ନବୀନଙ୍କ ଉପରେ ଖୁବ୍ ବର୍ଷିଲେ ଶାହା
ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ନବୀନ ସରକାର ବିରୋଧରେ ବର୍ଷିଥିଲେ। ଶାହା କହିଛନ୍ତି, ଭାଜପା ସରକାର ଆସିବ। ଓଡ଼ିଶାରେ ସରକାର ଆସିଲେ ପୁରୀ ଜଗନ୍ନାଥ ମନ୍ଦିର ଚାରିଦ୍ୱାର ଖୋଲିବୁ। ରତ୍ନଭଣ୍ଡାର ମୁଖ୍ୟ ଚାବି ଦେଖାଯିବ। କେନ୍ଦ୍ରରେ ଭାଜପା ସରକାର ଆସିବା ପରଠୁ ବିଗତ ୧୦ ବର୍ଷ ମଧ୍ୟରେ ଆତଙ୍କବାଦ ଏବଂ […] The post ନବୀନଙ୍କ ଉପରେ ଖୁବ୍ ବର୍ଷିଲେ ଶାହା appeared first on Dharitri Odia News.
ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ନବୀନ ସରକାର ବିରୋଧରେ ବର୍ଷିଥିଲେ। ଶାହା କହିଛନ୍ତି, ଭାଜପା ସରକାର ଆସିବ। ଓଡ଼ିଶାରେ ସରକାର ଆସିଲେ ପୁରୀ ଜଗନ୍ନାଥ ମନ୍ଦିର ଚାରିଦ୍ୱାର ଖୋଲିବୁ। ରତ୍ନଭଣ୍ଡାର ମୁଖ୍ୟ ଚାବି ଦେଖାଯିବ। କେନ୍ଦ୍ରରେ ଭାଜପା ସରକାର ଆସିବା ପରଠୁ ବିଗତ ୧୦ ବର୍ଷ ମଧ୍ୟରେ ଆତଙ୍କବାଦ ଏବଂ ନକ୍ସଲ ସମସ୍ୟା ଲୋପ ପାଇଛି। ଜଣେ ଆଦିବାସୀ ମହିଳାଙ୍କୁ ନରେନ୍ଦ୍ର ମୋଦି ରାଷ୍ଟ୍ରପତି କରି ଓଡ଼ିଆଙ୍କ ସମ୍ମାନ ବଢ଼ାଇଛନ୍ତି। ଲୋକେ ଲୋକ ପ୍ରତିନିଧିଙ୍କୁ ନିର୍ବାଚିତ କରୁଛନ୍ତି। ଲୋକ ପ୍ରତିନିଧି ସେମାନଙ୍କ କଥା ବୁଝନ୍ତି। କିନ୍ତୁ ନବୀନ ବାବୁ କିଛି ଅଣ ଓଡ଼ିଆ ବାବୁଙ୍କୁ ନେଇ ଶାସନ ଚଳାଇଛନ୍ତି। ନବୀନ ବାବୁଙ୍କୁ ୨୫ ବର୍ଷ ଶାସନ ଦେଲ। ଆମକୁ ୫ ବର୍ଷ ସୁଯୋଗ ଦେଲେ ଓଡ଼ିଶା ଏକ ବିକଶିତ ରାଜ୍ୟ ହୋଇପାରିବ। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଓଡ଼ିଶାର ନବୀନ ବାବୁ ରାମମନ୍ଦିର ପ୍ରଚାର କରିବା ବଦଳରେ ଅନ୍ୟ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଶାହା ଅଭିଯୋଗ କରିଥିଲେ। ସଭାରେ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀ କିମ୍ବା ଅନ୍ୟ କୌଣସ ନେତାଙ୍କ ନାଁ ନ ନେଇ ପରୋକ୍ଷରେ କଂଗ୍ରେସ ସରକାରକୁ ସମାଲୋଚନା କରିଥିଲେ। ଆସିକା ଭାଜପା ଲୋକ ସଭା ପ୍ରାର୍ଥିନୀ ଅନିତା ପ୍ରିୟଦର୍ଶିନୀ, ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ, ଭାଜପା ନେତା ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
The post ନବୀନଙ୍କ ଉପରେ ଖୁବ୍ ବର୍ଷିଲେ ଶାହା appeared first on Dharitri Odia News.