ରାତି ପାହିଲେ ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ
ମାଓ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଥିବା ୫ଟି ବୁଥକୁ ଆଜି ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ କର୍ମଚାରୀ।
ରାତି ପାହିଲେ ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ। ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ପ୍ରସ୍ତୁତ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନର ଭୋଟର। ଏଥିପାଇଁ ନିର୍ବାଚନ କମିଶନ୍ ତଥା ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି। କଳାହାଣ୍ଡି, ନବରଙ୍ଗପୁର,ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ସିଟରେ ମତଦାନ ଲାଗି ସରିଛି ସବୁ ପ୍ରକାର ପ୍ରସ୍ତୁତି। ମାଓ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଥିବା ୫ଟି ବୁଥକୁ ଆଜି ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ କର୍ମଚାରୀ।