ଡିଜିଟାଲ ବା ୟୁପିଆଇ କାରବାର ବଢ଼ୁଛି, ଅନାବଶ୍ୟକ ହୋଇପଡ଼ିଲାଣି ATM

କଟକ 25/02 : ଭାରତରେ ଡିଜିଟାଲ କ୍ରାନ୍ତି ଏବେ ଗାଁ ଠୁ ସହର ସବୁଠି ଅନୁଭୁତ ହେଲାଣି। ବିଶେଷ କରି ବ୍ୟାଙ୍କ ସେବା କ୍ଷେତ୍ରରେ ଡିଜିଟାଲ କ୍ରାନ୍ତିର ପ୍ରଭାବ ବେଶ୍ ଭାରି ହେଇ ପଡୁଛି। ଅତି ଛୋଟ ଛୋଟ ଖରିଦ ବିକ୍ରି ପାଇଁ ମଧ୍ୟ ଡିଜିଟାଲ କାରବାର ବା ୟୁପିଆଇ କାରବାରକୁ ଅଧିକାଂଶ ପସନ୍ଦ କଲେଣି। ନଗଦ ଟଙ୍କା କାରବାର ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଏଟିଏମ୍ ଗୁଡିକ ଏକ ପ୍ରକାର ଅନାବଶ୍ୟକ ହୋଇ ପଡିଲାଣି। ତେଣୁ ଅଧିକାଂଶ ବ୍ୟାଙ୍କ ଏବେ ଏ ଟି ଏମ୍ ଗୁଡିକୁ ବନ୍ଦ କରିବା ଆରମ୍ଭ କଲେଣି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ୨୦୨୩ ସେପ୍ଟେମ୍ବରରେ ଭାରତରେ ୨ଲକ୍ଷ ୧୯ହଜାର ଏଟିଏମ୍ ଥିବା ବେଳେ ୨୦୨୪ସେପ୍ଟେମ୍ବରରେ ଏହି ସଂଖ୍ୟା ହ୍ରାସ ପାଇ ୨ଲକ୍ଷ ୧୫ହଜାରରେ ପହଞ୍ଚିଛି। ଯଦିଓ ଏଟିଏମ୍ ସଂଖ୍ୟା ହ୍ରାସ ପାଉଛି ଓ ଡିଜିଟାଲ କାରବାର ବଢ଼ୁଛି, ତଥାପି ଆରବିଆଇ ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷରେ ମୋଟ ଆର୍ଥିକ କାରବାରର ୮୯ପ୍ରତିଶତ ନଗଦ ଆକାରରେ ହୋଇଛି। ତେଣୁ ଏଟିଏମ୍  ଓ ନଗଦ ଟଙ୍କା କାରବାରର ପ୍ରାସଙ୍ଗିକତାକୁ ନେଇ ବ୍ୟାଙ୍କିଙ୍ଗ ସେବାରେ କାର୍ଯ୍ୟରତ ଅଧିକାରୀ ମାନେ ଏବେବି ଆଶାବାଦୀ ଅଛନ୍ତି। ସେପଟେ କାରବାର କମୁଥିବାରୁ ଗ୍ରାମାଞ୍ଚଳରେ ଗୋଟିଏ ପରେ ଗୋଟିଏ ଏଟିଏମ୍ ବନ୍ଦ୍ ହେଉଛି, ଯାହା ସାଧାରଣ ଲୋକଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି।  ଡିଜିଟାଲ କାରବାର ବର୍ଷକୁ ପ୍ରାୟ ୫୦ପ୍ରତିଶତ ହାରରେ ବଢ଼ିବାରେ ଲାଗିଛି।୨୦୨

