ବାଲି ଚୋରା ଚାଲାଣକୁ ନେଇ ଉତ୍ତେଜନା, ଲିଜ୍‌ଧାରୀଙ୍କୁ ମାଡ଼ ସହ ବୋଲେରୋ ଭଙ୍ଗାରୁଜା

ଚଣ୍ଡିଖୋଲ ୨୨।୧୧: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମିର୍ଜାପୁର ସାମିଲ ବାସୁଦେଇପୁର ଠାରେ ଥିବା ବାଲିଘାଟରେ ଉତ୍ତେଜନା । ବାଲି ଚୋରା ଚାଲାଣ କରୁଥିବା ଲୋକେ ଲିଜ୍‌ଧାରୀଙ୍କୁ ମାଡ଼ ମାରିଥିଲେ । ବୋଲେରୋ ଗାଡିକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।ସୂଚନାଯୋଗ୍ୟ ଯେ, ବାସୁଦେଇପୁର ଠାରେ ଥିବା ବାଲିଘାଟଟି ତ୍ରିଲୋଚନ ରାଉତଙ୍କ ନାମରେ ରହିଥିବା ବେଳେ ବାଲିଘାଟଟି ବନ୍ଦ ରହିଛି । ସେଠାରୁ କିଛି ମୁଷ୍ଟିମେୟ ଲୋକେ ବାଲି ଚୋରା ଚାଲାଣ କରୁଥିବା ଖବର ପାଇ ଲିଜ୍‌ଧାରୀ ବାଲିଘାଟରେ ପହଞ୍ଚି ବିରୋଧ କରିଥିଲେ । ଯାହାକୁ ନେଇ ବାଲି ଚୋରା ଚାଲାଣ କରୁଥିବା ଲୋକେ ଲିଜ୍‌ଧାରୀଙ୍କୁ ମାଡ଼ ମାରିଥିଲେ । ଏହାସହ ବୋଲେରୋ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏ ନେଇ ଲିଜ୍‌ଧାରୀ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଦୁଇଟି ଟ୍ରାକ୍ଟର ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । ସେଠାରୁ ବାଲି ଚୋରା ଚାଲାଣକାରୀ ଚମ୍ପଟ ମାରିଥିଲେ । ଏ ନେଇ ଲିଜ୍‌ଧାରୀ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବହୁଦିନ ଧରି ସେଠାରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହା ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଲିଜ୍‌ଧାରୀ ଦାବି କରିଛନ୍ତି ।You Can Read:ଗୋ-ଚାଲାଣ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠନ ହେଲା କମିଟି  

ବାଲି ଚୋରା ଚାଲାଣକୁ ନେଇ ଉତ୍ତେଜନା, ଲିଜ୍‌ଧାରୀଙ୍କୁ ମାଡ଼ ସହ ବୋଲେରୋ ଭଙ୍ଗାରୁଜା

ଚଣ୍ଡିଖୋଲ ୨୨।୧୧: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମିର୍ଜାପୁର ସାମିଲ ବାସୁଦେଇପୁର ଠାରେ ଥିବା ବାଲିଘାଟରେ ଉତ୍ତେଜନା । ବାଲି ଚୋରା ଚାଲାଣ କରୁଥିବା ଲୋକେ ଲିଜ୍‌ଧାରୀଙ୍କୁ ମାଡ଼ ମାରିଥିଲେ । ବୋଲେରୋ ଗାଡିକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାସୁଦେଇପୁର ଠାରେ ଥିବା ବାଲିଘାଟଟି ତ୍ରିଲୋଚନ ରାଉତଙ୍କ ନାମରେ ରହିଥିବା ବେଳେ ବାଲିଘାଟଟି ବନ୍ଦ ରହିଛି । ସେଠାରୁ କିଛି ମୁଷ୍ଟିମେୟ ଲୋକେ ବାଲି ଚୋରା ଚାଲାଣ କରୁଥିବା ଖବର ପାଇ ଲିଜ୍‌ଧାରୀ ବାଲିଘାଟରେ ପହଞ୍ଚି ବିରୋଧ କରିଥିଲେ । ଯାହାକୁ ନେଇ ବାଲି ଚୋରା ଚାଲାଣ କରୁଥିବା ଲୋକେ ଲିଜ୍‌ଧାରୀଙ୍କୁ ମାଡ଼ ମାରିଥିଲେ । ଏହାସହ ବୋଲେରୋ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏ ନେଇ ଲିଜ୍‌ଧାରୀ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଦୁଇଟି ଟ୍ରାକ୍ଟର ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । ସେଠାରୁ ବାଲି ଚୋରା ଚାଲାଣକାରୀ ଚମ୍ପଟ ମାରିଥିଲେ । ଏ ନେଇ ଲିଜ୍‌ଧାରୀ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବହୁଦିନ ଧରି ସେଠାରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହା ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଲିଜ୍‌ଧାରୀ ଦାବି କରିଛନ୍ତି ।

You Can Read:

ଗୋ-ଚାଲାଣ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠନ ହେଲା କମିଟି