ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲା: ଯଦି ଚିଠି ନକଲି ସତ୍ୟପାଠ ଦିଅ

କଟକ:ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲା।ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ଚିଠି ଯଦି ନକଲି ତେବେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି ଅଭିଯୋଗ ହୋଇଛି। ଉଚ୍ଛେଦ ରୋକିବା ନେଇ ଆଶ୍ରମ ପକ୍ଷରୁ ଏହି ଚିଠି ପୂର୍ବରୁ ହାଇକୋର୍ଟରେ ଦାଖଲ ହୋଇଥିଲା। ଏହି ଆଧାରରେ ହାଇକୋର୍ଟ ଉଚ୍ଛେଦ ଉପରେ କଟକଣା ଜାରି କରିଥିଲେ।ଅନ୍ତରୀଣ କଟକଣାକୁ ବଳବତ୍ତର […]

ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲା: ଯଦି ଚିଠି ନକଲି ସତ୍ୟପାଠ ଦିଅ

କଟକ:ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲା।ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ଚିଠି ଯଦି ନକଲି ତେବେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି ଅଭିଯୋଗ ହୋଇଛି। ଉଚ୍ଛେଦ ରୋକିବା ନେଇ ଆଶ୍ରମ ପକ୍ଷରୁ ଏହି ଚିଠି ପୂର୍ବରୁ ହାଇକୋର୍ଟରେ ଦାଖଲ ହୋଇଥିଲା।

ଏହି ଆଧାରରେ ହାଇକୋର୍ଟ ଉଚ୍ଛେଦ ଉପରେ କଟକଣା ଜାରି କରିଥିଲେ।ଅନ୍ତରୀଣ କଟକଣାକୁ ବଳବତ୍ତର ରଖିଲେ ହାଇକୋର୍ଟ।ଅନୁମତି ପତ୍ରର ସଠିକତା ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି। ଜାନୁୟାରୀ ୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ଧାର୍ଯ୍ୟ ହୋଇଛି।