ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି: ପୋକ୍ସୋ ଆକ୍ଟରେ ଅଭିଯୋଗ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ କୋର୍ଟ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ପୋକ୍ସୋ ଆକ୍ଟରେ ଏହି ଗିରଫ ପରୱାନା ଜାରି କରାଯାଇଛି। ଏହା ପୂର୍ବରୁ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ମାମଲା ସମ୍ପର୍କରେ ସୂଚନା ଦେଇଥିଲେ। କହିଥିଲେ ଯେ ସିଆଇଡି ୟେଡିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ମାମଲାରେ ତଦନ୍ତ କରୁଛି। ତାଙ୍କୁ ଏସମ୍ପର୍କି ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇପାରେ। ଦରକାର ପଡ଼ିଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଜି.ପରମେଶ୍ୱର କହିଥିଲେ। ମିଡିଆକୁ ମନ୍ତବ୍ୟ ଦେଇ ପରମେଶ୍ୱର କହିଛନ୍ତି “ଆଇନ ଅନୁସାରେ ନୋଟିସ ପଠାଯାଇଛି। ଜୁନ ୧୫ ତାରିଖ ସୁଦ୍ଧା ଚାର୍ଜଶିଟ୍ ଫାଇଲ କରାଯାଇପାରେ। ତେବେ ତା ପୂର୍ବରୁ ସିଆଇଡି ଚାର୍ଜଶିଟ୍ ଦାଖଲ କରିବ। ଏଥିପାଇଁ ତାଙ୍କୁ ନିୟମର ପାଳନ କରିବାକୁ ହେବ। ଏଥିପାଇଁ ସିଆଇଡିକୁ କୋର୍ଟରେ ସମସ୍ତ ରେକର୍ଡ ଓ ବୟାନ ଦେବାକୁ ପଡ଼ିବ। ଏହିସବୁ ନିୟମ ରହିଛି। ବିଭାଗ ଏହାର ପାଳନ କରିବ।”ସେହିଭଳି ଏକ ପ୍ରଶ୍ନର ଉତ୍ତର ଦେଇ ପରମେଶ୍ୱର କହିଥିଲେ “ଯଦି ଦରକାର ପଡ଼େ ତେବେ ସେମାନଙ୍କୁ ଗିରଫ କରାଯିବ। ତେବେ ଏହା ଦରକାର କି ନା ମୁଁ କହିପାରିବି ନାହିଁ, ସିଆଇଡି ହିଁ କହିପାରିବ। ଯଦି ଆବଶ୍ୟକ ହୁଏ ତେବେ ଗରିଫ କରାଯିବ।”ପୁଲିସର ସୂଚନା ଅନୁସାରେ ୟେଡିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଓ ଆଇପ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ କୋର୍ଟ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ପୋକ୍ସୋ ଆକ୍ଟରେ ଏହି ଗିରଫ ପରୱାନା ଜାରି କରାଯାଇଛି।
ଏହା ପୂର୍ବରୁ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ମାମଲା ସମ୍ପର୍କରେ ସୂଚନା ଦେଇଥିଲେ। କହିଥିଲେ ଯେ ସିଆଇଡି ୟେଡିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ମାମଲାରେ ତଦନ୍ତ କରୁଛି। ତାଙ୍କୁ ଏସମ୍ପର୍କି ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇପାରେ। ଦରକାର ପଡ଼ିଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଜି.ପରମେଶ୍ୱର କହିଥିଲେ।
ମିଡିଆକୁ ମନ୍ତବ୍ୟ ଦେଇ ପରମେଶ୍ୱର କହିଛନ୍ତି “ଆଇନ ଅନୁସାରେ ନୋଟିସ ପଠାଯାଇଛି। ଜୁନ ୧୫ ତାରିଖ ସୁଦ୍ଧା ଚାର୍ଜଶିଟ୍ ଫାଇଲ କରାଯାଇପାରେ। ତେବେ ତା ପୂର୍ବରୁ ସିଆଇଡି ଚାର୍ଜଶିଟ୍ ଦାଖଲ କରିବ। ଏଥିପାଇଁ ତାଙ୍କୁ ନିୟମର ପାଳନ କରିବାକୁ ହେବ। ଏଥିପାଇଁ ସିଆଇଡିକୁ କୋର୍ଟରେ ସମସ୍ତ ରେକର୍ଡ ଓ ବୟାନ ଦେବାକୁ ପଡ଼ିବ। ଏହିସବୁ ନିୟମ ରହିଛି। ବିଭାଗ ଏହାର ପାଳନ କରିବ।”
ସେହିଭଳି ଏକ ପ୍ରଶ୍ନର ଉତ୍ତର ଦେଇ ପରମେଶ୍ୱର କହିଥିଲେ “ଯଦି ଦରକାର ପଡ଼େ ତେବେ ସେମାନଙ୍କୁ ଗିରଫ କରାଯିବ। ତେବେ ଏହା ଦରକାର କି ନା ମୁଁ କହିପାରିବି ନାହିଁ, ସିଆଇଡି ହିଁ କହିପାରିବ। ଯଦି ଆବଶ୍ୟକ ହୁଏ ତେବେ ଗରିଫ କରାଯିବ।”
ପୁଲିସର ସୂଚନା ଅନୁସାରେ ୟେଡିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଓ ଆଇପିସି ଧାରା ୩୫୪ଏରେ ଅଭିଯୋଗ ହୋଇଛି। ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ମାଆଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଛି। ଚଳିତ ବର୍ଷ ଫେବ୍ରୁଆରିରେ ୟେଦିୟୁରପ୍ପାଙ୍କ ଡଲାର କଲୋନୀ ସ୍ଥିତ ଘରେ ହୋଇଥିବା ବୈଠକରେ ତାଙ୍କ ଝିଅଙ୍କୁ ଯୌନନିର୍ଯାତନା ଦେଇଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ।
ଅଭିଯୋଗର କିଛି ଘଣ୍ଟା ପରେ ମାର୍ଚ୍ଚ ୧୪ ତାରିଖରେ ସଦାଶିବଗନର ପୁଲିସ ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କର୍ଣ୍ଣାଟକ ଡିଜି ଆଲୋକ ମୋହନ ଏହି ମାମଲାକୁ ସିଆଇଡିକୁ ହସ୍ତାନ୍ତର କରିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ମହିଳା ୟେଦିୟୁରପ୍ପାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଗତ ମାସରେ ଫୁସ୍ଫୁସ୍ କର୍କଟରେ ତାଙ୍କର ମୃତ୍ୟୁ ହୋଇଛି।