ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି
ସିଓଲ, ୨୬ା୧୧:ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର(୩୧.୫ ଇଞ୍ଚ) ପର୍ଯ୍ୟନ୍ତ ପୂର୍ବ ଆଡ଼କୁ ଢଳିଛି। ଏନେଇ ସିଓଲ ଜାତୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ପ୍ରକାଶ ପାଇଛି, ଯାହା ସୋମବାର ‘ଜିଓ ଫିଜିକାଲ ରିସର୍ଚ୍ଚ ଲେଟର’ ପତ୍ରିକାରେ ସ୍ଥାନିତ ହୋଇଛି। ଏହି ଅଧ୍ୟୟନ ଅନୁଯାୟୀ, ୧୯୯୩ରୁ ୨୦୧୦ ମଧ୍ୟରେ ମନୁଷ୍ୟକୃତ୍ୟ ଭାବେ ପ୍ରାୟ ୨୧୫୦ ଗୀଗା ଟନ୍ ଭୂତଳ ଜଳକୁ ବାହାର କରାଯାଇଛି। ସେଥିମଧ୍ୟରୁ […] The post ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି appeared first on Dharitri Odia News.
ସିଓଲ, ୨୬ା୧୧:ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର(୩୧.୫ ଇଞ୍ଚ) ପର୍ଯ୍ୟନ୍ତ ପୂର୍ବ ଆଡ଼କୁ ଢଳିଛି। ଏନେଇ ସିଓଲ ଜାତୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ପ୍ରକାଶ ପାଇଛି, ଯାହା ସୋମବାର ‘ଜିଓ ଫିଜିକାଲ ରିସର୍ଚ୍ଚ ଲେଟର’ ପତ୍ରିକାରେ ସ୍ଥାନିତ ହୋଇଛି। ଏହି ଅଧ୍ୟୟନ ଅନୁଯାୟୀ, ୧୯୯୩ରୁ ୨୦୧୦ ମଧ୍ୟରେ ମନୁଷ୍ୟକୃତ୍ୟ ଭାବେ ପ୍ରାୟ ୨୧୫୦ ଗୀଗା ଟନ୍ ଭୂତଳ ଜଳକୁ ବାହାର କରାଯାଇଛି। ସେଥିମଧ୍ୟରୁ କିଛିମାତ୍ରାରେ ଭୂତଳ ଜଳ ସମୁଦ୍ରକୁ ପ୍ରବାହିତ ହେଉଥିବାରୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟିଥିବା ନେଇ ଅଧ୍ୟୟନର ମୁଖ୍ୟ ଗବେଷକ ତଥା ବରିଷ୍ଠ ଜିଓ ଫିଜିଷ୍ଟ କି-ଓ୍ବେନ୍ ସେଓ କହିଛନ୍ତି। ଏହି ଅଧ୍ୟୟନରେ କୁହାଯାଇଛି, ଅତ୍ୟଧିକ ମାତ୍ରାରେ ଭୂତଳ ଜଳ ବାହାରିଯିବା ଏବଂ ସ୍ଥାନାନ୍ତରିତ ହେବା ଯୋଗୁ କେବଳ ପୃଥିବୀର ଘୂର୍ଣ୍ଣନରେ ପରିବର୍ତ୍ତନ ହୋଇ ନ ଥାଏ ବରଂ ଏହା ସମୁଦ୍ର ପତ୍ତନକୁ ମଧ୍ୟ ବଢ଼ାଇଥାଏ। ପୃଥିବୀର ଅକ୍ଷ ୩୧.୫ ଇଞ୍ଚ୍ ଢଳିବା ସମୁଦ୍ର ପତ୍ତନରେ ୦.୨୪ ଇଞ୍ଚ ବୃଦ୍ଧି ସହ ସମାନ ବୋଲି ଏହି ଅଧ୍ୟୟନ କହିଛି। ଗବେଷକ କି-ଓ୍ବେନ୍ ସେଓଙ୍କ ଅନୁଯାୟୀ, ଜଳବାୟୁ ସମ୍ବନ୍ଧୀୟ କାରଣ ଯୋଗୁ ଭୂତଳ ଜଳସ୍ତରରେ ପରିବର୍ତ୍ତନ ଘଟିଥାଏ, ଯାହା ପୃଥିବୀର ଘୂର୍ଣ୍ଣନ ମେରୁ ଉପରେ ସର୍ବାଧିକ ପ୍ରଭାବ ପକାଏ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମାଧ୍ୟମରେ ଭାରତ ସମେତ ଅଧିକାଂଶ ଦେଶରେ ଭୂତଳ ଜଳ ଗତି କରି ସମୁଦ୍ରରେ ପହଞ୍ଚୁଥିବାରୁ ଏହା ପୃଥିବୀର ଘୂର୍ଣ୍ଣନ ମେରୁକୁ ପରିବର୍ତ୍ତନ କରିଥାଏ। ଗ୍ରୀନ୍ଲାଣ୍ଡ ଏବଂ ଆଣ୍ଟାର୍କଟିକାରେ ଗ୍ଲାସିଅର ତରଳିବା ମଧ୍ୟ ପୃଥିବୀର ଅକ୍ଷ ଢଳିବାର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବରଫ ତରଳିବାରୁ ଜଳ ଭୂମଧ୍ୟ ରେଖା ଆଡ଼କୁ ପ୍ରବାହିତ ହୋଇଥାଏ, ଯାହାଦ୍ୱାରା ପୃଥିବୀର ସନ୍ତୁଳନରେ ପରିବର୍ତ୍ତନ ହୁଏ ଏବଂ ଏହାର ଅକ୍ଷ ସ୍ଥାନାନ୍ତରିତ ହୋଇଥାଏ। ପରିବେଶ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପରିଣାମ ରହିଛି ବୋଲି ଏହି ଅଧ୍ୟୟନରେ ଗବେଷକମାନେ କହିଛନ୍ତି। ଭୂତଳ ଜଳସ୍ତରରେ ପରିବର୍ତ୍ତନ ପୃଥିବୀର ଆଭ୍ୟନ୍ତରୀଣ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ ବୋଲି ଉକ୍ତ ଅଧ୍ୟୟନରେ କୁହାଯାଇଛି।
The post ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି appeared first on Dharitri Odia News.