ଭେନ୍ୟୁ ବଦଳାଇଲା BCCI, ଏବେ କୋଲକାତାରେ ହେବନି IPL ଫାଇନାଲ୍; ପ୍ଲେଅଫ୍ ମ୍ୟାଚ୍ ସ୍ଥାନରେ ବି ପରିବର୍ତ୍ତନ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ପ୍ଲେଅଫ୍ ପାଇଁ ନୂଆ ଭେନ୍ୟୁ ଘୋଷଣା କରିଛି ବିସିସିଆଇ । ଏହାସହ ଫାଇନାଲ୍ ଖେଳାଯିବାକୁ ଥିବା ଷ୍ଟାଡିୟମ ମଧ୍ୟ ପରିବର୍ତ୍ତନ କରିଛି । କୋଲକାତାର ଇଡେନ୍ ଗାର୍ଡେନ୍ସ ପରିବର୍ତ୍ତେ ଏବେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । କ୍ୱାଲିଫାୟାର ୧ ଓ ଏଲିମିନେଟର୍ ମ୍ୟାଚ୍ ପାଇଁ ଷ୍ଟାଡିୟମ ପରବର୍ତ୍ତନ କରାଯାଇଛି । ଦୁଇ ମୁକାବିଲା ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ଏହି ଦୁଇ ମ୍ୟାଚ୍ର ଆୟୋଜନ ହାଇଦ୍ରାବାଦରେ ହୋଇଥାନ୍ତା । ବିସିସିଆଇ ମଙ୍ଗଳବାର ଏକ ବୟାନରେ କହିଛି ଯେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୁନ୍ ୩ରେ ଆଇପିଏଲ୍ ଫାଇନାଲ୍ ଖେଳାଯିବ । କ୍ୱାଲିଫାୟାର-୨ ମଧ୍ୟ ଏହି ମୈଦାନରେ ଖେଳାଯିବ । ଅନ୍ୟପଟେ ମୁଲ୍ଲାନପୁରର ମହାରାଜ ୟାଦବେନ୍ଦ୍ର ସିଂହ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମେ ୨୯ରେ କ୍ୱାଇଫାୟାର-୧ ଓ ମେ ୩୦ରେ ଏଲିମିନେଟର୍ ମୁକାବିଲା ଖେଳାଯିବ । ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଧାର୍ଯ୍ୟ ସୂଚୀ ଅନୁସାରେ ମେ ୨୫ରେ କୋଲକାତାରେ ଫାଇନାଲ୍ ଖେଳା ଯାଇଥାନ୍ତା । କ୍ୱାଲିଫାୟାର ୨ ମଧ୍ୟ ଏଠାରେ ଆୟୋଜନ ହୋଇଥାନ୍ତା ।ମଙ୍ଗଳବାର ବିସିସିଆଇର ଦୀର୍ଘ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ୱାଇଫାୟାର ୧ ଓ ଏଲିମିନେଟର ମ୍ୟାଚ୍ ପାଇଁ ଷାଡିୟମ୍ ପରିବର୍ତ୍ତନ ପଛରେ ବର୍ଷା ପ୍ରମୁଖ କାରଣ । ଦେଶରେ ଧୀରେ ଧୀରେ ମୌସୁମୀ ପ୍ରବେଶ କରୁଥ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ପ୍ଲେଅଫ୍ ପାଇଁ ନୂଆ ଭେନ୍ୟୁ ଘୋଷଣା କରିଛି ବିସିସିଆଇ । ଏହାସହ ଫାଇନାଲ୍ ଖେଳାଯିବାକୁ ଥିବା ଷ୍ଟାଡିୟମ ମଧ୍ୟ ପରିବର୍ତ୍ତନ କରିଛି । କୋଲକାତାର ଇଡେନ୍ ଗାର୍ଡେନ୍ସ ପରିବର୍ତ୍ତେ ଏବେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । କ୍ୱାଲିଫାୟାର ୧ ଓ ଏଲିମିନେଟର୍ ମ୍ୟାଚ୍ ପାଇଁ ଷ୍ଟାଡିୟମ ପରବର୍ତ୍ତନ କରାଯାଇଛି । ଦୁଇ ମୁକାବିଲା ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ଏହି ଦୁଇ ମ୍ୟାଚ୍ର ଆୟୋଜନ ହାଇଦ୍ରାବାଦରେ ହୋଇଥାନ୍ତା ।
ବିସିସିଆଇ ମଙ୍ଗଳବାର ଏକ ବୟାନରେ କହିଛି ଯେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୁନ୍ ୩ରେ ଆଇପିଏଲ୍ ଫାଇନାଲ୍ ଖେଳାଯିବ । କ୍ୱାଲିଫାୟାର-୨ ମଧ୍ୟ ଏହି ମୈଦାନରେ ଖେଳାଯିବ । ଅନ୍ୟପଟେ ମୁଲ୍ଲାନପୁରର ମହାରାଜ ୟାଦବେନ୍ଦ୍ର ସିଂହ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମେ ୨୯ରେ କ୍ୱାଇଫାୟାର-୧ ଓ ମେ ୩୦ରେ ଏଲିମିନେଟର୍ ମୁକାବିଲା ଖେଳାଯିବ । ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଧାର୍ଯ୍ୟ ସୂଚୀ ଅନୁସାରେ ମେ ୨୫ରେ କୋଲକାତାରେ ଫାଇନାଲ୍ ଖେଳା ଯାଇଥାନ୍ତା । କ୍ୱାଲିଫାୟାର ୨ ମଧ୍ୟ ଏଠାରେ ଆୟୋଜନ ହୋଇଥାନ୍ତା ।
ମଙ୍ଗଳବାର ବିସିସିଆଇର ଦୀର୍ଘ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ୱାଇଫାୟାର ୧ ଓ ଏଲିମିନେଟର ମ୍ୟାଚ୍ ପାଇଁ ଷାଡିୟମ୍ ପରିବର୍ତ୍ତନ ପଛରେ ବର୍ଷା ପ୍ରମୁଖ କାରଣ । ଦେଶରେ ଧୀରେ ଧୀରେ ମୌସୁମୀ ପ୍ରବେଶ କରୁଥିବାରୁ ଦକ୍ଷିଣ ଭାରତରେ ବର୍ଷା ଆରମ୍ଭ ହୋଇସାରିଛି । ବର୍ଷା ଓ ଖରାପ ପାଗ କାରଣରୁ ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି । ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥାନ୍ତା ।