ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍, ତାଲିକାରେ କେଜରିଓ୍ବାଲଙ୍କ ନାଁ
ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି। ଏହାରି ଭିତରେ ଗୁଜୁରାଟ ପାଇଁ ଆପ୍ର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଅରବିନ୍ଦ କେଜରିଓ୍ବାଲଙ୍କ ନାମ ପ୍ରଥମରେ ରହିଛି। ଏହା ବ୍ୟତୀତ ସୁନୀତା କେଜରିଓ୍ବାଲ, ସଞ୍ଜୟ ସିଂ, ରାଘବ ଚଢା, ସୌରଭ ଭରଦ୍ୱାଜ, ଆତିଶୀ ଏବଂ ସନ୍ଦୀପ ପାଠକ, ଭାଗବତ ମାନ, ମନୀଷ ସିସୋଡିଆ ଏବଂ […] The post ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍, ତାଲିକାରେ କେଜରିଓ୍ବାଲଙ୍କ ନାଁ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି। ଏହାରି ଭିତରେ ଗୁଜୁରାଟ ପାଇଁ ଆପ୍ର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଅରବିନ୍ଦ କେଜରିଓ୍ବାଲଙ୍କ ନାମ ପ୍ରଥମରେ ରହିଛି। ଏହା ବ୍ୟତୀତ ସୁନୀତା କେଜରିଓ୍ବାଲ, ସଞ୍ଜୟ ସିଂ, ରାଘବ ଚଢା, ସୌରଭ ଭରଦ୍ୱାଜ, ଆତିଶୀ ଏବଂ ସନ୍ଦୀପ ପାଠକ, ଭାଗବତ ମାନ, ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ମଧ୍ୟ ରହିଛନ୍ତି।
ଏହି ତାଲିକା ବାହାରିବା ପରେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ତିହାର ଜେଲରେ ଥିବା ଦଳର ମୁଖ୍ୟ ତଥା ସିଏମ କେଜରିୱାଲଙ୍କ ନାଁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ସେ ଜେଲରେ ଥିବାବେଳେ ଗୁଜୁରାଟରେ ଦଳ ପାଇଁ କିପରି ପ୍ରଚାର କରିବେ ବୋଲି ପ୍ରଶ୍ନ ଉଠିଛି। ତାଲିକାରେ ଦଳ ମୋଟ ୪୦ଜଣଙ୍କ ନାମ ଘୋଷଣା କରିଛି।
The post ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍, ତାଲିକାରେ କେଜରିଓ୍ବାଲଙ୍କ ନାଁ appeared first on Dharitri Odia News.