ଗ୍ରାମମୁଖ୍ୟକୁ ମରଣାନ୍ତକ ଆକ୍ରମଣ

ଗୋପାଳପୁର,୧୦/୩(ନବୀନ ରାଜ ଆଚାରୀ): ଗୋଳନ୍ଥରା ଅଞ୍ଚଳରେ ରବିବାର ଗ୍ରାମଞ୍‌ମୁଖ୍ୟକୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ପାନାପୁଲ୍ଲୀ ଗ୍ରାମରେ ଜୟ ଜଗନ୍ନାଥ ରେଡି ଗ୍ରାମମୁଖ୍ୟ ରୂପେ କାର୍ଯ୍ୟ କରନ୍ତି। ରବିବାର ସକାଳେ ବାଇକରେ ତୁଳୁରୁ ଗ୍ରାମକୁ ଜୟ ଫେରୁଥିବାବେଳେ ସେହି ଗ୍ରାମର ନୀଳାମ୍ବର ଏବଂ ତାଙ୍କ ଭିଣେଇ ମିଶି ତାଙ୍କୁ ଲୁହା ରଡ଼ ମରଣାନ୍ତକ ଆକ୍ରମଣ କରିଥିଲେ। ମାଡ ମାରିବା ପରେ ଉଭୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । […] The post ଗ୍ରାମମୁଖ୍ୟକୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.

ଗ୍ରାମମୁଖ୍ୟକୁ ମରଣାନ୍ତକ ଆକ୍ରମଣ

ଗୋପାଳପୁର,୧୦/୩(ନବୀନ ରାଜ ଆଚାରୀ): ଗୋଳନ୍ଥରା ଅଞ୍ଚଳରେ ରବିବାର ଗ୍ରାମଞ୍‌ମୁଖ୍ୟକୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ପାନାପୁଲ୍ଲୀ ଗ୍ରାମରେ ଜୟ ଜଗନ୍ନାଥ ରେଡି ଗ୍ରାମମୁଖ୍ୟ ରୂପେ କାର୍ଯ୍ୟ କରନ୍ତି। ରବିବାର ସକାଳେ ବାଇକରେ ତୁଳୁରୁ ଗ୍ରାମକୁ ଜୟ ଫେରୁଥିବାବେଳେ ସେହି ଗ୍ରାମର ନୀଳାମ୍ବର ଏବଂ ତାଙ୍କ ଭିଣେଇ ମିଶି ତାଙ୍କୁ ଲୁହା ରଡ଼ ମରଣାନ୍ତକ ଆକ୍ରମଣ କରିଥିଲେ। ମାଡ ମାରିବା ପରେ ଉଭୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକ ଓ ପରିବାର ଲୋକ ଆହତ ଜୟକୁ ଉଦ୍ଧାର କରି କେଳୁଆପୁଲୀ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲଙ୍କୁ ଜୟଙ୍କୁ ନିଆଯାଇଥିବା ଜଣାପଡିଛି। ଏ ନେଇ ଗୋଳନ୍ଥରା ଥାନାରେ ଅପରାହ୍ନରେ ଜୟଙ୍କ ପରିବାର ଲୋକ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେଶ ନ ୧୦୩/୨୪ ପ୍ରକାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି l ଖୁବଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

The post ଗ୍ରାମମୁଖ୍ୟକୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.