ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ, ଯୋଗ ଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟରେ ୨୮ତାରିଖରୁ ୩ଦିନ ବ୍ୟାପୀ ଚାଲିଥିବା ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ଯୁବ ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍‍ଯାପିତ ହୋଇଯାଇଛି ।  ଉଦ୍‍ଯାପନୀ ଉତ୍ସବରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।  ଛାତ୍ରଛାତ୍ରୀଙ୍କ ବର୍ତ୍ତମାନ ସମୟ ହେଉଛି ପ୍ରକୃଷ୍ଠ ସମୟ । ଅଧ୍ୟୟନ ସହ ନିଜକୁ ସ୍ୱତନ୍ତ୍ର ଭାବେ ଗଢ଼ି ପାରିଲେ ଜୀବନର […] The post ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ, ଯୋଗ ଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ appeared first on KNews Odisha.

ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ, ଯୋଗ ଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ
kit

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟରେ ୨୮ତାରିଖରୁ ୩ଦିନ ବ୍ୟାପୀ ଚାଲିଥିବା ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ଯୁବ ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍‍ଯାପିତ ହୋଇଯାଇଛି ।  ଉଦ୍‍ଯାପନୀ ଉତ୍ସବରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।  ଛାତ୍ରଛାତ୍ରୀଙ୍କ ବର୍ତ୍ତମାନ ସମୟ ହେଉଛି ପ୍ରକୃଷ୍ଠ ସମୟ । ଅଧ୍ୟୟନ ସହ ନିଜକୁ ସ୍ୱତନ୍ତ୍ର ଭାବେ ଗଢ଼ି ପାରିଲେ ଜୀବନର ସଫଳତା ମିଳିଥାଏ । ରେଡ୍‍କ୍ରସ୍‍ ଛାତ୍ରଛାତ୍ରୀଙ୍କୁ ଏହା ସହି ଶିଖାଇଥାଏ ବୋଲି ଡ. ସାମନ୍ତ କହିଥିଲେ ।

ମୁଖ୍ୟବକ୍ତା ଭାବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଡ. ଧରଣୀଧର ନନ୍ଦ କହିଲେ, ରେଡ୍‍କ୍ରସ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ନେବା ଓ ଶୃଙ୍ଖଳା ଜ୍ଞାନ ଶିଖାଇଥାଏ । ଏହି ଜ୍ଞାନ ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଉପଯୋଗ କରିପାରନ୍ତି ।  ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତି, ୟୁଥ ରେଡକ୍ରସ୍‍ ଅଫିସର ଡ. ରମେଶ ଚନ୍ଦ୍ର ବେହେରା, ରେଡକ୍ରସ କାଉନସେଲର୍‍ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଉଦ୍‍ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍‍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ରେଡ୍‍କ୍ରସ୍‍ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୨୪୦ଟି ମହାବିଦ୍ୟାଳୟର ପ୍ରାୟ ୪୦୦ ରେଡ୍‍କ୍ରସ୍‍ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ବୃକ୍ଷ ରୋପଣ ଆଦି ବହୁମୁଖୀ ପ୍ରଶିକ୍ଷଣ ଉପରେ ତାଲିମ ନେଇଥିଲେ ।

 

The post ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ, ଯୋଗ ଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ appeared first on KNews Odisha.