ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୭।୬: ସରକାର ଗଠନ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିବା ପରେ ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଧ୍ୟା ୭ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। The President will administer the oath of office and secrecy to the Prime Minister and […] The post ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୭।୬: ସରକାର ଗଠନ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିବା ପରେ ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଧ୍ୟା ୭ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ।
The President will administer the oath of office and secrecy to the Prime Minister and other members of the Union Council of Ministers at 7.15 pm on June 09, 2024, at Rashtrapati Bhavan.
— President of India (@rashtrapatibhvn) June 7, 2024
ଜବାହାରଲାଲ ନେହେରୁଙ୍କ ପରେ ପ୍ରଥମ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।
ତୃତୀୟ ଥର ପାଇଁ ଏନଡିଏକୁ ଦେଶ ସେବା କରିବାର ସୁଯୋଗ ଦିଆଯାଇଛି। ଆମକୁ ଏହି ସୁଯୋଗ ଦେଇଥିବାରୁ ମୁଁ ଏହି ଦେଶର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି … ଏବଂ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଗତ ଦୁଇ ଅବଧିରେ ଦେଶ ଯେଉଁ ଗତିରେ ବିକାଶ କରିଛି … ଆମେ ସମାନ ବେଗରେ ଏବଂ ସମାନ ଉତ୍ସର୍ଗରେ କାର୍ୟ୍ୟ କରିବୁ ବୋଲି ମୋଦି ରାଷ୍ଟ୍ରପତିଙ୍କୁ ଭେଟିବା ପରେ କହିଥିଲେ। ”
ସେ ଏହା ମଧ୍ୟ କହିଛନ୍ତି, “ଏନଡିଏ ସରକାର ପ୍ରଥମ, ଦ୍ୱିତୀୟ ଏବଂ ବର୍ତ୍ତମାନ ତୃତୀୟ … ଏହା ନିରନ୍ତରତା। ଆମେ ଦେଶକୁ ଆଗକୁ ବଢାଇବୁ … ମୋର ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟ କରିବାର ଅଭିଜ୍ଞତା ଅଛି ଏବଂ ଏହି ଅଭିଜ୍ଞତାକୁ ଭଲ ଭାବରେ ବ୍ୟବହାର କରିବି।”
The post ରବିବାର ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସହିତ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on Dharitri Odia News.