EMIରେ ଘର, ନିଜ ବ୍ୟାଙ୍କ ବାଲାନ୍ସକୁ ନେଇ ଖୋଲାଖୋଲି କହିଲେ ଅଭିନେତା ରାଜକୁମାର
ମୁମ୍ବାଇ: ବଲିଉଡ ତାରକା ରାଜକୁମାର ରାଓଙ୍କ ନୂଆ ଚଳଚ୍ଚିତ୍ର ’ବିକି ବିଦ୍ୟା କା ୱୋ ଓ୍ବାଲା ଭିଡିଓ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ତାଙ୍କର ପୂର୍ବ ଚଳଚ୍ଚିତ୍ର ସ୍ତ୍ରୀ-୨ ବକ୍ସ ଅଫିସରେ ୮୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଛି। ନିକଟରେ ରାଜକୁମାର ରାଓ କହିଥିଲେ ଯେ ଲୋକମାନେ ତାଙ୍କ ବିଷୟରେ ଭାବୁଛନ୍ତି ସେ ଧନୀ, ହେଲେ ସେ ସେଭଳି ନୁହଁନ୍ତି। ଏକ ସାକ୍ଷାତକାରରେ ରାଜକୁମାର ରାଓ ତାଙ୍କ ବ୍ୟାଙ୍କ […] The post EMIରେ ଘର, ନିଜ ବ୍ୟାଙ୍କ ବାଲାନ୍ସକୁ ନେଇ ଖୋଲାଖୋଲି କହିଲେ ଅଭିନେତା ରାଜକୁମାର appeared first on Dharitri Odia News.
ମୁମ୍ବାଇ: ବଲିଉଡ ତାରକା ରାଜକୁମାର ରାଓଙ୍କ ନୂଆ ଚଳଚ୍ଚିତ୍ର ’ବିକି ବିଦ୍ୟା କା ୱୋ ଓ୍ବାଲା ଭିଡିଓ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ତାଙ୍କର ପୂର୍ବ ଚଳଚ୍ଚିତ୍ର ସ୍ତ୍ରୀ-୨ ବକ୍ସ ଅଫିସରେ ୮୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଛି। ନିକଟରେ ରାଜକୁମାର ରାଓ କହିଥିଲେ ଯେ ଲୋକମାନେ ତାଙ୍କ ବିଷୟରେ ଭାବୁଛନ୍ତି ସେ ଧନୀ, ହେଲେ ସେ ସେଭଳି ନୁହଁନ୍ତି।
ଏକ ସାକ୍ଷାତକାରରେ ରାଜକୁମାର ରାଓ ତାଙ୍କ ବ୍ୟାଙ୍କ ବାଲାନ୍ସ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ଅଭିନେତା କହିଛନ୍ତି ଯେ ଆଜି ବି ସେ କୋଟି ଟଙ୍କା ମୂଲ୍ୟର କାର କିଣି ପାରିବେ ନାହିଁ। ଏହା ବ୍ୟତୀତ ରାଜକୁମାର ରାଓ କହିଛନ୍ତି ଯେ ସେ ଇଏମ୍ଆଇରେ ଏକ ଘର ନେଇଛନ୍ତି, ଯେଉଁଥିପାଇଁ ସେ ବିପୁଳ ପରିମାଣର ଅର୍ଥ ଦେଉଛନ୍ତି। ରାଜକୁମାର ରାଓ କହିଛନ୍ତି, ସତ କହିବାକୁ ଗଲେ ଲୋକମାନେ ଯେତିକି ଭାବନ୍ତି ସେତିକି ଟଙ୍କା ନାହିଁ। ମୋର ଏବେ ଇଏମ୍ଆଇ ଚାଲିଛି।
ରାଜକୁମାର ରାଓ ଆହୁରି ମଧ୍ୟ କହିଛନ୍ତି ଯେ ସେ ୫୦ ଲକ୍ଷ ଟଙ୍କା ମୂଲ୍ୟର କାର କିଣି ପାରିବେ, କିନ୍ତୁ ତାହା ମଧ୍ୟ ପ୍ରଥମେ ଆଲୋଚନା ହେବ। ହେଲେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରାମ କିଣି ପାରବେ। ତା’ହେଲେ ତାଙ୍କୁ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ । ରାଜକୁମାର ରାଓଙ୍କ ଫିଲ୍ମ ‘ବିକି ବିଦ୍ୟା କା ୱୋ ଓ୍ବାଲା ଭିଡିଓ’ ଅକ୍ଟୋବର ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
The post EMIରେ ଘର, ନିଜ ବ୍ୟାଙ୍କ ବାଲାନ୍ସକୁ ନେଇ ଖୋଲାଖୋଲି କହିଲେ ଅଭିନେତା ରାଜକୁମାର appeared first on Dharitri Odia News.