ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା, ମରଣ ମୁହଁରୁ ଟାଣି ଆଣିଲା ମା’ର ଫୋନ କଲ୍
ନୂଆଦିଲ୍ଲୀ : କୁମାର ଅଳଙ୍କୃତ ହେଉଛନ୍ତି ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର। ଗତକାଲି ବେଙ୍ଗାଲୁରର ରାମେଶ୍ବରମ କାଫେରେ ହୋଇଥିବା ବିସ୍ଫୋରଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି କାଫେର ସୁସ୍ବାଦୁ ସାଉଥ୍ ଇଣ୍ଡିଆନ ଖାଦ୍ୟ ଖାଇବା ପାଇଁ କାଫେକୁ ଯାଇଥିବା କୁମାର ନିଜ ମା’ଙ୍କ ଫୋନ କଲ୍ ପାଇବାପରେ ଭଲରେ ମା’ଙ୍କ ସହ ଭଲରେ ଦୁଇ ପଦ କଥା ହେବାରୁ କାଫେ ବାହାରକୁ ଚାଲି ଆସିଥିଲେ। ଏହାର ମାତ୍ର ଠିକ୍ କିଛି ମୁହୂର୍ତ୍ତ ପରେ କାଫେରେ ବିସ୍ଫୋରଣ ହୋଇଥିଲା। […]

ନୂଆଦିଲ୍ଲୀ : କୁମାର ଅଳଙ୍କୃତ ହେଉଛନ୍ତି ବେଙ୍ଗାଲୁରୁର ଜଣେ ଇଞ୍ଜିନିୟର। ଗତକାଲି ବେଙ୍ଗାଲୁରର ରାମେଶ୍ବରମ କାଫେରେ ହୋଇଥିବା ବିସ୍ଫୋରଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି କାଫେର ସୁସ୍ବାଦୁ ସାଉଥ୍ ଇଣ୍ଡିଆନ ଖାଦ୍ୟ ଖାଇବା ପାଇଁ କାଫେକୁ ଯାଇଥିବା କୁମାର ନିଜ ମା’ଙ୍କ ଫୋନ କଲ୍ ପାଇବାପରେ ଭଲରେ ମା’ଙ୍କ ସହ ଭଲରେ ଦୁଇ ପଦ କଥା ହେବାରୁ କାଫେ ବାହାରକୁ ଚାଲି ଆସିଥିଲେ। ଏହାର ମାତ୍ର ଠିକ୍ କିଛି ମୁହୂର୍ତ୍ତ ପରେ କାଫେରେ ବିସ୍ଫୋରଣ ହୋଇଥିଲା। କୁମାର କହିଛନ୍ତି, ବିସ୍ଫୋରଣ ସ୍ଥଳଠାରୁ ସେ ମାତ୍ର କିଛି ମିଟର ଦୂରରେ ଥିଲେ। କିନ୍ତୁ ମା’ ହେଉଛି ଭଗବାନ। ଏକଥା ପୁଣିଥରେ ଗତକାଲି ପ୍ରମାଣ ହୋଇଗଲା। କୁମାର କହିଛନ୍ତି ତାଙ୍କ ଅଫିସ ରାମେଶ୍ବରମ କାଫ ନିକଟରେ ଅବସ୍ଥିତ ଏବଂ ସେ ସେଠାକୁ ଖାଇବା ପାଇଁ ଯାଇଥିଲେ। କିନ୍ତୁ ମା’ଙ୍କ ଫୋନ ପାଇ ସେ କାଫେରୁ ଉଠି ଆସିଥିଲେ। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ କିଛି ସମୟ ପର୍ଯ୍ୟନ୍ତ କାନକୁ କିଛି ଶୁଭିନଥିଲା। ସମସ୍ତେ କାଫେରୁ ଦୌଡ଼ି ପଳାଇଥିଲେ ଏବଂ ସବୁଆଡ଼େ ଖାଲି ଧୂଆଁ ଦେଖିବାକୁ ମିଳିଥିଲା।