AAPକୁ ପଞ୍ଜାବରେ ଡବଲ ଝଟକା, ସାଂସଦ ସୁଶୀଲ କୁମାର ରିଙ୍କୁ ଏବଂ ଜଣେ ବିଧାୟକ ବିଜେପିରେ ସାମିଲ
ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ପରେ ଆମ ଆଦାମୀ ପାର୍ଟିକୁ ଝଟକା ଦେଇଛି ବିଜେପି । ଆମ୍ ଆଦାମୀ ପାର୍ଟିର ଜଳନ୍ଧରରୁ ସାଂସଦ ସୁଶୀଲ କୁମାର ରିଙ୍କୁ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ବ୍ୟତୀତ ଜଣେ ବିଧାୟକ ଶୀତଲ ଅଙ୍ଗୁରାଲ ମଧ୍ୟରେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଦୁଇ ନେତା ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପି ମହାସଚିବ ବିନୋଦ ତାୱଡେ ଏବଂ ପଞ୍ଜାବର ପାର୍ଟି ଅଧ୍ୟକ୍ଷ ସୁନୀଲ ଜାଖଡ ଦୁହିଁଙ୍କୁ ପାର୍ଟିର ସଦସ୍ୟତା ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, ବିଜେପି ଦୁନିଆର ସବୁଠୁ ବଡ଼ ରାଜନୀତି ପାର୍ଟି । ସବୁ କ୍ଷେତ୍ରରେ ଜଡ଼ିତ ଲୋକ ବିଜେପିରେ ସାମିଲ ହେଉଛନ୍ତି ଏବଂ ପରିବାରର ସଦସ୍ୟ ଦେଉଛନ୍ତି । ସୁନୀଲ କୁମାର ରିଙ୍କୁ ଏବଂ ଶୀତଲ ଅଙ୍ଗୁରାଲଙ୍କୁ ମୁଁ ସ୍ୱାଗତ ଜଣାଉଛି ।#WATCH | Sushil Kumar Rinku and Sheetal Angural meet BJP national president JP Nadda in Delhi.The two AAP leaders joined the BJP a short while ago. pic.twitter.com/OT1MS2iQFI— ANI (@ANI) March 27, 2024ସେ କହିଛନ୍ତି, 'ପଞ୍ଜାବରେ ସ୍ଥିତି ବଦଳୁଛି । ଆମେ ସମସ୍ତେ ମିଶି ଭାରତକୁ ୨୦୪୭ ଯାଏ ବିକଶିତ ଦେଶ କରିବା ପାଇଁ କାମ କରିବୁ ।' ସୁଶୀଲ କୁମାର ରିଙ୍କୁ ଏବଂ
ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ପରେ ଆମ ଆଦାମୀ ପାର୍ଟିକୁ ଝଟକା ଦେଇଛି ବିଜେପି । ଆମ୍ ଆଦାମୀ ପାର୍ଟିର ଜଳନ୍ଧରରୁ ସାଂସଦ ସୁଶୀଲ କୁମାର ରିଙ୍କୁ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ବ୍ୟତୀତ ଜଣେ ବିଧାୟକ ଶୀତଲ ଅଙ୍ଗୁରାଲ ମଧ୍ୟରେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଦୁଇ ନେତା ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପି ମହାସଚିବ ବିନୋଦ ତାୱଡେ ଏବଂ ପଞ୍ଜାବର ପାର୍ଟି ଅଧ୍ୟକ୍ଷ ସୁନୀଲ ଜାଖଡ ଦୁହିଁଙ୍କୁ ପାର୍ଟିର ସଦସ୍ୟତା ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, ବିଜେପି ଦୁନିଆର ସବୁଠୁ ବଡ଼ ରାଜନୀତି ପାର୍ଟି । ସବୁ କ୍ଷେତ୍ରରେ ଜଡ଼ିତ ଲୋକ ବିଜେପିରେ ସାମିଲ ହେଉଛନ୍ତି ଏବଂ ପରିବାରର ସଦସ୍ୟ ଦେଉଛନ୍ତି । ସୁନୀଲ କୁମାର ରିଙ୍କୁ ଏବଂ ଶୀତଲ ଅଙ୍ଗୁରାଲଙ୍କୁ ମୁଁ ସ୍ୱାଗତ ଜଣାଉଛି ।
#WATCH | Sushil Kumar Rinku and Sheetal Angural meet BJP national president JP Nadda in Delhi.
The two AAP leaders joined the BJP a short while ago. pic.twitter.com/OT1MS2iQFI— ANI (@ANI) March 27, 2024
ସେ କହିଛନ୍ତି, 'ପଞ୍ଜାବରେ ସ୍ଥିତି ବଦଳୁଛି । ଆମେ ସମସ୍ତେ ମିଶି ଭାରତକୁ ୨୦୪୭ ଯାଏ ବିକଶିତ ଦେଶ କରିବା ପାଇଁ କାମ କରିବୁ ।' ସୁଶୀଲ କୁମାର ରିଙ୍କୁ ଏବଂ ଶୀତଲଙ୍କ ପୂର୍ବରୁ ମଙ୍ଗଳବାର ଲୁଧିୟାନାରୁ କଂଗ୍ରେସ ସାଂସଦ ରବନୀତ ସିଂ ବିଟ୍ଟୁ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ । ରବନୀତ ସିଂ ବିଟ୍ଟୁଙ୍କ ନିଜସ୍ୱ ଜନସମର୍ଥନ ରହିଛି । ସେ ଖାଲିସ୍ତାନ ବିରୋଧରେ ଏକ ପ୍ରମୁଖ ଚେହେରା ରୂପେ ରହି ଆସିଛନ୍ତି । ତାଙ୍କର ବିଜେପିରେ ଯୋଗଦାନ ରାଜ୍ୟରେ ପାର୍ଟିର ଶକ୍ତିକୁ ଅଧିକ ବଢାଇବ ।
ଖବର ଅନୁସାରେ ରବନୀତ ସିଂ ବିଟ୍ଟୁଙ୍କୁ ଲୁଧିୟାନା ଆସନକୁ ଟିକଟ ମିଳିପାରେ । ଏହା ବ୍ୟତୀତ ସୁଶୀଲ କୁମାର ରିଙ୍କୁଙ୍କୁ ବିଜେପି ଟିକଟରେ ନିର୍ବାଚନ ଲଢିପାରନ୍ତି । ପଞ୍ଜାବରେ ବିଜେପି ଚଳିତ ଥର ଏକାକୀ ଲୋକସଭା ନିର୍ବାଚନ ଲଢିବ । ରାଜ୍ୟର ପୁରୁଣା ସହଯୋଗୀ ଅକାଳୀ ଦଳ ସହ ମେଣ୍ଟ ହୋଇପାରିଲା ନାହିଁ ।