ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ,ବିମାନବନ୍ଦରରେ ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ପରେ ରାଜଭବନ ଯାଇ ସେଠାରୁ ପୁରୀ ଅଭିମୁଖେ ଯିବେ ।  ପୁରୀ ରାଜଭବନରେ ରାତ୍ରିଯାପନ କରିବେ ନବନିଯୁକ୍ତ ରାଜ୍ୟପାଳ । କାଲି ସକାଳେ ସସ୍ତ୍ରୀକ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେଠାରୁ ଭୁବନେଶ୍ବରର ଫେରିବା ପରେ ସକାଳ ୧୦ଟା ୧୫ରେ ଓଡ଼ିଶାର […] The post ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ,ବିମାନବନ୍ଦରରେ ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର appeared first on KNews Odisha.

ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ,ବିମାନବନ୍ଦରରେ ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର
haribabu 2

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ପରେ ରାଜଭବନ ଯାଇ ସେଠାରୁ ପୁରୀ ଅଭିମୁଖେ ଯିବେ ।  ପୁରୀ ରାଜଭବନରେ ରାତ୍ରିଯାପନ କରିବେ ନବନିଯୁକ୍ତ ରାଜ୍ୟପାଳ । କାଲି ସକାଳେ ସସ୍ତ୍ରୀକ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେଠାରୁ ଭୁବନେଶ୍ବରର ଫେରିବା ପରେ ସକାଳ ୧୦ଟା ୧୫ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ । ନୂଆ ରାଜ୍ୟପାଳଙ୍କ ଶପଥ କାର୍ଯ୍ୟକ୍ରମ ପାଇଁ ରାଜଭବନ ଅଭିଷେକ ହଲରେ ବ୍ୟପାକ ପ୍ରସ୍ତୁତି କରାଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।  ଶିକ୍ଷାବିତରୁ ରାଜ୍ୟପାଳ ହୋଇଛନ୍ତି ଡ. ହରିବାକୁ କମ୍ଭମପତି ।

ଏହା ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ। ୧୯୫୩ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମିତ କେ ହରିବାବୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବି. ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି ପ୍ରତି ଆଗ୍ରହୀ ଥିବା ହରିବାବୁ ୧୯୭୨ ମସିହାରେ ରାଜନୀତିରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ ଆନ୍ଧ୍ରପ୍ରଦେଶ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ପରେ ୧୯୯୧ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ।

୧୯୯୯ ମସିହାରେ ସେ ବିଶାଖାପାଟଣା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାସହିତ ୨୦୧୪ରୁ ୨୦୧୮ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଦାୟିତ୍ୱରେ ଥିଲେ। ୨୦୨୧ ମସିହା ଜୁଲାଇ ୬ ତାରିଖରେ ତାଙ୍କୁ ମିଜୋରମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ। ଗତ ୨୪ ତାରିଖରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।

 

The post ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ ,ବିମାନବନ୍ଦରରେ ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର appeared first on KNews Odisha.