ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ସାମୂହିକ ଛୁଟିରେ ରହିବା ନିଷ୍ପତ୍ତିକୁ ସ୍ଥଗିତ କଲା OAS ସଂଘ
ଭୁବନେଶ୍ୱର,୧ା୭: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟ ପରିସରରେ ଆକ୍ରମଣ ପ୍ରସଙ୍ଗକୁ ନେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଫିସର ସଂଘ କଡ଼ା ନିନ୍ଦା କରିଛି। ସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି, ଏଭଳି ବର୍ବରୋଚିତ ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ଘଟଣାକୁ ନେଇ ମଙ୍ଗଳବାରଠାରୁ ସମସ୍ତ ଓଏଏସ୍ ଅଫିସର ଛୁଟିରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା […] The post ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ସାମୂହିକ ଛୁଟିରେ ରହିବା ନିଷ୍ପତ୍ତିକୁ ସ୍ଥଗିତ କଲା OAS ସଂଘ appeared first on Dharitri Odia News.
ଭୁବନେଶ୍ୱର,୧ା୭: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟ ପରିସରରେ ଆକ୍ରମଣ ପ୍ରସଙ୍ଗକୁ ନେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଫିସର ସଂଘ କଡ଼ା ନିନ୍ଦା କରିଛି। ସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି, ଏଭଳି ବର୍ବରୋଚିତ ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ଘଟଣାକୁ ନେଇ ମଙ୍ଗଳବାରଠାରୁ ସମସ୍ତ ଓଏଏସ୍ ଅଫିସର ଛୁଟିରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ମଙ୍ଗଳବାର ଏହାକୁ ସ୍ଥଗିତ ରଖିଛି ।
ସୋମବାରେ ରାତିରେ ସଂଘ ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଥିଲେ। ସାଙ୍ଗରେ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଟୁଇନ ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଛି।
The post ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ସାମୂହିକ ଛୁଟିରେ ରହିବା ନିଷ୍ପତ୍ତିକୁ ସ୍ଥଗିତ କଲା OAS ସଂଘ appeared first on Dharitri Odia News.