ମହାନଦୀ, ଲୁଣା, ପାଇକାରୁ ଡଙ୍ଗାରେ ବେଆଇନ ବାଲି ଚାଲାଣ; ବିପଦରେ ଶ୍ରମିକମାନଙ୍କ ଜୀବନ ଜୀବିକା

ମହାକାଳପଡ଼ା,୪।୧( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ମଧ୍ୟରୁ ବାଲି ଉତ୍ତୋଳନ କରି ବେଆଇନ ଭାବେ ଡଙ୍ଗାରେ ଚାଲାଣ ହେଉଛି। ଅପରପକ୍ଷରେ ନଦୀ ମଧ୍ୟରେ ଥିବା ବାଲିକୁ କେତେଜଣ ବାଲି ବ୍ୟବସାୟୀ ବଡ଼ ବଡ଼ ଯନ୍ତ୍ର ଚାଳିତ ଡଙ୍ଗାରେ ଶ୍ରମିକମାନଙ୍କୁ ନିୟୋଜିତ କରି ଦିନରାତି ବାଲି ଚାଲାଣ କରୁଛନ୍ତି। ଫଳରେ ବର୍ଷାଦିନରେ ବନ୍ୟା ଆସିଲେ ନଦୀର ଗତିପଥ ପରିବର୍ତ୍ତନ ହେବା ସହ  ଅତଡ଼ା ଖସୁଥିବା କୁହାଯାଇଛି। […] The post ମହାନଦୀ, ଲୁଣା, ପାଇକାରୁ ଡଙ୍ଗାରେ ବେଆଇନ ବାଲି ଚାଲାଣ; ବିପଦରେ ଶ୍ରମିକମାନଙ୍କ ଜୀବନ ଜୀବିକା appeared first on Dharitri Odia News.

ମହାନଦୀ, ଲୁଣା, ପାଇକାରୁ ଡଙ୍ଗାରେ ବେଆଇନ ବାଲି ଚାଲାଣ; ବିପଦରେ ଶ୍ରମିକମାନଙ୍କ ଜୀବନ ଜୀବିକା

ମହାକାଳପଡ଼ା,୪।୧( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ମଧ୍ୟରୁ ବାଲି ଉତ୍ତୋଳନ କରି ବେଆଇନ ଭାବେ ଡଙ୍ଗାରେ ଚାଲାଣ ହେଉଛି। ଅପରପକ୍ଷରେ ନଦୀ ମଧ୍ୟରେ ଥିବା ବାଲିକୁ କେତେଜଣ ବାଲି ବ୍ୟବସାୟୀ ବଡ଼ ବଡ଼ ଯନ୍ତ୍ର ଚାଳିତ ଡଙ୍ଗାରେ ଶ୍ରମିକମାନଙ୍କୁ ନିୟୋଜିତ କରି ଦିନରାତି ବାଲି ଚାଲାଣ କରୁଛନ୍ତି। ଫଳରେ ବର୍ଷାଦିନରେ ବନ୍ୟା ଆସିଲେ ନଦୀର ଗତିପଥ ପରିବର୍ତ୍ତନ ହେବା ସହ  ଅତଡ଼ା ଖସୁଥିବା କୁହାଯାଇଛି। ତେବେ ବେଆଇନ ବାଲି ଚାଲାଣ କରୁଥିବା ବ୍ୟବସାୟୀଙ୍କ ପ୍ରତି ରାଜସ୍ବ ବିଭାଗର ନଜର ନାହିଁ। ଏହାଦ୍ୱାରା ବିଭାଗ ବିପୁଳ ପରିମାଣରେ ରାଜସ୍ବ ହରାଉଛି। ଅପରପକ୍ଷରେ କେତେଜଣ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ ନଦୀ ମଧ୍ୟରୁ ପାଣିରେ ବୁଡ଼ି ବାଲ୍ଟି ଦ୍ୱାରା ବାଲି ଉଠାଉଥିବା କହିଛନ୍ତି। ଅନ୍ୟ କିଛି ଉପାୟ ନ ପାଇ ପେଟ ପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ଏହି ବିପଦପୂର୍ଣ୍ଣ କାମ କରିବାକୁ ପଡୁଛି ବୋଲି ଶ୍ରମିକମାନେ କହିଛନ୍ତି। ଏହି ଅଞ୍ଚଳରୁ ଦୈନିକ ୧୦ରୁ ଅଧିକ ଡଙ୍ଗାରେ ବାଲି ଚାଲାଣ ହେଉଛି। ସଇରାତରୁ ବାଲି ଉଠାଇଲେ ବ୍ୟବସାୟୀଙ୍କୁ ଅର୍ଥ ଦେବାକୁ ପଡ଼ିବ। ବିନା ଅର୍ଥରେ ଏମାନେ ଏହି ବେଆଇନ ନୀତିକୁ ଆପଣେଇ ବିପୁଳ ପରିମାଣରେ ଅର୍ଥ ରୋଜଗାର କରୁଛନ୍ତି ବୋଲି କୁହାଯାଇଛି। ଏହି ବ୍ୟବସାୟୀମାନେ ନଦୀ କୂଳରେ ଡଙ୍ଗା ଲଙ୍ଗର ପକାଇ ବାଲିକୁ ଅନଲୋଡ କରି ଟ୍ରାକ୍ଟର ପିଛା ୨ ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମହାନଦୀ, ଲୁଣା, ପାଇକା ଆଦି ନଦୀ କୂଳରେ ବେଇଅନ ବାଲି ଗଦାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ମହାକାଳପଡା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଏଭଳି କାମ ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

The post ମହାନଦୀ, ଲୁଣା, ପାଇକାରୁ ଡଙ୍ଗାରେ ବେଆଇନ ବାଲି ଚାଲାଣ; ବିପଦରେ ଶ୍ରମିକମାନଙ୍କ ଜୀବନ ଜୀବିକା appeared first on Dharitri Odia News.