କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି
ନୂଆଦିଲ୍ଲୀ: କାନାଡା ବ୍ୟାଙ୍କ ଏବଂ ଇଂଲଣ୍ଡ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ୫୯ ବର୍ଷୀୟ କାର୍ନି ୮୫.୯ ପ୍ରତିଶତ ଭୋଟ ପାଇଥିଲେ। ସେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ। ଏହି ଭୋଟରେ ଦଳର ୧ ଲକ୍ଷ ୫୨ ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତ ଜାନୁଆରୀ ପ୍ରଧାନମନ୍ତ୍ରୀ ପଦରୁ ଓହରିଯିବା ଲାଗି ଘୋଷଣା କରିଥିଲେ ଟ୍ରୁଡୁ। ମାର୍କ କାର୍ନି ଉତ୍ତର-ପଶ୍ଚିମ ଅଞ୍ଚଳ କାନାଡାରେ ଜନ୍ମ ହୋଇଥିବା ବେଳେ […] The post କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି appeared first on Odisha.News.
ନୂଆଦିଲ୍ଲୀ: କାନାଡା ବ୍ୟାଙ୍କ ଏବଂ ଇଂଲଣ୍ଡ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ୫୯ ବର୍ଷୀୟ କାର୍ନି ୮୫.୯ ପ୍ରତିଶତ ଭୋଟ ପାଇଥିଲେ। ସେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ। ଏହି ଭୋଟରେ ଦଳର ୧ ଲକ୍ଷ ୫୨ ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତ ଜାନୁଆରୀ ପ୍ରଧାନମନ୍ତ୍ରୀ ପଦରୁ ଓହରିଯିବା ଲାଗି ଘୋଷଣା କରିଥିଲେ ଟ୍ରୁଡୁ।
ମାର୍କ କାର୍ନି ଉତ୍ତର-ପଶ୍ଚିମ ଅଞ୍ଚଳ କାନାଡାରେ ଜନ୍ମ ହୋଇଥିବା ବେଳେ ତାଙ୍କ ପିଲାଦିନ ଏଡମୋଣ୍ଟନରେ ବିତିଥିଲା। ସେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ଏହା ପରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଏବଂ ପରେ ୧୯୯୫ ମସିହାରେ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ।
୨୦୦୮ ମସିହାରେ ତାଙ୍କୁ ବ୍ୟାଙ୍କ ଅଫ୍ କାନାଡାର ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୦ ମସିହାରେ, ବିଶ୍ୱ ପ୍ରସିଦ୍ଧ ପତ୍ରିକା TIME ତାଙ୍କୁ ବିଶ୍ୱର ୨୫ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଜଣେ ବୋଲି ଘୋଷଣା କରିଥିଲା। ଏହା ବ୍ୟତୀତ ୨୦୧୨ ମସିହାରେ ୟୁରୋମନି ପତ୍ରିକା ତାଙ୍କୁ ‘ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଫ୍ ଦି ଇୟର’ ଭାବେ ଘୋଷଣା କରିଥିଲା। ଆମେରିକା ସହ ଟାରିଫ ବିବାଦରେ ବର୍ତ୍ତମାନ କାନାଡାକୁ କିପରି କାର୍ଣ୍ଣି ନେତୃତ୍ବ ଦେବେ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।
The post କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି appeared first on Odisha.News.