ଚୋରା ଚାଲାଣ ବେଳେ ୧୭୬ଟି ବିରଳ କଇଁଛ ଜବତ ,୪ ଗିରଫ

କଳାହାଣ୍ଡି :ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ୧୭୬ ଟି ବିରଳ କଇଁଛ I କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ କଇଁଛ ଚାଲାଣ ବେଳେ ଝରିଗାଁ ବନ ବିଭାଗ ଦ୍ୱାରା କଇଁଛ ଉଦ୍ଧାର ହୋଇଛି। ଏଥିରେ ୪ଜଣ ଯୁବକଙ୍କୁ ଗିରଫ କରିବା ସହ ଦୁଇଟି ମୋଟର ସାଇକେଲ ଜବତ ହୋଇଛି। ଗିରଫ ଯୁବକମାନେ ହେଲେ କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମର ଦିଗାମ୍ବର ଗୋପାଳ (୨୯),ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ତିନି ଜଣ […]

ଚୋରା ଚାଲାଣ ବେଳେ ୧୭୬ଟି ବିରଳ କଇଁଛ ଜବତ ,୪ ଗିରଫ
ଚୋରା ଚାଲାଣ ବେଳେ ୧୭୬ଟି ବିରଳ କଇଁଛ ଜବତ ,୪ ଗିରଫ

କଳାହାଣ୍ଡି :ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ୧୭୬ ଟି ବିରଳ କଇଁଛ I କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ କଇଁଛ ଚାଲାଣ ବେଳେ ଝରିଗାଁ ବନ ବିଭାଗ ଦ୍ୱାରା କଇଁଛ ଉଦ୍ଧାର ହୋଇଛି। ଏଥିରେ ୪ଜଣ ଯୁବକଙ୍କୁ ଗିରଫ କରିବା ସହ ଦୁଇଟି ମୋଟର ସାଇକେଲ ଜବତ ହୋଇଛି। ଗିରଫ ଯୁବକମାନେ ହେଲେ କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମର ଦିଗାମ୍ବର ଗୋପାଳ (୨୯),ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ତିନି ଜଣ ଯୁବକ ଧରମ ଚାଲାଣ (୪୦), ତ୍ରିଲୋଚନ ଚାଲାଣ (୩୮) ଏବଂ ଗଗେନେଶ୍ୱର ନାୟକ (୩୬) l

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଗତମୁଣ୍ଡାରୁ ଉମରକୋଟ ଅଂଚଳକୁ ଚୋରାରେ ବିରଳ କଇଁଛ ଚାଲାଣ ହେଉଥିବା ଖବର ବନବିଭାଗ ପାଇଥିଲା । ପରେ ଉକ୍ତ ଅଞ୍ଚଳରେ ବନବିଭାଗ ଚଢ଼ାଉ କରିଥିଲା । ବନ ବିଭାଗ କର୍ମଚାରୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ୪ ଜଣଙ୍କୁ ଗିରଫ କରିଛି । ବନାଂଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲଡ୍ ଲାଇଫ ଟିମ ଓ ପରା ଷ୍ଟାଫ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପାଖାପାଖି ୧୭୬ଟି ଜିଅନ୍ତା କଇଁଛ ଉଦ୍ଧାର କରିଥିଲେ । ଚାରି ଜଣ ବାଇକ ସାହାଯ୍ୟରେ କଇଁଛ ନେଉଥିବା ବେଳେ ବନ ବିଭାଗ ସେମାନଙ୍କୁ ଗିରଫ କରିଥିଲା । ଉଦ୍ଧାର କଇଁଛଗୁଡିକୁ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଛି । କଇଁଛ ଗୁଡ଼ିକ ବିକ୍ରି ପାଇଁ ନେଉଥିଲେ ବୋଲି ଅଭିଯୁକ୍ତ ମାନେ କହିଛନ୍ତି । ଝରିଗାଁ ବନବିଭାଗ ଏହି ଘଟଣାର ତଦନ୍ତ ଜାରି କରିଛି ।