ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲା ଜିଲ୍ଲା ରେସ୍କ୍ୟୁ ଟିମ୍
ଲକ୍ଷ୍ମୀପୁର ୨୯/୧୧.. ଦୀର୍ଘ ଦିନ ହେଲା ଲକ୍ଷ୍ମୀପୁର ବଜାର ଉପରେ ଉତ୍ପାତ କରୁଥିବା ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଆଜି ରେସକ୍ୟୁ ଟିମ୍ ଉଦ୍ଧାର କରିଛନ୍ତି।ବଜାର ମଝି ଦେଇ ଯାତାୟାତ କରୁଥିବା ସମସ୍ତ ଯାନବାହନ ଆଗରେ ଛିଡା ହୋଇ ପଡ଼ୁଥିବା ସହ ବାଡି ଧରି ମଟରସାଇକେଲରେ ଯାଉଥିବା ଲୋକଙ୍କୁ ଗୌଡ଼ାଉଥିଲା।ହାତରେ ଯାହା ପଡୁଥିଲା ଲୋକଙ୍କ ଉପରକୁ ଫୋପାଡୁଥିଲା।ତା ଯୋଗୁଁ ପ୍ରତି ଦିନ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।ତାକୁ ତୁରନ୍ତ ଉଦ୍ଧାର କରି ଡ଼ାକ୍ତରଖାନା […] The post ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲା ଜିଲ୍ଲା ରେସ୍କ୍ୟୁ ଟିମ୍ appeared first on Odisha.News.

ଲକ୍ଷ୍ମୀପୁର ୨୯/୧୧..
ଦୀର୍ଘ ଦିନ ହେଲା ଲକ୍ଷ୍ମୀପୁର ବଜାର ଉପରେ ଉତ୍ପାତ କରୁଥିବା ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଆଜି ରେସକ୍ୟୁ ଟିମ୍ ଉଦ୍ଧାର କରିଛନ୍ତି।ବଜାର ମଝି ଦେଇ ଯାତାୟାତ କରୁଥିବା ସମସ୍ତ ଯାନବାହନ ଆଗରେ ଛିଡା ହୋଇ ପଡ଼ୁଥିବା ସହ ବାଡି ଧରି ମଟରସାଇକେଲରେ ଯାଉଥିବା ଲୋକଙ୍କୁ ଗୌଡ଼ାଉଥିଲା।ହାତରେ ଯାହା ପଡୁଥିଲା ଲୋକଙ୍କ ଉପରକୁ ଫୋପାଡୁଥିଲା।ତା ଯୋଗୁଁ ପ୍ରତି ଦିନ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।ତାକୁ ତୁରନ୍ତ ଉଦ୍ଧାର କରି ଡ଼ାକ୍ତରଖାନା ପଠା ଯାଉ ବୋଲି ଲୋକେ ଲକ୍ଷ୍ମୀପୁର ଥାନା ସହ ପଞ୍ଚାୟତ ସମିତିରେ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ଜିଲ୍ଲା ସ୍ତରରୁ ଏକ ଟିମ୍ ଆସି ଉକ୍ତ ମହିଳାଙ୍କୁ ବଜାର ରୁ ଉଦ୍ଧାର କରି କୋରାପୁଟ ନେଇଥିଲେ।ସେଠାର ତାକୁ ଭଲ ହେବା ଯାଏଁ ତାକୁ ସୁରକ୍ଷା ରେ ରଖି ଚିକିତ୍ସା କରାଯିବ ବୋଲି ଏକତା ପ୍ରୋଜେକ୍ଟ ସୁରକ୍ଷା ସେଣ୍ଟର୍ ଇନଚାର୍ଜ୍ ଅଲିଭା ସାମଲ ପ୍ରକାଶ କରିଥିଲେ।ମହିଳାଙ୍କୁ ଉଦ୍ଧାର କରାଯିବା ସମୟରେ ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ ଓ ବିଡ଼ିଓ ଗୁରେଶ୍ୱର ଭୋଇ ରେସ୍କୁଟିମ୍ ସହ ଉପସ୍ଥିତ ଥିଲେ।
The post ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲା ଜିଲ୍ଲା ରେସ୍କ୍ୟୁ ଟିମ୍ appeared first on Odisha.News.