ନୂଆଁଖାଇରେ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ 

ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏଥିପାଇଁ ସୁରକ୍ଷା କଡ଼ାକଡ଼ି । ସମ୍ବଲପୁର ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ  । ଏହାପୂର୍ବରୁ ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ  କରାଯାଇଛି  । ଗତକାଲି ସନ୍ଧ୍ୟା ୬ଟାରେ ଧନକଉଡ଼ା ଛକ ନିକଟରୁ ଫ୍ଲାଗମାର୍ଚ୍ଚ  ଆରମ୍ଭ ହୋଇଥିଲା ।  ଏହା ସୁନାପାଲି, ମୋତିଜୀରା, ଭୁତାପଡା, ବଡ଼ସଡ଼କ, କୁଞ୍ଜେଲପଡା, ସମଲେଶ୍ୱରୀ ମନ୍ଦିର ଦେଇ ରେଲୱେ ଷ୍ଟେସନ ଓ  ଜିଏମ କଲେଜ ଛକରେ […] The post ନୂଆଁଖାଇରେ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ  appeared first on KNews Odisha.

ନୂଆଁଖାଇରେ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ 
mohan

ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏଥିପାଇଁ ସୁରକ୍ଷା କଡ଼ାକଡ଼ି । ସମ୍ବଲପୁର ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ  । ଏହାପୂର୍ବରୁ ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ  କରାଯାଇଛି  । ଗତକାଲି ସନ୍ଧ୍ୟା ୬ଟାରେ ଧନକଉଡ଼ା ଛକ ନିକଟରୁ ଫ୍ଲାଗମାର୍ଚ୍ଚ  ଆରମ୍ଭ ହୋଇଥିଲା ।  ଏହା ସୁନାପାଲି, ମୋତିଜୀରା, ଭୁତାପଡା, ବଡ଼ସଡ଼କ, କୁଞ୍ଜେଲପଡା, ସମଲେଶ୍ୱରୀ ମନ୍ଦିର ଦେଇ ରେଲୱେ ଷ୍ଟେସନ ଓ  ଜିଏମ କଲେଜ ଛକରେ ଏହି ଫ୍ଲାଗ ମାର୍ଚ୍ଚ ଶେଷ ହୋଇଥିଲା  ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ ।  ଅପରାହ୍ନ ଗୋଟାଏ ୧୦ରେ ସମଲେଇ ମନ୍ଦିରରେ ପହଞ୍ଚି ମାଆ ସମଲେଇଙ୍କୁ ଦର୍ଶନ କରିବେ ।  ଏହାପରେ ଦିନ ୩ଟା ୩୫ରେ ମରାୱାଡ଼ି ଯୁବାମଞ୍ଚ ଦ୍ବାରା ରିଭର ଇନଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନ  ୪ଟା ୧୫ରେ ମୁଖ୍ୟମନ୍ତ୍ରୀ ତପସ୍ବିନୀ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଉଦଘାଟନ କରିବେ । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କର ୫ଟି କାର୍ଯ୍ୟକ୍ରମ ରହିଛି  ।  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ  ସୁରକ୍ଷା କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

The post ନୂଆଁଖାଇରେ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ  appeared first on KNews Odisha.