ଗୋଡ଼ ନ ଥିବା ଶିକ୍ଷକଙ୍କୁ ପାଣି ପିଆଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ପରେ ପ୍ରତିକ୍ରିୟା ମିଳିଲା ମିଳିଲା ଏମିତି
ଭୁବନେଶ୍ୱର, ୧୬।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତି, ସଙ୍ଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ଭେଟୁଛନ୍ତି। ସେହିକ୍ରମରେ ରବିବାର ମଧ୍ୟ ଅନେକ ଲୋକ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ତେବେ ସେମାନଙ୍କ ମଧ୍ୟରେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ ଆସି ଭେଟିଥିଲେ। ସେମାନଙ୍କ ଭିତରେ ଅର୍ଜୁନ ନାୟକ ନାମକ ଜଣେ ଶିକ୍ଷକ ରହିଥିଲେ। ଅର୍ଜୁନଙ୍କ ଗୋଟିଏ ଗୋଡ଼ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ଼ ହରାଇଥିଲେ। […] The post ଗୋଡ଼ ନ ଥିବା ଶିକ୍ଷକଙ୍କୁ ପାଣି ପିଆଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ପରେ ପ୍ରତିକ୍ରିୟା ମିଳିଲା ମିଳିଲା ଏମିତି appeared first on Dharitri Odia News.
ଭୁବନେଶ୍ୱର, ୧୬।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତି, ସଙ୍ଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ଭେଟୁଛନ୍ତି। ସେହିକ୍ରମରେ ରବିବାର ମଧ୍ୟ ଅନେକ ଲୋକ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ତେବେ ସେମାନଙ୍କ ମଧ୍ୟରେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ ଆସି ଭେଟିଥିଲେ। ସେମାନଙ୍କ ଭିତରେ ଅର୍ଜୁନ ନାୟକ ନାମକ ଜଣେ ଶିକ୍ଷକ ରହିଥିଲେ। ଅର୍ଜୁନଙ୍କ ଗୋଟିଏ ଗୋଡ଼ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ଼ ହରାଇଥିଲେ। ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କଲେ। ତାଙ୍କ ସମସ୍ୟା ବିଷୟରେ ଶୁଣିଲେ। ତାଙ୍କୁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ବନା ଦେଲେ। ଅର୍ଜୁନ ନିଜ ଆଖିକୁ ବିଶ୍ବାସ କରିପାରିଲେ ନାହିଁ। ତାଙ୍କ ଆଖିରେ ଆନନ୍ଦର ଅଶ୍ରୁ ଦେଖିବାକୁ ମିଳିଥିଲା। ଆଶା, ବିଶ୍ବାସ ଓ ଭରସା ନେଇ ସେ ଫେରିଛନ୍ତି।
The post ଗୋଡ଼ ନ ଥିବା ଶିକ୍ଷକଙ୍କୁ ପାଣି ପିଆଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ପରେ ପ୍ରତିକ୍ରିୟା ମିଳିଲା ମିଳିଲା ଏମିତି appeared first on Dharitri Odia News.