ରାଷ୍ଟ୍ରପତିଙ୍କ ଆଖିରେ ଲୁହ ମହାପ୍ରଭୁଙ୍କୁ ଦେଖୁ ଦେଖୁ …

ପୁରୀ,୪।୧୨( ଅଜିତ୍ କୁମାର ମହାନ୍ତି):୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୯.୪୫ରେ ସମଙ୍ଗ ହେଲିପ୍ୟାଡଠାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ତଥା ବ୍ଲୁ ବୁକ୍ ସିକ୍ୟୁରିଟି ମଧ୍ୟରେ ରାଷ୍ଟ୍ରପତି ପ୍ରଥମେ ଶ୍ରୀମନ୍ଦିର […] The post ରାଷ୍ଟ୍ରପତିଙ୍କ ଆଖିରେ ଲୁହ ମହାପ୍ରଭୁଙ୍କୁ ଦେଖୁ ଦେଖୁ … appeared first on Dharitri Odia News.

ରାଷ୍ଟ୍ରପତିଙ୍କ ଆଖିରେ ଲୁହ ମହାପ୍ରଭୁଙ୍କୁ ଦେଖୁ ଦେଖୁ …
ପୁରୀ,୪।୧୨( ଅଜିତ୍ କୁମାର ମହାନ୍ତି):୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୯.୪୫ରେ ସମଙ୍ଗ ହେଲିପ୍ୟାଡଠାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ତଥା ବ୍ଲୁ ବୁକ୍ ସିକ୍ୟୁରିଟି ମଧ୍ୟରେ ରାଷ୍ଟ୍ରପତି ପ୍ରଥମେ ଶ୍ରୀମନ୍ଦିର ଆସିଥିଲେ । ତେବେ ରାଷ୍ଟ୍ରପତି କଡା ସୁରକ୍ଷା ମଧ୍ୟରେ ଗାଡ଼ିରେ  ଆସିଥିଲେ ମଧ୍ୟ ଶ୍ରୀ ମନ୍ଦିର କାର୍ଯ୍ୟାଳୟରୁ ଚାଲିଚାଲି ମନ୍ଦିରକୁ ଆସିଥିଲେ । ଶ୍ରୀମନ୍ଦିର ସିଂହଦ୍ଵାରଠାରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପରେ କଡା ସୁରକ୍ଷା ମଧ୍ୟରେ ମହାମହିମ ବାଇଶି ପାହାଚ ଦେଇ ୧୦ ଟା ୫  ଶ୍ରୀ ମନ୍ଦିରରେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭିତର ବେଢା଼ରେ ଥିବା ପାଶ୍ୱଦେବଦେବୀଙ୍କ ଦର୍ଶନ କରି ୧୦ ଟା ୪୦ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରୁ ପ୍ରସ୍ଥାନ କରିଥିଲେ ।  ମହାପ୍ରଭୁଙ୍କୁ ଦେଖୁ ଦେଖୁ ରାଷ୍ଟ୍ରପତିଙ୍କ ଆଖିରୁ ଝରିଗଲା ଲୁହ । ସିଂହଦ୍ଵାର ଠାରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଫୋଟ ଚିତ୍ର ପ୍ରଦାନ କରାଯାଇଥିଲା। ସେହିପରି ଏକ କୁନି ଝିଅ ଠାରୁ ସେ ମହାପ୍ରଭୁଙ୍କ ଏକ ହାତ ତିଆରି ଫୋଟ ଚିତ୍ର ଗ୍ରହଣ କରିଥିଲେ ।
ଦର୍ଶନ ସମୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କ କୌଳିକ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ , ଏମ୍ପି ଉପସ୍ଥିତ୍ ଥିଲେ । ତେବେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଦର୍ଶନ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିରରୁ ଦର୍ଶନ ସାରି ରାଷ୍ଟ୍ରପତି ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ । ସେଠାରୁ ସିଧାସଳଖ ରାଜଭବନ ଯାଇ କିଛି ସମୟ ବିଶ୍ରାମ ନେବେ। ପରେ ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନା ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ। ନୌସେନା ଦିବସ ଉତ୍ସବ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ। ତେବେ ଗୁରୁବାର ସକାଳେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମଙ୍ଗ ହେଲିପ୍ୟାଡ ଠାରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

The post ରାଷ୍ଟ୍ରପତିଙ୍କ ଆଖିରେ ଲୁହ ମହାପ୍ରଭୁଙ୍କୁ ଦେଖୁ ଦେଖୁ … appeared first on Dharitri Odia News.