ଛାଡ଼ଖାଇରେ ଆମିଷ ବଜାର ଚଳଚଞ୍ଚଳ; ମାଛ, ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍
ଭୁବନେଶ୍ବର: ସଂକ୍ରାନ୍ତି ପାଇଁ ଫିକା ପଡ଼ିଥିବା ଛାଡ଼ଖାଇ ରବିବାର ପାଳନ ହେଉଛି । ପଞ୍ଚୁକ ପରଦିନ ଅର୍ଥାତ୍ ଶନିବାର ପାଳନ ହୋଇଥାଏ, ମାତ୍ର ସଂକ୍ରାନ୍ତି ପାଇଁ ଗୋଟିଏ ଦିନ ପରେ ଛାଡ଼ଖାଇ ପାଳୁଛନ୍ତି ଲୋକେ । ଆଜି ଅଧିକାଂଶ ଘରେ ଆମିଷ ବ୍ୟଞ୍ଚନ ହେବ । କାର୍ତ୍ତିକ ମାସରେ ଆମିଷ ଛାଡ଼ିଥିବା ଲୋକେ ଆଜି ମାଛ, ମାଂସ ଖାଇବେ । ଏନେଇ ରାଜ୍ୟ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ରାଜଧାନୀରୁ ଆରମ୍ଭ କରି ରାଜ୍ୟର ସମସ୍ତ ଆମିଷ ମାର୍କେଟ୍ ଚଳଚଞ୍ଚଳ ହୋଇଛି । ଭୁବନେଶ୍ବରର ୪ନଂ ମାଛ ମାର୍କେଟ୍, ଡମଣା ଆମିଷ ବଜାରରେ ଲୋକଙ୍କ ଭିଡ଼ି ଦେଖିବାକୁ ମିଳିଛି । ମାଛ, ମାଂସ, ଚିକେନ୍, ଆଣ୍ଡା, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ଘରକୁ କିଣି ନେଉଛନ୍ତି । ଜଗତସିଂହପୁର ମାଛ ଓ ମାଂସ ବଜାରରେ ସକାଳୁ ସକାଳୁ ଭିଡ଼ ଜମିଛି । ମାଛ ବଜାରରେ ରୋହି, ମିରକାଳୀ, ଖଅଙ୍ଗା ଓ ଚିଙ୍ଗୁଡ଼ି ସହ ବିଭିନ୍ନ ରକମର ମାଛ ଦେଖିବାକୁ ମିଳିଛି । ଦେବୀ ନଦୀ ଓ ମହାନଦୀର ମଧୁର ମାଛ ସହ ପାରାଦୀପରୁ ଆସୁଥିବା ସମୁଦ୍ର ମାଛର ମଧ୍ୟ ବେଶ ଚାହିଦା ରହିଛି । ଖାସି ମାଂସ କିଲୋ ୭୫୦ ଟଙ୍କା ରହିଥିବା ବେଳେ ମାଛ ବଜାରରେ ମଧ୍ୟ ରେଟ୍ ଉଚ୍ଚା ରହିଛି । ଚିଙ୍ଗୁଡ଼ି କିଲୋ ୪୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ରୋହି, ମିରକାଳୀ, ଭାକୁଡ଼ ଆଦି ମାଛ କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା ରହିଛି । ସେହିପରି ଖାଅଙ୍ଗା ମାଛ କିଲୋ ୪୦୦ ରୁ ୫୦୦ ଟଙ୍କା ରହିଥିବା ବେଳେ ପାମ୍ପ୍ଲେଲେଟ,ଖୁରା
ଭୁବନେଶ୍ବର: ସଂକ୍ରାନ୍ତି ପାଇଁ ଫିକା ପଡ଼ିଥିବା ଛାଡ଼ଖାଇ ରବିବାର ପାଳନ ହେଉଛି । ପଞ୍ଚୁକ ପରଦିନ ଅର୍ଥାତ୍ ଶନିବାର ପାଳନ ହୋଇଥାଏ, ମାତ୍ର ସଂକ୍ରାନ୍ତି ପାଇଁ ଗୋଟିଏ ଦିନ ପରେ ଛାଡ଼ଖାଇ ପାଳୁଛନ୍ତି ଲୋକେ । ଆଜି ଅଧିକାଂଶ ଘରେ ଆମିଷ ବ୍ୟଞ୍ଚନ ହେବ । କାର୍ତ୍ତିକ ମାସରେ ଆମିଷ ଛାଡ଼ିଥିବା ଲୋକେ ଆଜି ମାଛ, ମାଂସ ଖାଇବେ । ଏନେଇ ରାଜ୍ୟ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ରାଜଧାନୀରୁ ଆରମ୍ଭ କରି ରାଜ୍ୟର ସମସ୍ତ ଆମିଷ ମାର୍କେଟ୍ ଚଳଚଞ୍ଚଳ ହୋଇଛି । ଭୁବନେଶ୍ବରର ୪ନଂ ମାଛ ମାର୍କେଟ୍, ଡମଣା ଆମିଷ ବଜାରରେ ଲୋକଙ୍କ ଭିଡ଼ି ଦେଖିବାକୁ ମିଳିଛି । ମାଛ, ମାଂସ, ଚିକେନ୍, ଆଣ୍ଡା, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ଘରକୁ କିଣି ନେଉଛନ୍ତି ।

ଜଗତସିଂହପୁର ମାଛ ଓ ମାଂସ ବଜାରରେ ସକାଳୁ ସକାଳୁ ଭିଡ଼ ଜମିଛି । ମାଛ ବଜାରରେ ରୋହି, ମିରକାଳୀ, ଖଅଙ୍ଗା ଓ ଚିଙ୍ଗୁଡ଼ି ସହ ବିଭିନ୍ନ ରକମର ମାଛ ଦେଖିବାକୁ ମିଳିଛି । ଦେବୀ ନଦୀ ଓ ମହାନଦୀର ମଧୁର ମାଛ ସହ ପାରାଦୀପରୁ ଆସୁଥିବା ସମୁଦ୍ର ମାଛର ମଧ୍ୟ ବେଶ ଚାହିଦା ରହିଛି । ଖାସି ମାଂସ କିଲୋ ୭୫୦ ଟଙ୍କା ରହିଥିବା ବେଳେ ମାଛ ବଜାରରେ ମଧ୍ୟ ରେଟ୍ ଉଚ୍ଚା ରହିଛି । ଚିଙ୍ଗୁଡ଼ି କିଲୋ ୪୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ରୋହି, ମିରକାଳୀ, ଭାକୁଡ଼ ଆଦି ମାଛ କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା ରହିଛି । ସେହିପରି ଖାଅଙ୍ଗା ମାଛ କିଲୋ ୪୦୦ ରୁ ୫୦୦ ଟଙ୍କା ରହିଥିବା ବେଳେ ପାମ୍ପ୍ଲେଲେଟ,ଖୁରାଣ୍ଟ ଓ କଙ୍କଡା କିଲୋ ୬୦୦ ଟଙ୍କାରୁ ଅଧିକ ରହିଛି ।