ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର

ମାଲକାନଗିରି,୨୫।୬: ମାଲକାନଗିର ଜିଲା ମାଛକୁଣ୍ଡ ଥାନା ବାରଙ୍ଗବାଡ଼ି ଗାଁ ନିକଟ ଜଙ୍ଗଲରେ ମଙ୍ଗଳାବର ଏକ ଅଘଟଣ ଘଟିଛି। ମହୁମାଛି ଆକ୍ରମଣରେ ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଜେଜେ ଏବଂ ନାତି ଗାଈ ଚରାଇବାକୁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […] The post ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର appeared first on Dharitri Odia News.

ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର

ମାଲକାନଗିରି,୨୫।୬: ମାଲକାନଗିର ଜିଲା ମାଛକୁଣ୍ଡ ଥାନା ବାରଙ୍ଗବାଡ଼ି ଗାଁ ନିକଟ ଜଙ୍ଗଲରେ ମଙ୍ଗଳାବର ଏକ ଅଘଟଣ ଘଟିଛି। ମହୁମାଛି ଆକ୍ରମଣରେ ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଜେଜେ ଏବଂ ନାତି ଗାଈ ଚରାଇବାକୁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜେଜେଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ନାତିଙ୍କ ଚିକିତ୍ସା କରାଯାଉଛି।

The post ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର appeared first on Dharitri Odia News.