ଅଶ୍ୱିନଙ୍କ ୧୦୦ତମ ଟେଷ୍ଟରେ କେକ୍‌ କାଟି ସେଲିବ୍ରେଟ୍‌ କଲେ ସୁନୀଲ ଗାଭାସ୍କର? ଏହା ହେଉଛି ବଡ଼ କାରଣ…

ଧର୍ମଶାଳା,୭।୩: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଧର୍ମଶାଳାରେ ଖେଳାଯାଉଛି। ରବିଚନ୍ଦ୍ରନ ଅଶ୍ୱିନ ଏଠାରେ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି। ସେହିଭଳି ଦେବଦତ୍ତ ପଡ୍ଡିକଲ ଡେବ୍ୟୁ କରିଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍‌ ସ୍ବତନ୍ତ୍ର ପାଲଟିଛି। ଏସବୁ ସତ୍ତ୍ୱେ ଷ୍ଟାଡିୟମର କମେଣ୍ଟ୍ରି ବକ୍ସରେ ବସିଥିବା ସୁନିଲ ଗାଭାସ୍କର ହଠାତ୍‌ କେକ୍‌ କାଟିଥିବା ଦେଖାଯାଇଥିଲା। ଏହା ପଛର କାରଣ କ’ଣ ତାହା ଜାଣିବାକୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। କହିବାକୁ ଚାହିଁବୁ, ଗାଭାସ୍କର ଏହି କେକ୍‌କୁ ଅଶ୍ୱିନ କିମ୍ବା […] The post ଅଶ୍ୱିନଙ୍କ ୧୦୦ତମ ଟେଷ୍ଟରେ କେକ୍‌ କାଟି ସେଲିବ୍ରେଟ୍‌ କଲେ ସୁନୀଲ ଗାଭାସ୍କର? ଏହା ହେଉଛି ବଡ଼ କାରଣ… appeared first on Dharitri Odia News.

ଅଶ୍ୱିନଙ୍କ ୧୦୦ତମ ଟେଷ୍ଟରେ କେକ୍‌ କାଟି ସେଲିବ୍ରେଟ୍‌ କଲେ ସୁନୀଲ ଗାଭାସ୍କର? ଏହା ହେଉଛି ବଡ଼ କାରଣ…

ଧର୍ମଶାଳା,୭।୩: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଧର୍ମଶାଳାରେ ଖେଳାଯାଉଛି। ରବିଚନ୍ଦ୍ରନ ଅଶ୍ୱିନ ଏଠାରେ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି। ସେହିଭଳି ଦେବଦତ୍ତ ପଡ୍ଡିକଲ ଡେବ୍ୟୁ କରିଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍‌ ସ୍ବତନ୍ତ୍ର ପାଲଟିଛି। ଏସବୁ ସତ୍ତ୍ୱେ ଷ୍ଟାଡିୟମର କମେଣ୍ଟ୍ରି ବକ୍ସରେ ବସିଥିବା ସୁନିଲ ଗାଭାସ୍କର ହଠାତ୍‌ କେକ୍‌ କାଟିଥିବା ଦେଖାଯାଇଥିଲା। ଏହା ପଛର କାରଣ କ’ଣ ତାହା ଜାଣିବାକୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

କହିବାକୁ ଚାହିଁବୁ, ଗାଭାସ୍କର ଏହି କେକ୍‌କୁ ଅଶ୍ୱିନ କିମ୍ବା ପଡ୍ଡିକଲଙ୍କ ଡେବ୍ୟୁ ଲାଗି କାଟିନାହାନ୍ତି। ଏହା ତାଙ୍କ ଟେଷ୍ଟ କ୍ରିକେଟରେ ୧୦୦୦୦ ରନ୍‌ କରିଥିବା ପ୍ରଥମ କ୍ରିକେଟର ହେବା ଖୁସିରେ ଥିଲା। ୧୯୮୭ ମସିହା ଆଜିର ଦିନରେ ଟେଷ୍ଟ କ୍ରିକେଟରେ ନିଜର ୧୦୦୦୦ ରନ୍‌ ପୂରଣ କରିଥିଲେ ସେ। ସେ ଏଭଳି କରିଥିବା ଦୁନିଆର ପ୍ରଥମ କ୍ରିକେଟର ପାଲଟିଛନ୍ତି। ଅଶ୍ୱିନଙ୍କ ୧୦୦ ଟେଷ୍ଟ ଦିନ ଏହି ସଫଳତାକୁ ୩୭ ବର୍ଷ ପୁରିଛି।

ସୁନୀଲ ଗାଭାସ୍କରଙ୍କ ଟେଷ୍ଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୧୨୫ ମ୍ୟାଚର ୨୩୪ ଇନିଂସରେ ୧୦,୧୨୨ ରନ ସ୍କୋର କରିଛନ୍ତି, ଯେଉଁଥିରେ ୩୪ ଶତକ ରହିଛି। ଗାଭାସ୍କର ୧୯୭୧ ମସିହାରେ ପୋର୍ଟ ଅଫ ସ୍ପେନରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେହିଭଳି ସେ ୧୯୮୭ ରେ ପାକିସ୍ତାନ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଗାଭାସ୍କର ହେଉଛନ୍ତି ବ୍ୟାଟ୍ସମ୍ୟାନ ଯିଏ ଟେଷ୍ଟ ସିରିଜରେ ଓପନର୍‌ ଭାବରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି।

The post ଅଶ୍ୱିନଙ୍କ ୧୦୦ତମ ଟେଷ୍ଟରେ କେକ୍‌ କାଟି ସେଲିବ୍ରେଟ୍‌ କଲେ ସୁନୀଲ ଗାଭାସ୍କର? ଏହା ହେଉଛି ବଡ଼ କାରଣ… appeared first on Dharitri Odia News.