ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ରଖିବ ଏହି ଫଳ, ଅନେକ ରୋଗରୁ ମଧ୍ୟ ଦେବ ଆଶ୍ବସ୍ତି…

ନୂଆଦିଲ୍ଲୀ ୨୫।୦୩: ଗ୍ରୀଷ୍ମ ଋତୁରେ ଶରୀରରେ ଅଧିକମାତ୍ରାରେ ଜଳୀୟ ଅଂଶ ରହିବା ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ଜଳୀୟ ଅଂଶ ଠିକ୍ ରହିଛି ତେବେ ଗରମ ଆପଣଙ୍କୁ ଅଧିକ ପ୍ରଭାବିତ କରିପାରିବନି ।ଜାଣନ୍ତି କି ଏପରି କିଛି ଫଳ ରହିଛି ଯାହା ଶରୀର ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇପାରିବ । ଗ୍ରୀଷ୍ମରୁତୁରେ ଏହାକୁ ଖାଇବା ଦ୍ବାରା ଶରୀରେ ଜଳୀୟ ଅଂଶ ବୃଦ୍ଧି ପାଇବ । ସାଧାରଣତଃ ଗ୍ରୀଷ୍ମ ଋତୁରେ ଶରୀରରେ ଜଳ ଅଭାବ ଦେଖା ଦେଇଥାଏ । ଯେଉଁ କାରଣରୁ ଥକ୍କା ଲାଗିବା ମୁଣ୍ଡବିନ୍ଧା, ଏବଂ ବୁଲେଇ  ହୋଇପାରେ । ତରଭୁଜରେ ପ୍ରାୟ ୯୧ ପ୍ରତିଶତ ଜଳ ରହିଥାଏ । ଏହା ମଧ୍ୟ ଇଲେକ୍ଟ୍ରୋଲାଇଟର ଏକ ଉତ୍କୃଷ୍ଟ ଉତ୍ସ । ଏହା ଶରୀରକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ରଖିବାରେ ସହାୟକ ହୁଏ । ଧନିଆ ପତ୍ରରେ ୮୬% ପାଣି ରହିଥାଏ । ଏହା ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଶରୀରକୁ ସଂକ୍ରମଣ ସହିତ ଲଢିବାରେ ସହାୟକ ହୋଇଥାଏ । ଆମ୍ବକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଜଳ ପରିମାଣ ନିୟନ୍ତ୍ରିତ ରହିଥାଏ । ଆମ୍ବ ଗ୍ରୀଷ୍ମ ଋତୁରେ ହେଉଥିବା ଅନେକ ସମସ୍ୟାକୁ ଏଡାଇବାରେ ସହାୟକ ହୋଇଥାଏ । ଜାମୁକୋଳି ଶରୀରରେ ହେମୋଗ୍ଲୋବିନର ସ୍ତରକୁ ବଜାୟ ରଖେ । ଏଥିପାଇଁ ଏହାକୁ ଗ୍ରୀଷ୍ମଋତୁରେ ଖାଇବା ଉଚିତ୍ ।

ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ରଖିବ ଏହି ଫଳ, ଅନେକ ରୋଗରୁ ମଧ୍ୟ ଦେବ ଆଶ୍ବସ୍ତି…

ନୂଆଦିଲ୍ଲୀ ୨୫।୦୩: ଗ୍ରୀଷ୍ମ ଋତୁରେ ଶରୀରରେ ଅଧିକମାତ୍ରାରେ ଜଳୀୟ ଅଂଶ ରହିବା ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ଜଳୀୟ ଅଂଶ ଠିକ୍ ରହିଛି ତେବେ ଗରମ ଆପଣଙ୍କୁ ଅଧିକ ପ୍ରଭାବିତ କରିପାରିବନି ।

ଜାଣନ୍ତି କି ଏପରି କିଛି ଫଳ ରହିଛି ଯାହା ଶରୀର ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇପାରିବ । ଗ୍ରୀଷ୍ମରୁତୁରେ ଏହାକୁ ଖାଇବା ଦ୍ବାରା ଶରୀରେ ଜଳୀୟ ଅଂଶ ବୃଦ୍ଧି ପାଇବ । ସାଧାରଣତଃ ଗ୍ରୀଷ୍ମ ଋତୁରେ ଶରୀରରେ ଜଳ ଅଭାବ ଦେଖା ଦେଇଥାଏ । ଯେଉଁ କାରଣରୁ ଥକ୍କା ଲାଗିବା ମୁଣ୍ଡବିନ୍ଧା, ଏବଂ ବୁଲେଇ  ହୋଇପାରେ । 

ତରଭୁଜରେ ପ୍ରାୟ ୯୧ ପ୍ରତିଶତ ଜଳ ରହିଥାଏ । ଏହା ମଧ୍ୟ ଇଲେକ୍ଟ୍ରୋଲାଇଟର ଏକ ଉତ୍କୃଷ୍ଟ ଉତ୍ସ । ଏହା ଶରୀରକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ରଖିବାରେ ସହାୟକ ହୁଏ । ଧନିଆ ପତ୍ରରେ ୮୬% ପାଣି ରହିଥାଏ । ଏହା ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଶରୀରକୁ ସଂକ୍ରମଣ ସହିତ ଲଢିବାରେ ସହାୟକ ହୋଇଥାଏ । 

ଆମ୍ବକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଜଳ ପରିମାଣ ନିୟନ୍ତ୍ରିତ ରହିଥାଏ । ଆମ୍ବ ଗ୍ରୀଷ୍ମ ଋତୁରେ ହେଉଥିବା ଅନେକ ସମସ୍ୟାକୁ ଏଡାଇବାରେ ସହାୟକ ହୋଇଥାଏ । ଜାମୁକୋଳି ଶରୀରରେ ହେମୋଗ୍ଲୋବିନର ସ୍ତରକୁ ବଜାୟ ରଖେ । ଏଥିପାଇଁ ଏହାକୁ ଗ୍ରୀଷ୍ମଋତୁରେ ଖାଇବା ଉଚିତ୍ ।