ହଲିଉଡ୍‌ ଫିଲ୍ମ ‘ଦ ବ୍ଲଫ୍‌’ ସୁଟିଂ ଶେଷ, ପୋଷ୍ଟ ସେୟାର କରି ସୂଚନା ଦେଲେ ପ୍ରିୟଙ୍କା

ମୁମ୍ଵାଇ ୧୨।୦୮: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଆଜିକାଲି ନିଜର  ଅପ୍‌କମିଂ ହଲିଉଡ୍‌ ଫିଲ୍ମ ‘ଦ ବ୍ଲଫ୍‌’ ପାଇଁ ଚର୍ଚ୍ଚାରେ । ଅଷ୍ଟ୍ରେଲିଆରେ ଫିଲ୍ମର ସୁଟିଂ ଚାଲୁଥିବାବେଳେ ନିକଟରେ  ତାହା ସମାପ୍ତ ହୋଇଛି । ପ୍ରିୟଙ୍କା ନିଜର ଇନ୍‌ଷ୍ଟାଗ୍ରାମ  ଷ୍ଟୋରିରେ ଶେଷଦିନ ସୁଟିଂର କିଛି ଫଟୋ ବି ପୋଷ୍ଟ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଫଟୋରେ ତାଙ୍କୁ  କଳା ରଙ୍ଗର ଫେସ୍‌ ମାସ୍କରେ ଦେଖିବାକୁ  ମିଳୁଛି । କ୍ୟାପ୍‌ସନରେ ସେ ଲେଖିଛନ୍ତି, ଏହା ମୋର ସକାଳର ମାସ୍କ । ଆଜି   ‘ଦ ବ୍ଲଫ୍‌’ର ସୁଟିଂର ଶେଷ ଦିନ ।   ଏଥିସହିତ ସେ ଫିଲ୍ମର ସୁଟିଂ  ସମୟର କିଛି ମୂହୁର୍ତ୍ତକୁ ଶେୟାର ବି  କରିଛନ୍ତି । ସେହି ଭିଡିଓରେ ସୁଟିଂ  ସେଟ୍‌ର ସୁନ୍ଦର ଦୃଶ୍ୟକୁ ଦେଖିବାକୁ ମିଳୁଛି । ସେ ମଧ୍ୟ ତାଙ୍କ ସହିତ  ଯାଇଥିବା ସ୍ୱାମୀ ନିକ୍‌ ଜୋନାସ୍‌,  ଝିଅ ମାଲତୀ ମେରୀ ଚୋପ୍ରା ସହ  ଏକ ଫଟୋ ପୋଷ୍ଟ କରିଛନ୍ତି । ‘ଦ ବ୍ଲଫ୍‌’କୁ ଫ୍ରାଙ୍କ.ଇ.ଫ୍ଲାୱାର୍ସ ନିର୍ଦ୍ଦେଶନା  ଦେଉଛନ୍ତି । ସେଥିରେ ପ୍ରିୟଙ୍କାଙ୍କ  ସହିତ କାର୍ଲ ଅର୍ବାନ୍‌, ଇସମାଇଲ୍‌ କ୍ରୁଜ୍‌   କୋର୍ଡୋଭା, ସାଫିଆ ଓକଲେ-ଗ୍ରୀନ୍‌ଙ୍କୁ  ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।  ଫିଲ୍ମର କାହାଣୀ ଊନବିଂଶ ଶତାଦ୍ଦୀ  ସମୟରେ କାରାବିୟାନ୍‌ ଦ୍ୱୀପ ଉପରେ ଆଧାରିତ । ପ୍ରିୟଙ୍କା ଏଥିରେ ଜଣେ  ପୂର୍ବତନ ଜଳଦସ୍ୟୁର ଭୂମିକା ନିର୍ବାହ  କରୁଛନ୍ତି । ଅତୀତ ସାମ୍ନାକୁ ଆସିବା  ପରେ ସେ କିପର

