ବିଶ୍ବ ସର୍ପ ଦିବସ: ଯୁବତୀଙ୍କ ସାହସିକତା, ଉଦ୍ଧାର କରିଛନ୍ତି ୨୦୦ରୁ ଅଧିକ ସାପ

ବ୍ରହ୍ମପୁର: ସାପଙ୍କୁ ନମାରି ସେମାନଙ୍କୁ ସୁରକ୍ଷା ଦେବା ଦରକାର। ସାପକୁ ଦେଖିଲେ ହଠାତ୍‌ ଭୟଭୀତ ନହୋଇ କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରି ତୁରନ୍ତ ସ୍ନେକ କ୍ୟାଚରଙ୍କୁ ଖବର ଦେବା ଦରକାର। ବିଶ୍ବ ସର୍ପ ଦିବସରେ ଏଭଳି କିଛି କହିଛନ୍ତି ବ୍ରହ୍ମପୁରର ସାପଧରାଳୀ ବି.କାଜଲ ପାତ୍ର। ପ୍ରକୃତରେ କାଜଲ ପାତ୍ର ହେଉଛନ୍ତି ଜଣେ ସାପ ଧରାଳୀ। ଜଣେ ଝିଅ ହୋଇ ମଧ୍ୟ ତାଙ୍କର ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ସେ ବେଶ୍‌ ପ୍ରଶଂସିତ । ଖବର ପାଇବା ମାତ୍ରେ ସେ, ଘଟଣାସ୍ଥଳର ପହଞ୍ଚି ସାପକୁ ଯତ୍ନ ସହକାରେ ଉଦ୍ଧାର କରିବା ସହ ସୁରକ୍ଷିତ ଭାବରେ ବନ ବିଭାଗକୁ ହସ୍ତାନ୍ତର କରିଥାନ୍ତି । କାଜଲ ୫ ବର୍ଷ ବୟସରୁ ବାପାଙ୍କ ସହ ମିଶି ଏଭଳି ସାପ ଧରୁଥିବାବେଳେ ଏପର୍ଯ୍ୟନ୍ତ ସେ ୨୦୦ରୁ ଉର୍ଦ୍ଧ୍ବ ସାପ ଧରିଛନ୍ତି।  ସାପକୁ ଦେଖିଲେ ଭୟଭୀତ ନହୋଇ ସତର୍କତା ଭଳି ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। କାଜଲଙ୍କ ବାପା ବି.ରାମା ପାତ୍ର ଗତ ୨୦ ବର୍ଷ ମଧ୍ୟରେ ୧୪ ହଜାରୁ ଉର୍ଦ୍ଧ୍ବ ସାପ ଧରିଛନ୍ତି। 

ବିଶ୍ବ ସର୍ପ ଦିବସ: ଯୁବତୀଙ୍କ ସାହସିକତା, ଉଦ୍ଧାର କରିଛନ୍ତି ୨୦୦ରୁ ଅଧିକ ସାପ

ବ୍ରହ୍ମପୁର: ସାପଙ୍କୁ ନମାରି ସେମାନଙ୍କୁ ସୁରକ୍ଷା ଦେବା ଦରକାର। ସାପକୁ ଦେଖିଲେ ହଠାତ୍‌ ଭୟଭୀତ ନହୋଇ କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରି ତୁରନ୍ତ ସ୍ନେକ କ୍ୟାଚରଙ୍କୁ ଖବର ଦେବା ଦରକାର। ବିଶ୍ବ ସର୍ପ ଦିବସରେ ଏଭଳି କିଛି କହିଛନ୍ତି ବ୍ରହ୍ମପୁରର ସାପଧରାଳୀ ବି.କାଜଲ ପାତ୍ର। 

ପ୍ରକୃତରେ କାଜଲ ପାତ୍ର ହେଉଛନ୍ତି ଜଣେ ସାପ ଧରାଳୀ। ଜଣେ ଝିଅ ହୋଇ ମଧ୍ୟ ତାଙ୍କର ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ସେ ବେଶ୍‌ ପ୍ରଶଂସିତ । ଖବର ପାଇବା ମାତ୍ରେ ସେ, ଘଟଣାସ୍ଥଳର ପହଞ୍ଚି ସାପକୁ ଯତ୍ନ ସହକାରେ ଉଦ୍ଧାର କରିବା ସହ ସୁରକ୍ଷିତ ଭାବରେ ବନ ବିଭାଗକୁ ହସ୍ତାନ୍ତର କରିଥାନ୍ତି । 

କାଜଲ ୫ ବର୍ଷ ବୟସରୁ ବାପାଙ୍କ ସହ ମିଶି ଏଭଳି ସାପ ଧରୁଥିବାବେଳେ ଏପର୍ଯ୍ୟନ୍ତ ସେ ୨୦୦ରୁ ଉର୍ଦ୍ଧ୍ବ ସାପ ଧରିଛନ୍ତି।  ସାପକୁ ଦେଖିଲେ ଭୟଭୀତ ନହୋଇ ସତର୍କତା ଭଳି ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। କାଜଲଙ୍କ ବାପା ବି.ରାମା ପାତ୍ର ଗତ ୨୦ ବର୍ଷ ମଧ୍ୟରେ ୧୪ ହଜାରୁ ଉର୍ଦ୍ଧ୍ବ ସାପ ଧରିଛନ୍ତି।