ଉତ୍ତରପ୍ରଦେଶ ଉପନିର୍ବାଚନ: ୯ ଆସନରୁ ବିଜେପି ୭ ଓ ଏସପି ୨ରେ ଆଗୁଆ
ଉତ୍ତରପ୍ରଦେଶରେ ୯ଟି ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି।
ଉତ୍ତରପ୍ରଦେଶରେ ଖାଲି ପଡ଼ିଥିବା ୯ଟି ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ଆଜି ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇ ଥିବାବେଳେ ପ୍ରାରମ୍ଭିକ ତଥ୍ୟ ଅନୁସାରେ, ବିଜେପି ୭ଟି ଆସନରେ ଆଗରେ ଥିବାବେଳେ ସମାଜବାଦୀ ପାର୍ଟି (SP) ୨ଟି ଆସନରେ ଲିଡ୍ କରୁଛି।
ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁସାରେ, କୁଣ୍ଡାର୍କି, ଖୈର, ସିସମାଉ ଏବଂ ମଜୱାନ ଆସନରେ ବିଜେପି ପ୍ରାର୍ଥୀମାନେ ଲିଡରେ ଥିବାବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ କରହଲ ଏବଂ ଫୁଲପୁରରେ ଆଗରେ ଅଛନ୍ତି। କିନ୍ତୁ ଅନ୍ୟ କେଉଁ ତିନି ଆସନରେ ବିଜେପି ଟ୍ରେଣ୍ଡ୍ କରୁଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ।
ପ୍ରକାଶ ଥାଉକି, କଂଗ୍ରେସ ଉପନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଦେଇନହିଁ। ଇଣ୍ଡି ମେଣ୍ଟର ସହଯୋଗୀ ଦଳ ଏସପିକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା। ସେପଟେ ବହୁଜନ ସମାଜବାଦୀ ପାର୍ଟି (BSP) ସ୍ୱାଧୀନ ଭାବେ ସମସ୍ତ ନଅଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।
ଅନ୍ୟପଟେ, ଅସଦୁଦ୍ଦିନ ଓୱେସିଙ୍କ ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ (AIMIM) ଗାଜିଆବାଦ, କୁଣ୍ଡାର୍କି ଏବଂ ମେରାପୁରରୁ ପ୍ରାର୍ଥୀ ଦେଇଛି। ମାତ୍ର AIMIM କି BSPର ପ୍ରାର୍ଥୀମାନେ ଲିଡରେ ନାହାନ୍ତି।