ମ୍ୟାଁମାର୍ରେ ଟାଇଫୁନ୍ ୟାଗିର ଭୟଙ୍କର ରୂପ; ୭୪ ମୃତ, ୮୯ ନିଖୋଜ
ରେଙ୍ଗୁନ୍: ଟାଇଫୁନ୍ ୟାଗି ଆଜି ମ୍ୟାଁମାରରେ ମୁହାଁ ହୋଇଛି। ମ୍ୟାଁମାର୍ରେ ସୃଷ୍ଟି ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ରେ ୭୪ଜଣଙ୍କ ମୃତ୍ୟୁଘଟିଥିବା ବେଳେ ୮୯ଜଣ ନିଖୋଜ ଥିବା ଜଣାଯାଇଛି। ଟାଇଫୁନ୍ ୟାଗି ଯୋଗୁଁ ପ୍ରାୟ ୨ଲକ୍ଷ ୪୦ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ମଧ୍ୟ ମ୍ୟାଁମାରର ମାଣ୍ଡାଲେ, ବାଗୋ, ପୂର୍ବ ସାନ୍ ରାଜ୍ୟ ତଥା ଦେଶର ରାଜଧାନୀ ନ୍ୟାପିତା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଲଗାଣ ବର୍ଷାଯୋଗୁଁ ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାରେ, ୨୪ଟି ପୋଲ, ୩୭୫ଟି […]

ରେଙ୍ଗୁନ୍: ଟାଇଫୁନ୍ ୟାଗି ଆଜି ମ୍ୟାଁମାରରେ ମୁହାଁ ହୋଇଛି। ମ୍ୟାଁମାର୍ରେ ସୃଷ୍ଟି ହୋଇଥିବା ଭୟଙ୍କର ଘୂର୍ଣ୍ଣିଝଡ଼ରେ ୭୪ଜଣଙ୍କ ମୃତ୍ୟୁଘଟିଥିବା ବେଳେ ୮୯ଜଣ ନିଖୋଜ ଥିବା ଜଣାଯାଇଛି। ଟାଇଫୁନ୍ ୟାଗି ଯୋଗୁଁ ପ୍ରାୟ ୨ଲକ୍ଷ ୪୦ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ମଧ୍ୟ ମ୍ୟାଁମାରର ମାଣ୍ଡାଲେ, ବାଗୋ, ପୂର୍ବ ସାନ୍ ରାଜ୍ୟ ତଥା ଦେଶର ରାଜଧାନୀ ନ୍ୟାପିତା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଲଗାଣ ବର୍ଷାଯୋଗୁଁ ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାରେ, ୨୪ଟି ପୋଲ, ୩୭୫ଟି ସ୍କୁଲ ଘର, ଗୋଟିଏ ବୌଦ୍ଧ ମନ୍ଦିର, ୫ଟି ଜଳବନ୍ଧ, ୬ଟି ପାଗୋଡ଼ା, ୧୪ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ୪୫୬ଟି ବିଦ୍ୟୁତ୍ ଖୁଣ୍ଟ ଓ ୬୫ ହଜାର ଘର ଆଂଶିକ ଓ ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦେଶର ଶାସନ ଭାର କାନ୍ଧେଇଥିବା ସେନା ପରିଷଦ ବରିଷ୍ଠ ସେନାଧିକାରୀ ଜେନେରାଲ୍ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଏହି ବିପର୍ଯ୍ୟୟରେ ବିଦେଶ ରାଷ୍ଟ୍ରଙ୍କ ସହାୟତା ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ସାଇକ୍ଲୋନ୍ ନାର୍ଗିସ୍ ପ୍ରଭାବରେ ମ୍ୟାଁମାର୍ରେ ୧ଲକ୍ଷ ୩୮ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା।