କୋଡ଼ି ମାଡ଼ରେ ଜଣଙ୍କ ଜୀବନ ଗଲା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ,୧୩ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ ଶନିବାର କୋଡ଼ି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ବିଜୟ ପାଣିଗ୍ରାହୀ (୩୩)। ହତ୍ୟା ଅଭିଯୋଗରେ ପୋଲିସ ଉକ୍ତ ଗ୍ରାମର ରାମକୃଷ୍ଣ ସାହୁ(୫୪)ଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଉଭୟ ବିଜୟ ଓ ରାମକୃଷ୍ଣ ଉକ୍ତ ଗାଁର ଏକ ଘରେ ଶୁକ୍ରବାର ରାତିରେ ଥିଲେ। ଭୋର୍‌ରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା। ଦୁହେଁ ହାତାହାତି ହୋଇଥିଲେ। […] The post କୋଡ଼ି ମାଡ଼ରେ ଜଣଙ୍କ ଜୀବନ ଗଲା, ଅଭିଯୁକ୍ତ ଗିରଫ appeared first on Dharitri Odia News.

କୋଡ଼ି ମାଡ଼ରେ ଜଣଙ୍କ ଜୀବନ ଗଲା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ,୧୩ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ ଶନିବାର କୋଡ଼ି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ବିଜୟ ପାଣିଗ୍ରାହୀ (୩୩)। ହତ୍ୟା ଅଭିଯୋଗରେ ପୋଲିସ ଉକ୍ତ ଗ୍ରାମର ରାମକୃଷ୍ଣ ସାହୁ(୫୪)ଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ଉଭୟ ବିଜୟ ଓ ରାମକୃଷ୍ଣ ଉକ୍ତ ଗାଁର ଏକ ଘରେ ଶୁକ୍ରବାର ରାତିରେ ଥିଲେ। ଭୋର୍‌ରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା। ଦୁହେଁ ହାତାହାତି ହୋଇଥିଲେ। ରାମକୃଷ୍ଣ ଘର ଭିତରେ ଥିବା ଏକ କୋଡ଼ିରେ ବିଜୟଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ। ରକ୍ତ ଜୁଡୁବୁଡୁ ବିଜୟ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଘରୁ ବାହାରକୁ ଦୌଡ଼ି ଗାଁ ଦାଣ୍ଡରେ ପଡ଼ି ଯାଇଥିଲେ। ସେଠାରେ ହିଁ ବିଜୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଆଇଆଇସି ଶ୍ରୀନିବାସ ସେଠୀଙ୍କ ସହ ପୋଲିସ ଟିମ୍‌ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ରାମକୃଷ୍ଣଙ୍କୁ ଧରି ଥାନାରେ ରଖି ପଚରାଉଚରା କରାଯାଉଛି। ଧାର ଟଙ୍କାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡରେ ବ୍ୟବହୃତ କୋଡ଼ିକୁ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବେଳେ ଘଟଣାସ୍ଥଳରେ ଫରେନ୍‌ସିକ୍‌ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଅନୁସନ୍ଧାନ ଓ ପ୍ରମାଣ ସଂଗ୍ରହ କରିଛନ୍ତି। ମୃତ ବିଜୟଙ୍କ ବାପା ସାହେବ ପାଣିଗ୍ରାହୀଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ୍‌ ନଂ- ୩୯/୨୪ରେ ଏକ ମାମଲା ରୁଜୁ ହୋଇଛି।

The post କୋଡ଼ି ମାଡ଼ରେ ଜଣଙ୍କ ଜୀବନ ଗଲା, ଅଭିଯୁକ୍ତ ଗିରଫ appeared first on Dharitri Odia News.