ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ତିନିଦିନ ବିଳମ୍ବିତ ଉପସ୍ଥାନରେ ଗୋଟିଏ ଦିନ ସିଏଲ୍

 ଭୁବନେଶ୍ୱର : ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ । ସବୁ କର୍ମଚାରୀଙ୍କ ପାଇଁ ଅଫିସ୍ ଇନ୍, ଅଫିସ ଆଉଟ୍ ଟାଇମ ରେକର୍ଡ କରାଯିବ । ଗଲା ବେଳେ ଆଉଟ୍ ଟାଇମରେ ବାୟୋମେଟ୍ରିକରେ ନଦେଲେ ତାହା ଛୁଟି ବୋଲି ଧରାଯିବ । ସମସ୍ତ କର୍ମଚାରୀ ସକାଳ ୧୦ଟା ୩୦ ଭିତରେ ଅଫିସ ଆସିବେ । ସାଢେ ୭ ଘଣ୍ଟା ଅଫିସରେ ରହିବେ । କର୍ମଚାରୀ ୪ ଘଣ୍ଟା ପରେ ଯଦି ପଳାଇବେ ତାହା ଅଧାଦିନ ଛୁଟି ବୋଲି […] The post ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ତିନିଦିନ ବିଳମ୍ବିତ ଉପସ୍ଥାନରେ ଗୋଟିଏ ଦିନ ସିଏଲ୍ appeared first on KNews Odisha.

ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ତିନିଦିନ ବିଳମ୍ବିତ ଉପସ୍ଥାନରେ ଗୋଟିଏ ଦିନ ସିଏଲ୍
finance

 ଭୁବନେଶ୍ୱର : ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ । ସବୁ କର୍ମଚାରୀଙ୍କ ପାଇଁ ଅଫିସ୍ ଇନ୍, ଅଫିସ ଆଉଟ୍ ଟାଇମ ରେକର୍ଡ କରାଯିବ । ଗଲା ବେଳେ ଆଉଟ୍ ଟାଇମରେ ବାୟୋମେଟ୍ରିକରେ ନଦେଲେ ତାହା ଛୁଟି ବୋଲି ଧରାଯିବ । ସମସ୍ତ କର୍ମଚାରୀ ସକାଳ ୧୦ଟା ୩୦ ଭିତରେ ଅଫିସ ଆସିବେ । ସାଢେ ୭ ଘଣ୍ଟା ଅଫିସରେ ରହିବେ । କର୍ମଚାରୀ ୪ ଘଣ୍ଟା ପରେ ଯଦି ପଳାଇବେ ତାହା ଅଧାଦିନ ଛୁଟି ବୋଲି ବିବେଚନା କରାଯିବ ।

୪ ଘଣ୍ଟାରୁ କମ୍ ସମୟ ଅଫିସ ରହିଲେ ତାହାଛୁଟି ବୋଲି ବିବେଚନା କରାଯିବ । ୧୦ଟା ୩୦ ପରେ ଆସିଲେ ତାହା କର୍ମଚାରୀଙ୍କର ବିଳମ୍ବିତ ଉପସ୍ଥାନ ଭାବେ ଧରାଯିବ । ତିନିଦିନ ବିଳମ୍ବିତ ଉପସ୍ଥାନ ହେଲେ ଗୋଟିଏ ଦିନ ସିଏଲ୍ କଟିଯିବ । ୧୧ଟା ପରେ ଯଦି କୌଣସି କର୍ମଚାରୀ ଆସନ୍ତି ତାହାହେଲେ ସମ୍ପୃକ୍ତ ଦିନଟି ତାଙ୍କର ଛୁଟି ବୋଲି ବିବେଚନା ହେବ । ମନ୍ତ୍ରୀଙ୍କ ପାଖରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । ଅଗଷ୍ଟ ୧ ରୁ ଏହା ଅର୍ଥ ବିଭାଗରେ ଲାଗୁ ହେବ ।

The post ଅର୍ଥ ବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ତିନିଦିନ ବିଳମ୍ବିତ ଉପସ୍ଥାନରେ ଗୋଟିଏ ଦିନ ସିଏଲ୍ appeared first on KNews Odisha.