ଦୀର୍ଘ ୪୦ବର୍ଷ ହେଲା ଏମାନଙ୍କୁ ନା ମିଳୁଛି ପଟ୍ଟା ନା ମିଳୁଛି ସରକାରୀ ସୁବିଧା

ରାୟଗଡା: ଦୀପ ତଳ ଅନ୍ଧାର ଭଳି ସହରାଞ୍ଚଳରେ ଥାଇ ମଧ୍ୟ ମିଳୁନି ସରକାରୀ ସୁବିଧା । ଏ ହେଉଛି ରାୟଗଡା ପୌରାଞ୍ଚଳ ଅଧିନସ୍ଥ ୨୪ ନଂମ୍ବର ୱାର୍ଡର ଶିରିଗୁଡା ବସ୍ତିର କଥା । ନାକ ତଳେ ସମସ୍ତ ସରାକରୀ ଦପ୍ତର ରହିଥିଲେ ସୁଦ୍ଧା ସରକାରୀ ସୁବିଧା ପାଇବାରୁ ଏହି ପରିବାର ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଶିରିଗୁଡା ଗ୍ରାମରେ ଦୀର୍ଘ ୪୦ ବର୍ଷ ଧରି ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି । ବସ୍ତିକୁ ଗମନାଗମନର […] The post ଦୀର୍ଘ ୪୦ବର୍ଷ ହେଲା ଏମାନଙ୍କୁ ନା ମିଳୁଛି ପଟ୍ଟା ନା ମିଳୁଛି ସରକାରୀ ସୁବିଧା appeared first on KNews Odisha.

ଦୀର୍ଘ ୪୦ବର୍ଷ ହେଲା ଏମାନଙ୍କୁ ନା ମିଳୁଛି ପଟ୍ଟା ନା ମିଳୁଛି ସରକାରୀ ସୁବିଧା
basti

ରାୟଗଡା: ଦୀପ ତଳ ଅନ୍ଧାର ଭଳି ସହରାଞ୍ଚଳରେ ଥାଇ ମଧ୍ୟ ମିଳୁନି ସରକାରୀ ସୁବିଧା । ଏ ହେଉଛି ରାୟଗଡା ପୌରାଞ୍ଚଳ ଅଧିନସ୍ଥ ୨୪ ନଂମ୍ବର ୱାର୍ଡର ଶିରିଗୁଡା ବସ୍ତିର କଥା । ନାକ ତଳେ ସମସ୍ତ ସରାକରୀ ଦପ୍ତର ରହିଥିଲେ ସୁଦ୍ଧା ସରକାରୀ ସୁବିଧା ପାଇବାରୁ ଏହି ପରିବାର ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।

ଶିରିଗୁଡା ଗ୍ରାମରେ ଦୀର୍ଘ ୪୦ ବର୍ଷ ଧରି ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି । ବସ୍ତିକୁ ଗମନାଗମନର ସୁବିଧା ପାଇଁ ରାସ୍ତାର ମଧ୍ୟ ବ୍ୟବସ୍ଥା କରାଯିବା ସହ ସରକାରଙ୍କ ତରଫରୁ ବିଦ୍ୟୁତିକରଣ ଓ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆଦିବାସୀ ପରିବାରକୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇନି । ଫଳରେ ଏହି ଆଦିବାସୀ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଶେଷ କରି ଛାତ୍ରଛାତ୍ରୀ ମାନେ ଅଧିକ ସମସ୍ୟା ଦେଇ ଗତି କରୁଛନ୍ତି । ବିଦ୍ୟାଳୟରେ ନାମଲେଖା ପାଇଁ ସ୍ଥାୟୀ ଘର ଡିହ ପଟ୍ଟାର ଆବଶ୍ୟକ ପଡୁଥିବା ବେଳେ ପଟ୍ଟା ନମିଳିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଏହି ଶିରିଗୁଡା ବସ୍ତି ବାସିନ୍ଦା ପ୍ରାୟ ସମସ୍ତେ ଦିନ ମଜୁରିଆ । ମୂଲଲାଗି କଲେ ଏମାନଙ୍କ ଗୁଜୁରାଣ ମେଣ୍ଟିଥାଏ । ୨୦ଟି ପରିବାର ମଧ୍ୟରୁ କାହା ପାଖରେ ହେଲେ ଜମି ଖଣ୍ଡିଏ ନାହିଁ । ୨ସେଣ୍ଟ୍ ଘର ଡିହ ପଟ୍ଟା ନଥିବା ଯୋଗୁଁ ଏହି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇପାରୁନି । ଭଙ୍ଗା ଦଦରା ଆଜବେଷ୍ଟ ଘରେ ପାଲ ଟାଙ୍ଗି ଦୀର୍ଘ ଚାଳିଶ ବର୍ଷ ଧରି ଏମାନେ ଏଠାରେ ଦିନ କାଟୁଛନ୍ତି । ଏନେଇ ଶିରିଗୁଡା ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ କେବଳ ଅଶ୍ୱାସନା ପରିବର୍ତ୍ତେ ସେମାନଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳିପାରିନାହିଁ ।

ତେବେ ଆସନ୍ତା ୧ମାସ ମଧ୍ୟରେ ଘରଡିହ ପଟ୍ଟା ନମିଳିଲେ କୋଡିଏ ଟି ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ଆମେ ସ୍ଥାନୀୟ ବିଧାୟକ ଆପଲୁସ୍ଵାମୀ କାଡ୍ରାକାଙ୍କ ପ୍ରତିକ୍ରିଆ ନେବାରୁ ସେ ଏନେଇ ରାଜସ୍ଵ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲୋକ ମାନେ କିପରି ପଟ୍ଟା ପାଇପାରିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ସ୍ଵାଧିନତାର ସାତ ଦଶନ୍ଦି ପରେ ମଧ୍ୟ ରାୟଗଡା ଜିଲ୍ଲାର ଆଦିବାସୀ ସଂପ୍ରଦାୟଙ୍କୁ ମିଳୁନି ମୌଳିକ ସୁବିଧା । ଫଳରେ ଶିରିଗୁଡା ପରି ଅନେକ ଆଦିବାସୀ ବସ୍ତି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ରାୟଗଡା ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ଆଗେଇ ଆସିବା ଆବଶ୍ୟକ ହୋଇପଡିଛି ।

 

The post ଦୀର୍ଘ ୪୦ବର୍ଷ ହେଲା ଏମାନଙ୍କୁ ନା ମିଳୁଛି ପଟ୍ଟା ନା ମିଳୁଛି ସରକାରୀ ସୁବିଧା appeared first on KNews Odisha.