ବଢ଼ୁଛି ଅଡ଼ୁଆ, ଏବେ ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ?

ନୂଆଦିଲ୍ଲୀ,୧୯।୭: ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଫାଇନାଲରେ ବୋଲିଂରେ ବଡ଼ କାରନାମା କରିବା ପରେ ତାଙ୍କୁ ‘ହିରୋ’ ବୋଲି କୁହାଯାଉଛି। ଅନେକ ପ୍ରଶଂସକ ଆଇପିଏଲ୍‌ ସମୟରେ କରିଥିବା ଟ୍ରୋଲିଂକୁ ନେଇ କ୍ଷମା ମାଗିଛନ୍ତି। ଏସବୁ ଦେଖି ତାଙ୍କର ଖରାପ ସମୟ ଶେଷ ହୋଇଗଲା ବୋଲି ଲାଗିଥିଲା। ହେଲେ ଏବେ ତାଙ୍କର ଛାଡ଼ପତ୍ର ହୋଇଛି। କେବଳ ସେତିକି ନୁହେଁ ଟି୨୦ ଅଧିନାୟକ ତାଙ୍କ ହାତରୁ ଅଣାଯାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି। […] The post ବଢ଼ୁଛି ଅଡ଼ୁଆ, ଏବେ ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ? appeared first on Dharitri Odia News.

ବଢ଼ୁଛି ଅଡ଼ୁଆ, ଏବେ ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ?

ନୂଆଦିଲ୍ଲୀ,୧୯।୭: ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଫାଇନାଲରେ ବୋଲିଂରେ ବଡ଼ କାରନାମା କରିବା ପରେ ତାଙ୍କୁ ‘ହିରୋ’ ବୋଲି କୁହାଯାଉଛି। ଅନେକ ପ୍ରଶଂସକ ଆଇପିଏଲ୍‌ ସମୟରେ କରିଥିବା ଟ୍ରୋଲିଂକୁ ନେଇ କ୍ଷମା ମାଗିଛନ୍ତି। ଏସବୁ ଦେଖି ତାଙ୍କର ଖରାପ ସମୟ ଶେଷ ହୋଇଗଲା ବୋଲି ଲାଗିଥିଲା। ହେଲେ ଏବେ ତାଙ୍କର ଛାଡ଼ପତ୍ର ହୋଇଛି। କେବଳ ସେତିକି ନୁହେଁ ଟି୨୦ ଅଧିନାୟକ ତାଙ୍କ ହାତରୁ ଅଣାଯାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି। ଏପରିକି ଉପଅଧିନାୟକ ଦାୟିତ୍ୱ ମଧ୍ୟ କାଢ଼ି ନିଆଯାଇଛି। ଏବେ ଆଇପିଏଲ୍‌ଷର ମଧ୍ୟ ତାଙ୍କ ଅଧିନାୟକତ୍ୱ ଉପରେ କଳା ବାଦଲ ଢ଼ାଙ୍କି ହେବାରେ ଲାଗିଛି।

ଟି୨୦ରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯିବା ପରେ ଆଇପିଏଲ୍‌ ସମୀକରଣ ବଦଳିଛି। ଆଗାମୀ ଆଇପିଏଲ୍‌ରେ ହାର୍ଦ୍ଦିକଙ୍କୁ ହଟାଇ ସୂର୍ଯ୍ୟକୁମାରଙ୍କୁ ଦଳ ଅଧିନାୟକ କରିପାରେ। ଏହାପଛରେ କାରଣ ହେଉଛି ଗତ ଥରର ଟ୍ରୋଲିଂ।
ଅପରପକ୍ଷେ ରୋହିତ ବିଶ୍ୱକପ୍‌ ଜିତିବା ପରେ ମଜଭୂତ ସ୍ଥିତିକୁ ଫେରିଛନ୍ତି। ଏଣୁ ଫ୍ରାଞ୍ଚାଇଜ୍‌ ତାଙ୍କୁ ପୁଣି ଅଧିନାୟକ କରିବା ଉପରେ ବିଚାର କରିପାରେ। ଯଦି ସେ ରାଜି ନ ହୁଅନ୍ତି ତେବେ ସୂର୍ଯ୍ୟକୁମାରଙ୍କୁ ଦାବିଦାର କରାଯାଇପାରେ।

୨୦୨୫ରେ ମେଗା ଅକ୍ସନ ହେବ। ବର୍ତ୍ତମାନର ପଲିସି ଅନୁଯାୟୀ ମୁମ୍ବାଇ କେବଳ ୪ ଖେଳାଳିଙ୍କୁ ରିଟେନ କରିପାରିବ। ଏଥିରେ ଜଣେ ବିଦେଶୀ ଖେଳାଳି ରହିବେ। ଏଣୁ ମୁମ୍ବାଇକୁ ଜସପ୍ରିତ ବୁମ୍‌ରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଚୟନ କରିବାକୁ ହେବ। ପାଣ୍ଡ୍ୟା ସମସ୍ତଙ୍କ ଠାରୁ ପଛରେ ରହୁଥିବାରୁ ତାଙ୍କୁ ଅକ୍ସନରେ ଯିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।

The post ବଢ଼ୁଛି ଅଡ଼ୁଆ, ଏବେ ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ? appeared first on Dharitri Odia News.