ଜମ୍ମୁ: ଖାଇକୁ ଖସିଲା ତୀର୍ଥ ଯାତ୍ରୀଙ୍କବସ୍, କଟରାରୁ ଆସୁଥିଲା ଦିଲ୍ଲୀ, ୧ମୃତ, ୧୬ ଆହତ

ଜମ୍ମୁ ୨୨।୨: ଜମ୍ମୁ-କାଶ୍ମୀର କଟରାରୁ ତୀର୍ଥଯାତ୍ରୀଙ୍କୁ ନେଇ ଦିଲ୍ଲୀ ଆସୁଥିବା ଏକ ବସ୍ ମାଣ୍ଡା ନିକଟରେ ଖାଇକୁ ଖସିପଡିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁସାରେ ତୀର୍ଥଯାତ୍ରୀଙ୍କ ବସ୍ ଜମ୍ମୁ ବସ୍ ଷ୍ଟାଣ୍ଡରୁ ୮ କିଲୋମିଟର ଦୂର ମାଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଏକ ମୋଡ ବୁଲୁଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍ ଟି ଖାଇକୁ ଖସିପଡିଛି। ବସ୍ ଖାଇକୁ ଖସିବାମାତ୍ରେ ଯାତ୍ରୀଙ୍କ ଆର୍ତ୍ତ ଚିତ୍କାରରେ ଅଞ୍ଚଳ ଫାଟି ପଡିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ ରୁ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ତୁରନ୍ତ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ବାକି ଆହତଙ୍କ ଚିକିତ୍ସା ଜାରି ରହିଛି।  ଦୁର୍ଘଟଣାର ପୋଲିସ ଯାଞ୍ଚ କରୁଛି। 

ଜମ୍ମୁ: ଖାଇକୁ ଖସିଲା ତୀର୍ଥ ଯାତ୍ରୀଙ୍କବସ୍, କଟରାରୁ ଆସୁଥିଲା ଦିଲ୍ଲୀ, ୧ମୃତ, ୧୬ ଆହତ

ଜମ୍ମୁ ୨୨।୨: ଜମ୍ମୁ-କାଶ୍ମୀର କଟରାରୁ ତୀର୍ଥଯାତ୍ରୀଙ୍କୁ ନେଇ ଦିଲ୍ଲୀ ଆସୁଥିବା ଏକ ବସ୍ ମାଣ୍ଡା ନିକଟରେ ଖାଇକୁ ଖସିପଡିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ଅନୁସାରେ ତୀର୍ଥଯାତ୍ରୀଙ୍କ ବସ୍ ଜମ୍ମୁ ବସ୍ ଷ୍ଟାଣ୍ଡରୁ ୮ କିଲୋମିଟର ଦୂର ମାଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଏକ ମୋଡ ବୁଲୁଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍ ଟି ଖାଇକୁ ଖସିପଡିଛି। 

ବସ୍ ଖାଇକୁ ଖସିବାମାତ୍ରେ ଯାତ୍ରୀଙ୍କ ଆର୍ତ୍ତ ଚିତ୍କାରରେ ଅଞ୍ଚଳ ଫାଟି ପଡିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ ରୁ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ତୁରନ୍ତ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ବାକି ଆହତଙ୍କ ଚିକିତ୍ସା ଜାରି ରହିଛି।  ଦୁର୍ଘଟଣାର ପୋଲିସ ଯାଞ୍ଚ କରୁଛି।