ଚାଡ୍ରେ ସୈନ୍ୟ ଶିବିର ଉପରେ ଆକ୍ରମଣ, ୪୦ ସୈନିକ ମୃତ; ସୈନ୍ୟ ଅଭିଯାନ ଘୋଷଣା କଲେ ରାଷ୍ଟ୍ରପତି ଡେବି ଇଟନୋ
ନୂଆଦିଲ୍ଲୀ: ଚାଡ୍ର ପଶ୍ଚିମାଞ୍ଚଳରେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ ହୋଇଛି । ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଦେଶର ରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ମହାମତ ଡେବି ଇଟନୋ ସୋମବାର ସକାଳେ ସୈନ୍ୟ ଶିବିର ଗସ୍ତ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୈନ୍ୟ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।ଚାଡ୍ ଦୀର୍ଘ ଦିନରୁ ନାଇଜେରିଆ ସୀମା ନିକଟରେ ସଂଘର୍ଷର ସାମନା କରୁଛି । ଏହା ପୂର୍ବରୁ ଜୁନରେ ରାଜଧାନୀ ଏନ’ଜାମେନାରେ ଏକ ସୈନ୍ୟ ଗୋଳା-ବାରୁଦ ଡିପୋରେ ବିସ୍ଫୋରଣ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ ।ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ସରକାର ଆତଙ୍କବାଦୀ ସଂଗଠନ ବୋକୋ ହରାମକୁ ଦୋଷୀ ଘୋଷଣା କରିଥିଲେ । ଏହି ଆକ୍ରମଣରେ ୭ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଚାଡ୍ ସେନା ୨୦୨୦ରେ ଚରମପନ୍ଥୀ ସମୂହର ଠିକଣାକୁ ନଷ୍ଟ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । କିଛି ବର୍ଷର ଶାନ୍ତି ପରେ ଚାଡ୍ରେ ପୁଣି ହିଂସା ଆରମ୍ଭ ହେବାର ଆଶଂକା ସୃଷ୍ଟି ହୋଇଛି ।
ନୂଆଦିଲ୍ଲୀ: ଚାଡ୍ର ପଶ୍ଚିମାଞ୍ଚଳରେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ ହୋଇଛି । ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଦେଶର ରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ମହାମତ ଡେବି ଇଟନୋ ସୋମବାର ସକାଳେ ସୈନ୍ୟ ଶିବିର ଗସ୍ତ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୈନ୍ୟ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।
ଚାଡ୍ ଦୀର୍ଘ ଦିନରୁ ନାଇଜେରିଆ ସୀମା ନିକଟରେ ସଂଘର୍ଷର ସାମନା କରୁଛି । ଏହା ପୂର୍ବରୁ ଜୁନରେ ରାଜଧାନୀ ଏନ’ଜାମେନାରେ ଏକ ସୈନ୍ୟ ଗୋଳା-ବାରୁଦ ଡିପୋରେ ବିସ୍ଫୋରଣ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ସରକାର ଆତଙ୍କବାଦୀ ସଂଗଠନ ବୋକୋ ହରାମକୁ ଦୋଷୀ ଘୋଷଣା କରିଥିଲେ । ଏହି ଆକ୍ରମଣରେ ୭ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଚାଡ୍ ସେନା ୨୦୨୦ରେ ଚରମପନ୍ଥୀ ସମୂହର ଠିକଣାକୁ ନଷ୍ଟ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । କିଛି ବର୍ଷର ଶାନ୍ତି ପରେ ଚାଡ୍ରେ ପୁଣି ହିଂସା ଆରମ୍ଭ ହେବାର ଆଶଂକା ସୃଷ୍ଟି ହୋଇଛି ।