ହଲିଉଡ୍‌ ଫିଲ୍ମ ‘ଦ ବ୍ଲଫ୍‌’ ସୁଟିଂ ଶେଷ, ପୋଷ୍ଟ ସେୟାର କରି ସୂଚନା ଦେଲେ ପ୍ରିୟଙ୍କା

ମୁମ୍ଵାଇ ୧୨।୦୮: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଆଜିକାଲି ନିଜର  ଅପ୍‌କମିଂ ହଲିଉଡ୍‌ ଫିଲ୍ମ ‘ଦ ବ୍ଲଫ୍‌’ ପାଇଁ ଚର୍ଚ୍ଚାରେ । ଅଷ୍ଟ୍ରେଲିଆରେ ଫିଲ୍ମର ସୁଟିଂ ଚାଲୁଥିବାବେଳେ ନିକଟରେ  ତାହା ସମାପ୍ତ ହୋଇଛି । ପ୍ରିୟଙ୍କା ନିଜର ଇନ୍‌ଷ୍ଟାଗ୍ରାମ  ଷ୍ଟୋରିରେ ଶେଷଦିନ ସୁଟିଂର କିଛି ଫଟୋ ବି ପୋଷ୍ଟ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଫଟୋରେ ତାଙ୍କୁ  କଳା ରଙ୍ଗର ଫେସ୍‌ ମାସ୍କରେ ଦେଖିବାକୁ  ମିଳୁଛି । କ୍ୟାପ୍‌ସନରେ ସେ ଲେଖିଛନ୍ତି, ଏହା ମୋର ସକାଳର ମାସ୍କ । ଆଜି   ‘ଦ ବ୍ଲଫ୍‌’ର ସୁଟିଂର ଶେଷ ଦିନ ।   

ଏଥିସହିତ ସେ ଫିଲ୍ମର ସୁଟିଂ  ସମୟର କିଛି ମୂହୁର୍ତ୍ତକୁ ଶେୟାର ବି  କରିଛନ୍ତି । ସେହି ଭିଡିଓରେ ସୁଟିଂ  ସେଟ୍‌ର ସୁନ୍ଦର ଦୃଶ୍ୟକୁ ଦେଖିବାକୁ ମିଳୁଛି । ସେ ମଧ୍ୟ ତାଙ୍କ ସହିତ  ଯାଇଥିବା ସ୍ୱାମୀ ନିକ୍‌ ଜୋନାସ୍‌,  ଝିଅ ମାଲତୀ ମେରୀ ଚୋପ୍ରା ସହ  ଏକ ଫଟୋ ପୋଷ୍ଟ କରିଛନ୍ତି । ‘ଦ ବ୍ଲଫ୍‌’କୁ ଫ୍ରାଙ୍କ.ଇ.ଫ୍ଲାୱାର୍ସ ନିର୍ଦ୍ଦେଶନା  ଦେଉଛନ୍ତି । ସେଥିରେ ପ୍ରିୟଙ୍କାଙ୍କ  ସହିତ କାର୍ଲ ଅର୍ବାନ୍‌, ଇସମାଇଲ୍‌ କ୍ରୁଜ୍‌   କୋର୍ଡୋଭା, ସାଫିଆ ଓକଲେ-ଗ୍ରୀନ୍‌ଙ୍କୁ  ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।  ଫିଲ୍ମର କାହାଣୀ ଊନବିଂଶ ଶତାଦ୍ଦୀ  ସମୟରେ କାରାବିୟାନ୍‌ ଦ୍ୱୀପ ଉପରେ ଆଧାରିତ । 

ପ୍ରିୟଙ୍କା ଏଥିରେ ଜଣେ  ପୂର୍ବତନ ଜଳଦସ୍ୟୁର ଭୂମିକା ନିର୍ବାହ  କରୁଛନ୍ତି । ଅତୀତ ସାମ୍ନାକୁ ଆସିବା  ପରେ ସେ କିପରି ନିଜ ପରିବାରକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି  ତାହା ଦର୍ଶକେ ଦେଖିବାକୁ ପାଇବେ ।  ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ  ସେ ନିଜର ଗୁଇନ୍ଦା ଆକ୍ସନ ଥ୍ରିଲର  ‘ସିଟାଡେଲ୍‌’ର ଦ୍ୱିତୀୟ ସିଜନ୍‌ ଲାଗି  ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।