ଫଙ୍ଗାଲ୍‌ ସଂକ୍ରମଣ

ମୌସୁମୀ ଆରମ୍ଭ ହେଲେ ବର୍ଷା ସହିତ ବିଭିନ୍ନ ପ୍ରକାରର ଫଙ୍ଗାଲ ସଂକ୍ରମଣ ମଧ୍ୟ ସାଙ୍ଗରେ ଆସିଥାଏ । ତେଣୁ ଏହି ଦିନେ ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । କେତେକ ଟି« ରହିଛି ଯାହାକୁ ଫଲୋ କରିବା ଦ୍ୱାରା ଆମେ ଏହି ଦିନେ ଦେଖିବାକୁ ମିଳୁଥିବା ଫଙ୍ଗାଲ ସଂକ୍ରମଣକୁ ଦୂରେଇ ପାରିବା । ବ୍ୟକ୍ତିଗତ ସ୍ୱଚ୍ଛତା- ଏହି ଦିନେ ସବୁବେଳେ ପର୍ସନାଲ ହାଇଜିନ୍‌ ବା ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ବ୍ୟକ୍ତିଗତ […]

ଫଙ୍ଗାଲ୍‌ ସଂକ୍ରମଣ
ଫଙ୍ଗାଲ୍‌ ସଂକ୍ରମଣ

ମୌସୁମୀ ଆରମ୍ଭ ହେଲେ ବର୍ଷା ସହିତ ବିଭିନ୍ନ ପ୍ରକାରର ଫଙ୍ଗାଲ ସଂକ୍ରମଣ ମଧ୍ୟ ସାଙ୍ଗରେ ଆସିଥାଏ । ତେଣୁ ଏହି ଦିନେ ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । କେତେକ ଟି« ରହିଛି ଯାହାକୁ ଫଲୋ କରିବା ଦ୍ୱାରା ଆମେ ଏହି ଦିନେ ଦେଖିବାକୁ ମିଳୁଥିବା ଫଙ୍ଗାଲ ସଂକ୍ରମଣକୁ ଦୂରେଇ ପାରିବା ।

ବ୍ୟକ୍ତିଗତ ସ୍ୱଚ୍ଛତା- ଏହି ଦିନେ ସବୁବେଳେ ପର୍ସନାଲ ହାଇଜିନ୍‌ ବା ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ବ୍ୟକ୍ତିଗତ ସ୍ୱଚ୍ଛତା ରଖିବା ଫଳରେ ଆମେ ଫଙ୍ଗାଲ ସଂକ୍ରମଣକୁ ଦୂରେଇ ରଖିପାରିବା । ତେଣୁ ଏଥିପାଇଁ ପ୍ରଥମେ ହାତ ଧୋଇବାକୁ ଏକ ଅଭ୍ୟାସରେ ପକାନ୍ତୁ । ସେହିଭଳି ଏହି ଦିନେ ଆଣ୍ଟିଫଙ୍ଗାଲ୍‌ ସାବୁନ ବ୍ୟବହାର କରନ୍ତୁ । ସେହିଭଳି ଯଦି ବର୍ଷାରେ ଓଦା ହେଉଛନ୍ତି, ତେବେ ଏହାପରେ ତୁରନ୍ତ ନିଜକୁ ସଫା କରନ୍ତୁ । ଏହି ଦିନେ ବିଶେଷଭାବେ ନଖକୁ ଛୋଟ ରଖନ୍ତୁ ଯାହାଫଳରେ ଫଙ୍ଗାଲ ସଂକ୍ରମଣ ହେବାର ଆଶଙ୍କା କମିଥାଏ ।

ଆରାମ ଦାୟକ ପୋଷାକ- ସବୁବେଳେ ପଙ୍ଗାଲ ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ଢିଲା ସାଦାସିଧା ପୋଷାକ ପିନ୍ଧନ୍ତୁ । ଏହା କଟନ କିମ୍ବା ଲାଇନେନ ହୋଇଥିବା ଆବଶ୍ୟକ ରହିଛି । ଏହି ଫାବ୍ରିକ ଆପଣଙ୍କ ସ୍କିନ୍‌କୁ ଡ୍ରାଏ ରଖିବାରେ ସାହାଯ୍ୟ କରିଥାଏ, ଯାହାଫଳରେ ଫଙ୍ଗାଲ ସଂକ୍ରମଣ ହେବାର ଆଶଙ୍କା କମିଥାଏ ।
ଆଣ୍ଟିଫଙ୍ଗାଲ୍‌ ପାଉଡର – ଏହି ଦିନେ ଆଣ୍ଟି ଫଙ୍ଗାଲ ପାଉଡର ବ୍ୟବହାର କରନ୍ତୁ । ଯାହା ଆପଣଙ୍କୁ ଇନ୍‌ଫେକସନରୁ ମୁକ୍ତି ଦେବ । ଯେଉ ବ୍ୟକ୍ତିଙ୍କର ଅଧିକ ଝାଳ ବାହାରିଥାଏ ବିଶେଷକରି ସେମାନଙ୍କୁ ଆଣ୍ଟି ଫଙ୍ଗାଲ ପାଉଡର ବ୍ୟବହାର କରିବାର ଆବଶ୍ୟକତା ବେଶି ଥାଏ ।
ହାଇଡ୍ରେଟ୍‌ ରୁହନ୍ତୁ – ଏହି ଦିନେ ଅଧିକ ପାଣି ପିଇ ହାଇଡ୍ରେଟ୍‌ ରହିବାକୁ ଚେଷ୍ଟା କରନ୍ତୁ ।