ଡାକ୍ତର କପଲଙ୍କ ପ୍ରି-ଓ୍ବେଡିଂ ଫଟୋଶୁଟ୍ କରିବା ପଡ଼ିଲା ମହଙ୍ଗା, ଚାକିରିରୁ ହେଲେ ବିଦା, ଜାଣନ୍ତୁ ପ୍ରକୃତ ଘଟଣା
ଲୋକଙ୍କ ଜୀବନରେ ବିବାହ ଏକ ବିଶେଷ ଦିନ। ଲୋକମାନେ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ କିଛି ଆପଣାଉଛନ୍ତି। ଆଜିକାଲି ବିବାହିତ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ନୂଆ କ୍ରେଜ ଦେଖାଯାଉଛି। ଯାହା ହେଉଛି ବିବାହ ପୂର୍ବରୁ ଫଟୋଶୁଟ୍ । ଲୋକମାନେ ଏହା କରିବାକୁ ଯେକୌଣସି ସ୍ତରକୁ ଯାଆନ୍ତି । କିନ୍ତୁ ପ୍ରି-ଓ୍ବେଡିଂ ଫଟୋଶୁଟ୍ କରିବା ଡାକ୍ତର କପଲଙ୍କ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି। ଯେତେବେଳେ ତାଙ୍କର ବିବାହ ପୂର୍ବରୁ ଶୁଟିଂର ଭିଡିଓ ସୋସିଆଲ […] The post ଡାକ୍ତର କପଲଙ୍କ ପ୍ରି-ଓ୍ବେଡିଂ ଫଟୋଶୁଟ୍ କରିବା ପଡ଼ିଲା ମହଙ୍ଗା, ଚାକିରିରୁ ହେଲେ ବିଦା, ଜାଣନ୍ତୁ ପ୍ରକୃତ ଘଟଣା appeared first on Dharitri Odia News.
ଲୋକଙ୍କ ଜୀବନରେ ବିବାହ ଏକ ବିଶେଷ ଦିନ। ଲୋକମାନେ ସେମାନଙ୍କର ବିବାହକୁ ସ୍ମରଣୀୟ କରିବା ପାଇଁ ଅନେକ କିଛି ଆପଣାଉଛନ୍ତି। ଆଜିକାଲି ବିବାହିତ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ନୂଆ କ୍ରେଜ ଦେଖାଯାଉଛି। ଯାହା ହେଉଛି ବିବାହ ପୂର୍ବରୁ ଫଟୋଶୁଟ୍ । ଲୋକମାନେ ଏହା କରିବାକୁ ଯେକୌଣସି ସ୍ତରକୁ ଯାଆନ୍ତି । କିନ୍ତୁ ପ୍ରି-ଓ୍ବେଡିଂ ଫଟୋଶୁଟ୍ କରିବା ଡାକ୍ତର କପଲଙ୍କ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି। ଯେତେବେଳେ ତାଙ୍କର ବିବାହ ପୂର୍ବରୁ ଶୁଟିଂର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ବରଖାସ୍ତ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଜଣେ ଡାକ୍ତର କପଲ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ସେମାନେ ଅପରେଶନ ଥିଏଟରରେ ପ୍ରି-ଓ୍ବେଡିଂ ଫଟୋ ଶୁଟ୍ କରୁଛନ୍ତି। ହେଲେ ଏହା ସମ୍ପୂଣ୍ଣ ଅଭିନୟ କରୁଛନ୍ତି। ଏହା ପରେ ଭିଡିଓରେ କପଲଙ୍କ ଫଟୋ ଶୁଟିଂ କରୁଥିବା କ୍ୟାମେରାମ୍ୟାନ୍ ସେଠାରେ ଉପସ୍ଥିତ ଥିଲେ। ଏହାକୁ ଦେଖିବା ପରେ ଲାଗୁଛି ଯେ ଡାକ୍ତର ପ୍ରକୃତରେ ଅପରେଶନ କରୁଛନ୍ତି। କିନ୍ତୁ ପରେ ଏହା ପ୍ରକାଶ ପାଇଲା ଯେ ଏହା ଏକ ପ୍ରି-ଓ୍ବେଡିଂ ଫଟୋଶୁଟ୍ ଏବଂ ଯେଉଁମାନେ ବିବାହ କରୁଛନ୍ତି ଉଭୟ ଡାକ୍ତର ଅଟନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି।
The post ଡାକ୍ତର କପଲଙ୍କ ପ୍ରି-ଓ୍ବେଡିଂ ଫଟୋଶୁଟ୍ କରିବା ପଡ଼ିଲା ମହଙ୍ଗା, ଚାକିରିରୁ ହେଲେ ବିଦା, ଜାଣନ୍ତୁ ପ୍ରକୃତ ଘଟଣା appeared first on Dharitri Odia News.