ଏନ୍‌ଇଇଟି ବିଭ୍ରାଟ: ବିହାର, ମହାରାଷ୍ଟ୍ର ପରେ ଦିଲ୍ଲୀ ଲିଙ୍କ୍‌

ନୂଆଦିଲ୍ଲୀ,୨୪ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିହାର, ଏବଂ ମହାରାଷ୍ଟ୍ର ପରେ ଦିଲ୍ଲୀର ସମ୍ପୃକ୍ତି ଥିବା ପଦାକୁ ଆସିଛି। ବିହାର ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓୟୁ) ଏହି ମାମଲାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ପ୍ରଘଟରେ ମହାରାଷ୍ଟ୍ରର ୨ଜଣ ସ୍କୁଲ୍‌ ଶିକ୍ଷକ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ଲାଟୁର ଥାନାରେ ଏତଲା ଦାଏର ହୋଇଛି। ରବିବାର ନାଣ୍ଡେଡ୍‌ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଶିକ୍ଷକ ସଞ୍ଜୟ ତୁକାରାମ ଯାଦବ […] The post ଏନ୍‌ଇଇଟି ବିଭ୍ରାଟ: ବିହାର, ମହାରାଷ୍ଟ୍ର ପରେ ଦିଲ୍ଲୀ ଲିଙ୍କ୍‌ appeared first on Dharitri Odia News.

ଏନ୍‌ଇଇଟି ବିଭ୍ରାଟ: ବିହାର, ମହାରାଷ୍ଟ୍ର ପରେ ଦିଲ୍ଲୀ ଲିଙ୍କ୍‌

ନୂଆଦିଲ୍ଲୀ,୨୪ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବିହାର, ଏବଂ ମହାରାଷ୍ଟ୍ର ପରେ ଦିଲ୍ଲୀର ସମ୍ପୃକ୍ତି ଥିବା ପଦାକୁ ଆସିଛି। ବିହାର ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓୟୁ) ଏହି ମାମଲାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ପ୍ରଘଟରେ ମହାରାଷ୍ଟ୍ରର ୨ଜଣ ସ୍କୁଲ୍‌ ଶିକ୍ଷକ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ଲାଟୁର ଥାନାରେ ଏତଲା ଦାଏର ହୋଇଛି।

ରବିବାର ନାଣ୍ଡେଡ୍‌ର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଶିକ୍ଷକ ସଞ୍ଜୟ ତୁକାରାମ ଯାଦବ ଏବଂ ଜଲିଲ ଉମରଖାନ ପଠାନ୍‌ଙ୍କୁ ଉଠାଇ ନେଇଥିଲା। ସେମାନେ ଜିଲା ପରିଷଦ ସ୍କୁଲ୍‌ରେ ଶିକ୍ଷକତା କରିବା ସହ ଲାଟୁରରେ ଘରୋଇ କୋଚିଂ ସେଣ୍ଟର ଚଳାଉଥିଲେ।

ସେମାନଙ୍କ ଫୋନ୍‌ରୁ ବହୁ ଛାତ୍ରୀଛାତ୍ରଙ୍କ ଆଡମିଟ୍‌ କାର୍ଡ ଏବଂ ହ୍ବାଟ୍ସଆପ୍‌ ଚାଟ୍‌ ମିଳିଛି। ଏମାନଙ୍କର ଦିଲ୍ଲୀ ସହ ନିୟମିତ ଯୋଗାଯୋଗ ରହିଥିଲା। ଦିଲ୍ଲୀର ଗଙ୍ଗାଧର ନାମକ ବ୍ୟକ୍ତି ସେମାନଙ୍କୁ କେତେଜଣ ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରାଇବାରେ ସହାୟତା କରିଥିଲେ। ଏହି ପରୀକ୍ଷାର୍ଥୀମାନେ ଗ୍ୟାରେଣ୍ଟିଯୁକ୍ତ ସଫଳତା ପାଇଁ ମୋଟା ଅଙ୍କର ଟଙ୍କା ଦେବାକୁ ରାଜି ଥିଲେ। ଏତଲାରେ ଗଙ୍ଗାଧରଙ୍କ ସମେତ ନାଣ୍ଡେଡ୍‌ କୋଚିଂ ସେଣ୍ଟରର ପ୍ରଶିକ୍ଷକ ଇରାନା କୋଙ୍ଗଲଓ୍ବାରଙ୍କ ନାଁ ରହିଛି। ବିହାର ପୋଲିସ ଗିରଫ କରିଥିବା ୪ଜଣ ଛାତ୍ର ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ପାଇଥିବା ସ୍ବୀକାର କରିଥିଲେ। ପ୍ରଶ୍ନପତ୍ର ଲିକ୍‌ ପଛରେ ‘ସଲ୍‌ଭର ଗ୍ୟାଙ୍ଗ୍‌’ର ଭୂମିକା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

The post ଏନ୍‌ଇଇଟି ବିଭ୍ରାଟ: ବିହାର, ମହାରାଷ୍ଟ୍ର ପରେ ଦିଲ୍ଲୀ ଲିଙ୍କ୍‌ appeared first on Dharitri Odia News.