ଅନ୍ଧାରରେ ଶ୍ରୀମନ୍ଦିର, ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ପୁରୀ,୮।୬: ରାଜ୍ୟରେ ସରକାର ପରିବର୍ତନ ହେବା ପରେ ଅନ୍ଧାର ହୋଇଯାଇଛି ପୁରୀ ଶ୍ରୀମନ୍ଦିର। ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ପୂର୍ବରୁ ଆଲୋକୀକରଣ ପାଇଁ ନିୟୋଜିତ ଥିବା ଠିକା ସଂସ୍ଥା ଲାଇଟ ଖୋଲି ନେଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତରେ କେବୁଲ୍ ଖୋଲୁଥିବା ବେଳେ ୪ ଜଣଙ୍କୁ ଅଟକ ରଖିଛି ବଡଦାଣ୍ଡ ପୋଲିସ। ଆଲୋକୀକରଣ ବନ୍ଦ ପରେ ସେମାନେ କେବୁଲ୍ ଖୋଲୁଥିଲେ। ଅପରପକ୍ଷରେ ଏହି ଘଟଣାକୁ ନେଇ ତଦନ୍ତ […] The post ଅନ୍ଧାରରେ ଶ୍ରୀମନ୍ଦିର, ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ appeared first on Dharitri Odia News.
ପୁରୀ,୮।୬: ରାଜ୍ୟରେ ସରକାର ପରିବର୍ତନ ହେବା ପରେ ଅନ୍ଧାର ହୋଇଯାଇଛି ପୁରୀ ଶ୍ରୀମନ୍ଦିର। ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ପୂର୍ବରୁ ଆଲୋକୀକରଣ ପାଇଁ ନିୟୋଜିତ ଥିବା ଠିକା ସଂସ୍ଥା ଲାଇଟ ଖୋଲି ନେଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତରେ କେବୁଲ୍ ଖୋଲୁଥିବା ବେଳେ ୪ ଜଣଙ୍କୁ ଅଟକ ରଖିଛି ବଡଦାଣ୍ଡ ପୋଲିସ। ଆଲୋକୀକରଣ ବନ୍ଦ ପରେ ସେମାନେ କେବୁଲ୍ ଖୋଲୁଥିଲେ।
ଅପରପକ୍ଷରେ ଏହି ଘଟଣାକୁ ନେଇ ତଦନ୍ତ କରିବାକୁ ଏବଂ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।
ଓଡିଶାରେ ନିର୍ବାଚନ ଫଳାଫଳ ପରେ ରାଜନୈତିକ ଦୃଷ୍ଟିକୋଣରୁ ଏକ ବଡ଼ ପରିବର୍ତ୍ତନ ସହିତ ପୁରୀର ଜଗନ୍ନାଥ ମନ୍ଦିର ଚାରିପାଖରେ ଲଗାଯାଇଥିବା ଫୋକସ୍ ଲାଇଟ୍ ବନ୍ଦ ହୋଇଯାଇଛି। ଏହି ଘଟଣା ପରେ ଶୀଘ୍ର ଆଲୋକ ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି।
ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ଚାରିପାଖରେ ଲଗାଯାଇଥିବା ଫୋକସ୍ ଲାଇଟ୍ ଦୁଇ ଦିନ ପୂର୍ବରୁ ନିୟୋଜିତ ଥିବା ଠିକା ସଂସ୍ଥା ଖୋଲି ନେଇଥିଲା।
The post ଅନ୍ଧାରରେ ଶ୍ରୀମନ୍ଦିର, ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ appeared first on Dharitri Odia News.