କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି। ଦଲାଲଙ୍କ ଦୈନିକ ଖଡ଼ିଆଳ ଅଞ୍ଚଳରୁ ୩୦ ରୁ ୪୦ ବେଆଇନ କପା ବୋଝେଇ ଗାଡି ଖୋଲାଖୋଲି ଯାଉଛି। କିନ୍ତୁ ପ୍ରଶାସନର ନଜର ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଖଡ଼ିଆଳ ବ୍ଲକରେ ସରକାରୀ ଭାବେ ୩୦୨୦ ହେକ୍ଟର କପା ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଛୋଟ ଛୋଟ […] The post କପା ଚାଷୀ ଶୋଷଣର ଶିକାର appeared first on Dharitri Odia News.

କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି। ଦଲାଲଙ୍କ ଦୈନିକ ଖଡ଼ିଆଳ ଅଞ୍ଚଳରୁ ୩୦ ରୁ ୪୦ ବେଆଇନ କପା ବୋଝେଇ ଗାଡି ଖୋଲାଖୋଲି ଯାଉଛି। କିନ୍ତୁ ପ୍ରଶାସନର ନଜର ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଖଡ଼ିଆଳ ବ୍ଲକରେ ସରକାରୀ ଭାବେ ୩୦୨୦ ହେକ୍ଟର କପା ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଛୋଟ ଛୋଟ ଚାଷୀମାନେ ପଞ୍ଜୀକରଣ ହୋଇ ନ ଥିଲେ। ଫଳରେ ବ୍ଲକରେ ୪୫୦୦ରୁ ଅଧିକ ହେକ୍ଟର କପା ଚାଷୀ ମହଲରୁ ଜଣାପଡିଛି। କପା ଚାଷ ଏକ ଅର୍ଥକାରୀ ଫସଲ ଏହାକୁ ଧଳା ସୁନା କୁହାଯାଏ। ଠିକ ଭାବେ ଉତ୍ପାଦନ ହେଲେ ଏହା ଚାଷୀଙ୍କୁ ଅଧିକ ଲାଭ ମିଳିଥାଏ। କିନ୍ତୁ ବର୍ଷାର ଲୁଚକାଳି ଖେଳ ଓ ରୋଗପୋକ ଯୋଗୁ ଆଶାତିତ କପା ଉତ୍ପାଦନ କରିପାରି ନ ଥିଲା। ଚାଷ କରିବା ପୂର୍ବରୁ କିଛି ଗରିବ ଚାଷୀ ସ୍ଥାନୀୟ ଦଲାଲଠାରୁ ବିହନ, ସାର ଓ ଟଙ୍କା ଆଣି ଚାଷ କରିଥିଲେ। ସେମାନେ ଦଲାଲଙ୍କୁ କମ ମୂଲ୍ୟରେ କପା ଦେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ବ୍ଲକରେ କପା ମଣ୍ଡି ଖୋଲୁ ନ ଥିବାରୁ ଦଲାଲଙ୍କଠାରେ ୫ରୁ ୬ହଜାର ଟଙ୍କାରେ ବିକ୍ରିୟ କରିବାକୁ ବାଧ୍ୟ ହେଉଛନ୍ତି। ମଣ୍ଡିର ସୁବିଧା ଥିଲେ ଚାଷୀ ୭ ହଜାର ଟଙ୍କା ପର୍ଯ୍ୟନ୍ତ କୁଇଣ୍ଟାଲ ପ୍ରତି ବିକ୍ର ଲାଭବାନ ହୁଆନ୍ତା। କପା ମଣ୍ଡି ଖଡ଼ିଆଳଠାରୁ ୫୦ କି.ମି. ଦୂରରେ ଥିବା ଯୋଗୁ ପରିବହନ ଖର୍ଚ୍ଚ ଅଧିକ ହେଉଥିବା ବେଳେ ସେହି ମଣ୍ଡିଗୁଡିକରେ କୁଇଣ୍ଟାଲ ପ୍ରତି ୭ରୁ ୧୦କେଜି କଟନୀ ଛଟନୀ କରୁଥିବା ଯୋଗୁ କେଉଁଠାରେ ମଧ୍ୟ ଚାଷୀର ନିସ୍ତାର ନାହିଁ ବୋଲି ପ୍ରକାଶ କରିଛନ୍ତି। ମଣ୍ଡି ଖୋଲିଲେ ମଧ୍ୟ ପରିବହନ ବ୍ୟବସ୍ଥା ନ ଥିବା ହେତୁ ଚାଷୀମାନେ କମ ଦାମରେ ବେପାରୀମାନଙ୍କୁ ବିକ୍ରି କରିଦେଉଛନ୍ତି। ବ୍ଲକର କପା ଚାଷୀ ବର୍ତ୍ତମାନ ଚିନ୍ତାରେ ବସିଛନ୍ତି। କପା ବିକି ଦୁଇ ପଇସା ରୋଜଗାର କରିବାର ଇଛା ପୂରଣ ହେଉନି। ଯେତେ ଉତ୍ପାଦନ ଆଶା କରିଥିଲେ ସେହି ପରିମାଣରେ ହେଉନାହିଁ ଓ ଦଲାଲକୁ କମ ମୂଲ୍ୟରେ ବିକ୍ରି କରୁଛି। ଫଳରେ ଚାଷ ପାଇଁ କରିଥିବା ଧାର କରଜ କିପରି ସୁଝିବେ ସେଇ ଚିନ୍ତାରେ ପଡ଼ିଛନ୍ତି। ଚାଷୀଙ୍କ କହିବା ଅନୁସାରେ ପ୍ରଥମେ କମ ବର୍ଷା ହେବାରୁ ମଞ୍ଜିରୁ ଠିକ ଭାବେ ଗଛ ହେଲାନାହିଁ, ପରେ ବର୍ଷା ହୋଇ ଫୁଲ ଝଡ଼ିଗଲା। ପୁଣି ଗଛରେ ରୋଗ ଲାଗିବାରୁ ଔଷଧ ସିଞ୍ଚନ କରାଗଲା ତଥାପି ଠିକ ଉତ୍ପାଦନ ହେଲାନାହିଁ। ଯାହାବି କପା ଉତ୍ପାଦନ ହୋଇଥିଲା ଡିସେମ୍ବର ପ୍ରଥମ ସପ୍ତାହରେ ହୋଇଥିବା ବର୍ଷରେ ଭିଜି କଲା ହୋଇଯିବାରୁ ତାର ବିକ୍ରି ମୂଲ୍ୟ କମି ଯାଇଥିବା ଚାଷୀ ଭୁବନେ ସାହୁ, ପୁଷ୍ପରାଜ ମାଝି, ରାତ୍ରନନ୍ଦ ମନହୀରା ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କିପରି କପା ଚାଷୀ ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

The post କପା ଚାଷୀ ଶୋଷଣର ଶିକାର appeared first on Dharitri Odia News.