ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍, ରାଗରେ ସ୍ତ୍ରୀର ଚୁଟି କାଟି ଦେଲେ ସ୍ଵାମୀ
ମୁମ୍ଵାଇ ୨୦।୦୪; ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା । ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଏହାକୁ ନେଇ ଝିଅର ବାପାଘର ଲୋକେ ପୋଲିସର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିବା ସହ ଯୁବକଙ୍କୁ ଗିରଫ କରି ଜେରା କରିଛି।ଯୁବତୀଙ୍କ ବାପା ରାଧାକୃଷ୍ଣ ଯୌତୁକ ନିର୍ଯାତନା ଦେଉଥିବା ନେଇ ଝିଅର ସ୍ଵାମୀ ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ ହେବ ତାଙ୍କ ଝିଅର ବାହାଘର ରାମପ୍ରତାପଙ୍କ ସହ ହୋଇଛି। ବିବାହ ପରଠାରୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଉଥିଲେ। ଏହା ସହ ବାପଘରୁ ଫ୍ରିଜ ଓ କୁଲର ଆଣିବାକୁ ଚାପ ପକାଉଥିଲେ ।ଅନ୍ୟପକ୍ଷେ ଘଟଣାର ଏକ ସପ୍ତାହ ପୂର୍ବରୁ ରାମକୃଷ୍ଣ ଝିଅକୁ ଘରକୁ ନେଇଥିଲେ । ନିକଟରେ ଯୁବତୀ ଜଣଙ୍କ ବ୍ୟୁଟି ପାର୍ଲର ଯାଇଥିବା ବେଳେ ରାମପ୍ରତାପ ତିନିଜଣ ସାଥୀଙ୍କ ସହ ସେଠାରେ ପହଞ୍ଚି ପତ୍ନୀଙ୍କ ଚୁଟି କାଟି ଦେଇଥିଲେ। ହେଲେ ଜ୍ଵାଇ ରାମକୃଷ୍ଣଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି । ସେମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀ ବ୍ୟୁଟି ପାର୍ଲର ଯିବାକୁ ନେଇ ରାମପ୍ରତାପ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ସେ ଏପରି କରିଛନ୍ତି । ବର୍ତ୍ତମାନ ମାମଲା ତଦନ୍ତ ଚାଲିଛି । ଯାଞ୍ଚ ପରେ ପ
ମୁମ୍ଵାଇ ୨୦।୦୪; ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା । ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଏହାକୁ ନେଇ ଝିଅର ବାପାଘର ଲୋକେ ପୋଲିସର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିବା ସହ ଯୁବକଙ୍କୁ ଗିରଫ କରି ଜେରା କରିଛି।
ଯୁବତୀଙ୍କ ବାପା ରାଧାକୃଷ୍ଣ ଯୌତୁକ ନିର୍ଯାତନା ଦେଉଥିବା ନେଇ ଝିଅର ସ୍ଵାମୀ ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ ହେବ ତାଙ୍କ ଝିଅର ବାହାଘର ରାମପ୍ରତାପଙ୍କ ସହ ହୋଇଛି। ବିବାହ ପରଠାରୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଉଥିଲେ। ଏହା ସହ ବାପଘରୁ ଫ୍ରିଜ ଓ କୁଲର ଆଣିବାକୁ ଚାପ ପକାଉଥିଲେ ।
ଅନ୍ୟପକ୍ଷେ ଘଟଣାର ଏକ ସପ୍ତାହ ପୂର୍ବରୁ ରାମକୃଷ୍ଣ ଝିଅକୁ ଘରକୁ ନେଇଥିଲେ । ନିକଟରେ ଯୁବତୀ ଜଣଙ୍କ ବ୍ୟୁଟି ପାର୍ଲର ଯାଇଥିବା ବେଳେ ରାମପ୍ରତାପ ତିନିଜଣ ସାଥୀଙ୍କ ସହ ସେଠାରେ ପହଞ୍ଚି ପତ୍ନୀଙ୍କ ଚୁଟି କାଟି ଦେଇଥିଲେ।
ହେଲେ ଜ୍ଵାଇ ରାମକୃଷ୍ଣଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି । ସେମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀ ବ୍ୟୁଟି ପାର୍ଲର ଯିବାକୁ ନେଇ ରାମପ୍ରତାପ ଅସନ୍ତୁଷ୍ଟ ଥିଲେ । ଏହି କାରଣରୁ ସେ ଏପରି କରିଛନ୍ତି । ବର୍ତ୍ତମାନ ମାମଲା ତଦନ୍ତ ଚାଲିଛି । ଯାଞ୍ଚ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଓ ରବି ପ୍ରକାଶ କହିଛନ୍ତି।