ଡିଜିଟାଲ ବା ୟୁପିଆଇ କାରବାର ବଢ଼ୁଛି,  ଅନାବଶ୍ୟକ ହୋଇପଡ଼ିଲାଣି ATM

କଟକ 25/02 : ଭାରତରେ ଡିଜିଟାଲ କ୍ରାନ୍ତି ଏବେ ଗାଁ ଠୁ ସହର ସବୁଠି ଅନୁଭୁତ ହେଲାଣି। ବିଶେଷ କରି ବ୍ୟାଙ୍କ ସେବା କ୍ଷେତ୍ରରେ ଡିଜିଟାଲ କ୍ରାନ୍ତିର ପ୍ରଭାବ ବେଶ୍ ଭାରି ହେଇ ପଡୁଛି। ଅତି ଛୋଟ ଛୋଟ ଖରିଦ ବିକ୍ରି ପାଇଁ ମଧ୍ୟ ଡିଜିଟାଲ କାରବାର ବା ୟୁପିଆଇ କାରବାରକୁ ଅଧିକାଂଶ ପସନ୍ଦ କଲେଣି। ନଗଦ ଟଙ୍କା କାରବାର ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଏଟିଏମ୍ ଗୁଡିକ ଏକ ପ୍ରକାର ଅନାବଶ୍ୟକ ହୋଇ ପଡିଲାଣି। ତେଣୁ ଅଧିକାଂଶ ବ୍ୟାଙ୍କ ଏବେ ଏ ଟି ଏମ୍ ଗୁଡିକୁ ବନ୍ଦ କରିବା ଆରମ୍ଭ କଲେଣି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ୨୦୨୩ ସେପ୍ଟେମ୍ବରରେ ଭାରତରେ ୨ଲକ୍ଷ ୧୯ହଜାର ଏଟିଏମ୍ ଥିବା ବେଳେ ୨୦୨୪ସେପ୍ଟେମ୍ବରରେ ଏହି ସଂଖ୍ୟା ହ୍ରାସ ପାଇ ୨ଲକ୍ଷ ୧୫ହଜାରରେ ପହଞ୍ଚିଛି। ଯଦିଓ ଏଟିଏମ୍ ସଂଖ୍ୟା ହ୍ରାସ ପାଉଛି ଓ ଡିଜିଟାଲ କାରବାର ବଢ଼ୁଛି, ତଥାପି ଆରବିଆଇ ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷରେ ମୋଟ ଆର୍ଥିକ କାରବାରର ୮୯ପ୍ରତିଶତ ନଗଦ ଆକାରରେ ହୋଇଛି। ତେଣୁ ଏଟିଏମ୍  ଓ ନଗଦ ଟଙ୍କା କାରବାରର ପ୍ରାସଙ୍ଗିକତାକୁ ନେଇ ବ୍ୟାଙ୍କିଙ୍ଗ ସେବାରେ କାର୍ଯ୍ୟରତ ଅଧିକାରୀ ମାନେ ଏବେବି ଆଶାବାଦୀ ଅଛନ୍ତି। 

ସେପଟେ କାରବାର କମୁଥିବାରୁ ଗ୍ରାମାଞ୍ଚଳରେ ଗୋଟିଏ ପରେ ଗୋଟିଏ ଏଟିଏମ୍ ବନ୍ଦ୍ ହେଉଛି, ଯାହା ସାଧାରଣ ଲୋକଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି।  ଡିଜିଟାଲ କାରବାର ବର୍ଷକୁ ପ୍ରାୟ ୫୦ପ୍ରତିଶତ ହାରରେ ବଢ଼ିବାରେ ଲାଗିଛି।୨୦୨୩ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ତୁଳନାରେ ୨୦୨୪ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୟୁ ପି ଆଇ କାରବାର ୫୨ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ସେୟାର ବଜାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶ କ୍ଷେତ୍ରରେ ଡିଜିଟାଲ ପେମେଣ୍ଟ ବା ୟୁପିଆଇ କାରବାରର ସୁବିଧା ବଢିବାରୁ ଏବେ ଅଧିକାଂଶ ନିବେଶକ ବ୍ୟାଙ୍କରେ ନିବେଶ ନକରି ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ଏହି କାରଣରୁ ବ୍ୟାଙ୍କର ମୂଳଦୁଆ କୁହାଯାଉଥିବା ସେଭିଙ୍ଗ୍ସ ଓ କରେଣ୍ଟ ଆକାଉଣ୍ଟ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି।ଏହା ବ୍ୟାଙ୍କ ଗୁଡ଼ିକର ଆର୍ଥିକ ଅବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।

ଡିଜିଟାଲ କାରବାର ଓ କମ୍ ସୁଧ ହାର ଯୋଗୁଁ ନିବେଶକ, ଜମାକାରୀ ବ୍ୟାଙ୍କରୁ ମୁହଁ ଫେରାଇ ନେବା ପ୍ରତି ବ୍ୟାଙ୍କ ଗୁଡିକ ବେଳ ଥାଉଁ ଥାଉଁ ଧ୍ୟାନ ନଦେଲେ ଆଗକୁ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।