଲିଅନ ହୋଇଯିବ। ଗତ ବର୍ଷ ମେ ମାସରେ କମ୍ପାନୀର ମୂଲ୍ୟ ୧୩.୮ ବିଲିୟନ ଡଲାର ଥିଲା, ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ କମ୍ପାନୀର ମୂଲ୍ୟ ୮୦% ବୃଦ୍ଧି ପାଇଛି।

ସ୍କେଲ୍ ଏଆଇ ଛାଡିବା ପରେ, ଗୁଓ ନିଜ ପାର୍ଟନର ସହ ମିଶି ଏକ ଭେଞ୍ଚର କ୍ୟାପିଟାଲ୍ ଫାର୍ମ ବ୍ୟାକେଣ୍ଡ୍ କ୍ୟାପିଟାଲର ସହ-ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ପ୍ରତିଭାବାନ ଇଞ୍ଜିନିୟରମାନଙ୍କ ଉପରେ ନିବେଶ ଉପରେ ଗୁରୁତ୍ୱ ଦେଇଥାଏ। ଏହାପରେ ଗୁଓ ପାସେସ୍ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରି ତା’ର ସିଇଓ ଅଛନ୍ତି। ଏହି କମ୍ପାନୀ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ପାଇଁ ମନିଟାଇଜେସନ୍ ଟୁଲ୍ସ ପ୍ରଦାନ କରେ।
ସ୍କେଲ୍ ଏଆଇ କ'ଣ କରେ?
ସ୍କେଲ୍ ଏଆଇ କମ୍ପାନୀ ମେସିନ୍ ଲର୍ନିଂ ମଡେଲ୍ ତିଆରି କରିବା ପାଇଁ ଡାଟା ଠିକ୍ କରିବା ସଂଗଠିତ କରିବା ପାଇଁ କାମ କରେ। ଏହି AI ଯୁଗରେ ଏହାକୁ 'ପିକ୍ସ ଏବଂ ସୋଭେଲ୍ସ' ଦେବା ସହିତ ସମାନ ବୋଲି ବିବେଚନା କରାଯାଏ। ଏହାର ପ୍ରମୁଖ ଗ୍ରାହକମାନଙ୍କ ମଧ୍ୟରେ ଆମେରିକା ସରକାର ଏବଂ OpenAI ରହିଛି।
ଲୁସି ଗୁଓଙ୍କ ବିଷୟରେ....
ଲୁସି ଗୁଓ ଅଧାରୁ କମ୍ପ୍ୟୁଟର ସାଇନ୍ସ ପାଠ ଛାଡ଼ି ଦେଇଥିଲେ। ସେ Quora ରେ ମଧ୍ୟ କାମ କରୁଥିଲେ। କୋରାରେ କାମ କଲା ବେଳେ ତାଙ୍କର ପରିଚୟ ଆଲେକଜାଣ୍ଡାର ୱାଙ୍ଗଙ୍କ ସହିତ ହୋଇଥିଲା। ଏହା ପରେ ସେ କିଛି ସମୟ ପାଇଁ ସ୍ନାପଚାଟରେ ମଧ୍ୟ କାମ କରିଥିଲେ। ତା'ପରେ ୨୦୧୬ରେ, ୨୧ ବର୍ଷ ବୟସରେ, ଲୁସି ୱାଙ୍ଗଙ୍କ ସହିତ ମିସି ସ୍କେଲ୍ ଏଆଇ ଆରମ୍ଭ କରିଥିଲେ। ୱାଙ୍ଗ ସାନ ଫ୍ରାନ୍ସିସ୍କୋରେ ଥିବା କମ୍ପାନୀର ସିଇଓ ହେଲେ। ଲୁସି କାର୍ଯ୍ୟ ଏବଂ ପ୍ରଡକ୍ସନ ଡିଜାଇନ୍ ଟିମ୍ର ଦାୟିତ୍ୱ ନେଲେ। ୨୦୧୮ ମସିହାରେ, ଉଭୟଙ୍କୁ ଫୋବର୍ସର ୩୦ ବର୍ଷରୁ କମ୍ ବର୍ଷର ଆରବପତିଙ୍କ ତାଲିକାରେ ସାମିଲ କରିଥିଲା। ସେହିବର୍ଷ କମ୍ପାନୀ ପରିଚାଳନା ନେଇ ୱାଙ୍ଗ ସହିତ ମତଭେଦ ଯୋଗୁ ଲୁସି କମ୍ପାନୀ ଛାଡି ଦେଇଥିଲେ। ଏହାପରେ ଲୁସି ନୂଆ ବ୍ୟବସାୟ ଆରମ୍ଭ କରିଥିଲେ।

ଫର୍ଚୁନ୍ ରିପୋର୍ଟ ଅନୁଯାୟୀ, ଲୁସି ଏବେ ବି ସ୍କେଲ୍ ଏଆଇ କମ୍ପାନୀରେ ପ୍ରାୟ ୫% ଅଂଶଧନର ମାଲିକ ଅଛନ୍ତି। ଏହାର ଅର୍ଥ ହେଉଛି ସେ କମ୍ପାନୀ ଛାଡିବା ପରେ ମଧ୍ୟ ଏଥିରେ ସେ ତାଙ୍କ ଶେୟାର ବିକ୍ରି କରି ନଥିଲେ। ଫୋବର୍ସ ଅନୁଯାୟୀ, ଲୁସିଙ୍କ ସମ୍ପତ୍ତି ପ୍ରାୟ $୧.୨୫ ବିଲିୟନ। ସ୍କେଲ୍ ଏଆଇ କମ୍ପାନୀର ମୂଲ୍ୟ ଗୋଟିଏ ବର୍ଷ ମଧ୍ୟରେ ୮୦ ପ୍ରତିଶତ ବୃଦ୍ଧି ପାଇବାରୁ ଲୁସିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି।