ଘର ଦୁଆର ମୁହଁରୁ ଶିଶୁ ଗାୟବ
ବାଲେଶ୍ୱର : ଘର ଦୁଆର ମୁହଁରୁ ନିଖୋଜ ହେଲା ଅଢେଇ ବର୍ଷର ଶିଶୁ I ଗତକାଲି ଘର ନିକଟରେ ଖେଳୁଥିବା ସମୟରେ ନିଖୋଜ ହୋଇଗଲା କୁନି ପୁଅ ଶୁଭମ ସାହୁ । ତାଙ୍କ ବାପାଙ୍କ ନାଁ ମୋହନ ସାହୁ Iଖୋଜିଖୋଜି କରି ନିରାଶ ହେବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ରାଇପୁର ଗାଁରେ I ସୋର ପୌରପାଳିକା ୪ ନମ୍ବର ୱାର୍ଡରୁ ସାଦମାପୁର […]

ବାଲେଶ୍ୱର : ଘର ଦୁଆର ମୁହଁରୁ ନିଖୋଜ ହେଲା ଅଢେଇ ବର୍ଷର ଶିଶୁ I ଗତକାଲି ଘର ନିକଟରେ ଖେଳୁଥିବା ସମୟରେ ନିଖୋଜ ହୋଇଗଲା କୁନି ପୁଅ ଶୁଭମ ସାହୁ । ତାଙ୍କ ବାପାଙ୍କ ନାଁ ମୋହନ ସାହୁ Iଖୋଜିଖୋଜି କରି ନିରାଶ ହେବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ରାଇପୁର ଗାଁରେ I
ସୋର ପୌରପାଳିକା ୪ ନମ୍ବର ୱାର୍ଡରୁ ସାଦମାପୁର ରାଇପୁର ଗାଁର ମୋହନ ସାହୁଙ୍କ କୁନିପୁଅ ଶୁଭମ ଘର ନିକଟରୁ ନିଖୋଜ ହୋଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକ ଗାଁର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ନିରାଶ ହେବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ କୁକୁର ଏବଂ ସ୍ଥାନୀୟ ଲୋକଙ୍କ ସହାୟତରେ ଗତକାଲି ସ୍ଥାନୀୟ ଅଂଚଳର ଗଡ଼ିଆ ପୋଖରୀ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରେ ଖୋଜିଥିଲେ । ଶେଷରେ କୁକୁରଟି ରେଳ ଷ୍ଟେସନ ରେ ପହଁଚି ସେଠାରେ ଶୋଇ ରହିଥିଲା I ଏଥିରୁ ଶିଶୁଟିକୁ ଅପହରଣ କରାଯାଇଥିବା ନେଇ ସନ୍ଦେହ କରାଯାଉଛି I ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ଶିଶୁର କୌଣସି ପତ୍ତା ମିଳିପାରିନାହିଁ । ଶିଶୁ ସଂପର୍କରେ ସୂଚନା ପାଇଲେ ପରିବାର ଲୋକଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ।