ଚଳିତ ନିର୍ବାଚନରେ ଜବତ ହୋଇଛି ୨୭୫ କୋଟି ଟଙ୍କାର ସାମଗ୍ରୀ: ରହିଛି ୧୪ କୋଟିର ସୁନା, ଟଙ୍କା

ଭୁବନେଶ୍ୱର,୩୧ା୫(ଅନିଲ ଦାସ)-ନିର୍ବାଚନକୁ ସ୍ବଚ୍ଛ, ଅବାଧ, ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ଯଥାସମ୍ଭବ ଉଦ୍ୟମ କରୁଥିଲେ ମଧ୍ୟ ଚୋରା କାରବାର ବହୁ ମାତ୍ରାରେ ବଢିଥିବା ସୂଚନା ମିଳିଛି। ଗତ ୨ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ରେକର୍ଡ ମୂଲ୍ୟର ବିଭିନ୍ନ ସାମଗ୍ରୀ ଓ ଟଙ୍କା ଜବତ ହୋଇଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଟ ୨୦.୦୮ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଟଙ୍କା ଜବତ ହୋଇଥିବା ବେଳେ ୨୦୧୯ରେ ୪୦ […] The post ଚଳିତ ନିର୍ବାଚନରେ ଜବତ ହୋଇଛି ୨୭୫ କୋଟି ଟଙ୍କାର ସାମଗ୍ରୀ: ରହିଛି ୧୪ କୋଟିର ସୁନା, ଟଙ୍କା appeared first on Dharitri Odia News.

ଚଳିତ ନିର୍ବାଚନରେ ଜବତ ହୋଇଛି ୨୭୫ କୋଟି ଟଙ୍କାର ସାମଗ୍ରୀ: ରହିଛି ୧୪ କୋଟିର ସୁନା, ଟଙ୍କା

ଭୁବନେଶ୍ୱର,୩୧ା୫(ଅନିଲ ଦାସ)-ନିର୍ବାଚନକୁ ସ୍ବଚ୍ଛ, ଅବାଧ, ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ଯଥାସମ୍ଭବ ଉଦ୍ୟମ କରୁଥିଲେ ମଧ୍ୟ ଚୋରା କାରବାର ବହୁ ମାତ୍ରାରେ ବଢିଥିବା ସୂଚନା ମିଳିଛି। ଗତ ୨ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ରେକର୍ଡ ମୂଲ୍ୟର ବିଭିନ୍ନ ସାମଗ୍ରୀ ଓ ଟଙ୍କା ଜବତ ହୋଇଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ମୋଟ ୨୦.୦୮ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଟଙ୍କା ଜବତ ହୋଇଥିବା ବେଳେ ୨୦୧୯ରେ ୪୦ କୋଟି ଏବଂ ୨୦୨୪ରେ ୨୭୫ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଟଙ୍କା ଜବତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ୨୦୨୪ରେ ୭୮ କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ କରାଯାଇଛି। ସେହିପରି ଚଳିତ ନିର୍ବାଚନରେ ଏନ୍‌ଫୋର୍ସମେଣ୍ଟ କର୍ମଚାରୀଙ୍କ ଦ୍ୱାରା ୧୪.୭୪ କୋଟିର ସୁନା, ରୁପା ଭଳି ମୂଲ୍ୟବାନ ଧାତୁ ଜବତ କରାଯାଇଛି।

The post ଚଳିତ ନିର୍ବାଚନରେ ଜବତ ହୋଇଛି ୨୭୫ କୋଟି ଟଙ୍କାର ସାମଗ୍ରୀ: ରହିଛି ୧୪ କୋଟିର ସୁନା, ଟଙ୍କା appeared first on Dharitri Odia News.