ୟୁପିରେ ବଡ଼ କ୍ଷତି ସହିବ ଭାଜପା? ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ କଲା ସ୍ପଷ୍ଟ
ନୂଆଦିଲ୍ଲୀ,୨୪।୫: ଲୋକ ସଭା ନିର୍ବାଚନ ୨୦୨୪ ସମୟରେ ବିଭିନ୍ନ ଦାବି ଏବଂ ଭବିଷ୍ୟବାଣୀ ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଉତ୍ତରପ୍ରଦେଶ (ୟୁପି)ର ସ୍ଥିତି ସ୍ପଷ୍ଟ କରିଛନ୍ତି। ପି.କେ ପୂର୍ବାନୁମାନ କରିଛନ୍ତି ଯେ ମୋଟ ୮୦ଲୋକ ସଭା ଆସନ ଥିବା ୟୁପିରେ ହେବାକୁ ଥିବା ଏହି ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କୌଣସି କ୍ଷତି ସହିବ ନାହିଁ। ସାକ୍ଷାତକାରରେ ପି.କେଙ୍କୁ ପ୍ରଶ୍ନ କରାଯାଇଛି ୟୁପିରେ ଭାଜପା ପ୍ରାୟ ୫୦ ସିଟ ହରାଇବ ବୋଲି କୁହାଯାଉଛି। ଉତ୍ତରରେ […] The post ୟୁପିରେ ବଡ଼ କ୍ଷତି ସହିବ ଭାଜପା? ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ କଲା ସ୍ପଷ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୫: ଲୋକ ସଭା ନିର୍ବାଚନ ୨୦୨୪ ସମୟରେ ବିଭିନ୍ନ ଦାବି ଏବଂ ଭବିଷ୍ୟବାଣୀ ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଉତ୍ତରପ୍ରଦେଶ (ୟୁପି)ର ସ୍ଥିତି ସ୍ପଷ୍ଟ କରିଛନ୍ତି। ପି.କେ ପୂର୍ବାନୁମାନ କରିଛନ୍ତି ଯେ ମୋଟ ୮୦ଲୋକ ସଭା ଆସନ ଥିବା ୟୁପିରେ ହେବାକୁ ଥିବା ଏହି ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କୌଣସି କ୍ଷତି ସହିବ ନାହିଁ। ସାକ୍ଷାତକାରରେ ପି.କେଙ୍କୁ ପ୍ରଶ୍ନ କରାଯାଇଛି ୟୁପିରେ ଭାଜପା ପ୍ରାୟ ୫୦ ସିଟ ହରାଇବ ବୋଲି କୁହାଯାଉଛି। ଉତ୍ତରରେ ପି.କେ କହିଛନ୍ତି, କିଛି ଲୋକ କହୁଛନ୍ତି ଯେ ୟୁପିରେ ଏଥର ସଂଖ୍ୟା ହ୍ରାସ ପାଉଛି। ଲୋକମାନେ ଭୁଲି ଯାଇଛନ୍ତି, ସେମାନଙ୍କର ସ୍ମୃତି କମ୍। ଗତଥର ବିହାର-ୟୁପି ମିଶ୍ରଣ କରି ଭାଜପା (୨୦୧୪)ରେ ୨୫ ସିଟ ହରାଇଥିଲା। ଯାହା ବଙ୍ଗଳା ଭଳି ରାଜ୍ୟ ଦ୍ୱାରା ପୂରା ହୋଇଥିଲା। ପି.କେଙ୍କ ଅନୁଯାୟୀ ଭାଜପାରେ ୬୨ ଟି ଆସନ ରହିଛି। ପୂର୍ବରୁ ସେମାନେ ୧୮ ହାରିଯାଇଛନ୍ତି। ଯଦି ଆପଣ କହୁଛନ୍ତି ଭାଜପା ୟୁପିରେ ୪୦-୫୦ ସିଟ ହରାଉଛି ତେବେ ଏହା କେବେ ହେବ ନାହିଁ।
The post ୟୁପିରେ ବଡ଼ କ୍ଷତି ସହିବ ଭାଜପା? ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ କଲା ସ୍ପଷ୍ଟ appeared first on Dharitri Odia News.