CISF ଜାରି କଲା ବିଜ୍ଞପ୍ତି, ପୂରଣ ହେବ 1100ରୁ ଅଧିକ କନଷ୍ଟେବଳ ପଦବୀ

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF) କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କେବଳ ଓଡ଼ିଶାରେ 23ଟି ପଦବୀ ପୂରଣ ହେବ।

CISF ଜାରି କଲା ବିଜ୍ଞପ୍ତି, ପୂରଣ ହେବ 1100ରୁ ଅଧିକ କନଷ୍ଟେବଳ ପଦବୀ

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF) କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କେବଳ ଓଡ଼ିଶାରେ 23ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। +2 ପାସ୍ କରିଥିବା ପିଲାମାନେ ଏହାର ସୁଯୋଗ ନେଇପାରିବେ। 

ଏହି ନୁଯୁକ୍ତି ମାଧ୍ୟମରେ 11 ଶହରୁ ଅଧିକ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବ୍‌ସାଇଟ୍‌ cisf.gov.in ରେ ଆବେଦନ କରିପାରିବେ। 31 ଅଗଷ୍ଟରୁ ଆବେଦନ ଆରମ୍ଭ ହେବାକୁ ଥିବାବେଳେ ସେପ୍ଟେମ୍ବର 30ରେ ଶେଷ ତାରିଖ ରହିଛି।  

ଖାଲି ପଦବୀ: 1130

  • UR – 466
  • EWS – 114 
  • SC – 153
  • ST – 161
  • OBC - 236

ଯୋଗ୍ୟତା:
ଆବେଦନ ପାଇଁ ପ୍ରାର୍ଥୀଙ୍କୁ ବିଜ୍ଞାନରେ ପ୍ଲସ୍ ଟୁ ପାସ୍ କରିଥିବା ଆବଶ୍ୟକ। 

ବୟସ ସୀମା:

  • ସର୍ବନିମ୍ନ ବୟସ – 18 ବର୍ଷ
  • ସର୍ବାଧିକ ବୟସ – 23 ବର୍ଷ
  • ବୟସ ଗଣନା 30 ସେପ୍ଟେମ୍ବର 2024 ଅନୁସାରେ ହେବ

ମାସିକ ଦରମା:

  • ସର୍ବନିମ୍ନ ଦରମା – 21,700ଟଙ୍କା
  • ସର୍ବାଧିକ ଦରମା – 69,100ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EWS/OBC – 100ଟଙ୍କା
  • SC / ST/ - ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରୀରିକ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