ତାମିଲନାଡୁରେ ବର୍ଷା ବିପର୍ଯ୍ୟୟ , ୭୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର , ୮୦୦ ଟ୍ରେନ୍ ଯାତ୍ରୀ ଫସିଛନ୍ତି

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁ ତାମିଲନାଡ଼ୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ତିରୁନେଲଭେଲି, ଟେଙ୍କାସି, ତୁତିକୋରିନ, ନାଗରକୋଏଲ ଓ କନ୍ୟାକୁମାରୀ ସମେତ ଦକ୍ଷିଣ ତାମିଲନାଡୁର ଅନେକ ସହର ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅନେକ ଘରେ ପାଣି ପଶିଯାଇଛି। ଫଳରେ ଲୋକେ ଜଳବନ୍ଦୀ ଅଛନ୍ତି। ଘର ଭାଙ୍ଗିଯିବାରୁ ତିରୁନେଲଭେଲି ସହରରେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତୁତିକୁରିନ ଜିଲ୍ଲାର କୟାଲପଟ୍ଟିନମ୍ଠାରେ ଗତ ୨୪ […]

ତାମିଲନାଡୁରେ ବର୍ଷା ବିପର୍ଯ୍ୟୟ , ୭୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର , ୮୦୦ ଟ୍ରେନ୍ ଯାତ୍ରୀ ଫସିଛନ୍ତି

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁ ତାମିଲନାଡ଼ୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ତିରୁନେଲଭେଲି, ଟେଙ୍କାସି, ତୁତିକୋରିନ, ନାଗରକୋଏଲ ଓ କନ୍ୟାକୁମାରୀ ସମେତ ଦକ୍ଷିଣ ତାମିଲନାଡୁର ଅନେକ ସହର ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅନେକ ଘରେ ପାଣି ପଶିଯାଇଛି। ଫଳରେ ଲୋକେ ଜଳବନ୍ଦୀ ଅଛନ୍ତି। ଘର ଭାଙ୍ଗିଯିବାରୁ ତିରୁନେଲଭେଲି ସହରରେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତୁତିକୁରିନ ଜିଲ୍ଲାର କୟାଲପଟ୍ଟିନମ୍ଠାରେ ଗତ ୨୪ ଘଣ୍ଟାରେ ୯୩ ସେମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଦକ୍ଷିଣ ତାମିଲନାଡ଼ୁର ୪ ଜିଲ୍ଲାରୁ ପ୍ରାୟ ୭,୪୩୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୮୪ ରିଲିଫ୍ ଶିବିରରେ ଲୋକମାନଙ୍କୁ ରଖାଯାଇଛି। ବନ୍ୟା ପ୍ରବଣ ଅଞ୍ଚଳରେ ଲୋକମାନଙ୍କୁ ସହଯୋଗ କରିବାପାଇଁ ମୋଟ୍ ୪୨୫ ବିପର୍ଯ୍ୟୟ ପରିଚାଳନା ଟିମ୍ ମୁତୟନ ହୋଇଛନ୍ତି। ତିରୁନେଲଭେଲିର ସିବାଲାପେରୀରେ ଅନେକ ଦୁଇମହଲା ବିଶିଷ୍ଟ ଘରର ଛାତ ଉପରେ ଲୋକେ ଆଶ୍ରୟ ନେଇଛନ୍ତି। ତୁତିକୋରିନ ବିମାନ ବନ୍ଦରରେ ସୋମବାର ଅତିକମ୍ରେ ୮ଟି ବିମାନ ବାତିଲ କରାଯାଇଛି। ଥୁଥୁକୁଡ଼ି ଜିଲ୍ଲାର ଷ୍ଟେସନରେ ୮୦୦ରୁ ଅଧିକ ଯାତ୍ରୀ ଅଟକି ରହିଛନ୍ତି।ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ତାଙ୍କୁ ମଙ୍ଗଳବାର ଭେଟିବା ଲାଗି ସମୟ ମାଗିଛନ୍ତି। ବୈଠକରେ ସେ ପ୍ରଧାନମନ୍ତ୍ରୀଙ୍କୁ ବନ୍ୟା ସ୍ଥିତି ସଂପର୍କରେ ଅବଗତ କରାଇବେ। ଏଥିସହିତ ନିକଟରେ ସାମୁଦ୍ରିକ ଝଡ଼ ମିଗଜୋମ୍ ପ୍ରଭାବରୁ ଚେନ୍ନାଇରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରଠାରୁ ସହାୟତା ଲୋଡ଼ିପାରନ୍ତି।